ରାଗିଛନ୍ତି ନବୀନ ! ଏବେ କରିବେ ଖେଳ…

ଖବର ଅନୁସାରେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଅସମ୍ଭବ ସଫଳତା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସୀ ନାହାନ୍ତି । ଓଲଟି ନିଜ ଦଳର କିଛି ନେତା ଓ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକଳାପକୁ ନେଇ ସେ ରାଗ ଗରଗର ହେଉଥିବା ବିଜେଡି ଅନ୍ଦର ମହଲରେ ଚର୍ଚ୍ଚା ଜୋରସୋରରେ ଚାଲିଛି । ବିଗତ ଦୁଇ ନିର୍ବାଚନରେ ଯେଉଁ ନେତା ମାନେ ନିଜ ସମର୍ଥକଙ୍କୁ ମଇଦାନ ଉପରେ ଓଲହାଇ ବିଜେଡି ପ୍ରାର୍ଥୀ ମାନଙ୍କୁ ହରାଇବା ପାଇଁ ଚେଷ୍ଟା କରିଥିଲେ ସେମାନେ ସମସ୍ତେ ଏବେ ବିଜେଡି ସୁପ୍ରିମଙ୍କ ସ୍କାନରରେ ରହିଥିବା ଆଲୋଚନା ହେଉଛି ।

ଏମାନଙ୍କୁ ଆଦୌ କ୍ଷମା କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକେତ ଦେଇ ସାରିଛନ୍ତି । ଏହା ପରେ ମମିତା ମେହେର କେସ ପରି ଆଉ କ୍ଯେମରା ମ୍ୟାନ ମାନସ ସ୍ଵାଇଁ ହତ୍ୟା ଘଟଣାକୁ ନେଇ ଜଣେ ଦୁଇଜଣ ମନ୍ତ୍ରୀଙ୍କ ସମ୍ପୃକ୍ତି ନବୀନଙ୍କ ପାଇଁ ଭୀଷଣ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ସେ ଏବେ ଦିଲ୍ଲୀ ଗସ୍ତରେ ଥିବା ବେଳେ କେତେକ ଜାତୀୟ ଗଣମାଧ୍ୟମରେ ଏହି ଖବର ଦେଖାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଉପରେ ପୁଣି ଥରେ କଳା ଦାଗ ଲଗାଇ ଦେଇଛି । ଯେଉଁ ମନ୍ତ୍ରୀ ମାନେ ଏଭଳି କାର୍ଯ୍ୟ କରୁଛନ୍ତି ଏହାର ସମସ୍ତ ଦୋଷ ନବୀନଙ୍କ ଉପରକୁ ଯାଉଛି । ମାନସ ସ୍ଵାଇଁ ହତ୍ୟା କାଣ୍ଡ ସହିତ ମାହଙ୍ଗା ଏବଂ ମମିତା ପ୍ରସଙ୍ଗ ପୁଣି ଥରେ ଏବେ ଉଠିଛି ।

ମୁଣ୍ଡ ଉପରେ ନିର୍ବାଚନ ଥିବା କାରଣରୁ ନବୀନ କିଛି ନେତା ଓ ମନ୍ତ୍ରୀ ମାନଙ୍କୁ ବରଦାସ୍ତ କରୁଥିଲେ ହେଲେ ଏବେ ସେ ସମୟ ନାହିଁ । ବିଜେଡି ସଭାପତି ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛନ୍ତି ତେଣୁ ସେ ଯଥେଷ୍ଟ କିଛି କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଆଲୋଚନା ହେଉଛି । ଦିଲ୍ଲୀ ଗସ୍ତରୁ ଫେରିବା ପରେ ନବୀନ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କରିପାରନ୍ତି ବୋଲି ପୁଣି ଥରେ ଚର୍ଚ୍ଚା ଜୋର ଧରିଛି ।

କେତେକ ବିବାଦୀୟ ମନ୍ତ୍ରୀ ବଳି ପଡିବା ସହିତ କେତେକ ବିଧାୟକଙ୍କୁ ସେ ପୁରସ୍କୃତ କରିପାରନ୍ତି ବୋଲି ଆଲୋଚନା ଚାଲିଛି । ଏହା ଛଡା ପଞ୍ଚାୟତ ଓ ପୌର ନିର୍ବାଚନର ଶ୍ରେୟ ଯେଉଁ ମାନେ କିଛି ବିଜେଡି ବିଧାୟକ ଏବଂ କିଛି ଅଫିସରଙ୍କୁ ଦେଉଛନ୍ତି ସେମାନଙ୍କୁ ବି କୁଆଡେ ନବୀନ ଚକମା ଦେଖାଇ ଦେବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *