ରବିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୧ ଜିନିଷ, ମାଡି ଆସେ ଭୟଙ୍କର ଦରିଦ୍ରତା- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଯେ, ସୌର ମଣ୍ଡଳ ର ସମସ୍ତ ଗ୍ରହ ନିଜର ଉର୍ଜା ସୂର୍ଯ୍ୟ ଦେବ ଙ୍କ ଠାରୁ ହିଁ ଗ୍ରହଣ କରିଥାନ୍ତି।ଆମେ ଏହା ମଧ୍ୟ ଜାଣିଛୁ ଯେ ଆମ କୁଣ୍ଡଳୀ ରେ କୌଣସି ନା କୌଣସି ଗ୍ରହ ର ପ୍ରଭାବ ପଡ଼ିଥାଏ। ଯାହାଦ୍ୱାରା ଆମ କାର୍ଯ୍ୟ ସଫଳ ବା ଅସଫଳ ହୋଇଥାଏ।ଏଥିପାଇଁ ଆମେ ସର୍ବଦା ପ୍ରୟାସ କରିଥାଉ ଯେପରି ଆମ ଗ୍ରହ ସର୍ବଦା ଶାନ୍ତ ରହୁ ବୋଲି। ଏଥିପାଇଁ ଆମେ ବୁଧବାର ଦିନ ବୁଧ ଗ୍ରହ, ଗୁରୁବାର ଦିନ ବୃହସ୍ପତି ଗ୍ରହ, ଶୁକ୍ରବାର ଦିନ ଶୁକ୍ର ଗ୍ରହ ଏବଂ ଶନିବାର ଦିନ ଭଗବାନ ଶନିଦେବ ଙ୍କ ଆରାଧନା କରିଥାଉ।

କିନ୍ତୁ ଯେତେବେଳେ ରବିବାର ଦିନ ର କଥା ଉଠିଥାଏ ତେବେ ଆମେ ସେହି ଦିନକୁ କେବଳ ଛୁଟି ର ଦିନ ବୋଲି ଭାବି ଆରାମ କରିଥାଉ। ରବିବାର ଦିନ ସୂର୍ଯ୍ୟ ଦେବ ଙ୍କ ବାର ବୋଲି ମନା ଯାଇଥାଏ।

କିନ୍ତୁ ଆମେ ଏହି ଦିନ ଛୁଟି ଦିନ ଭାବି କିଛି ଅନୁଚିତ କାର୍ଯ୍ୟ କରିଥାଉ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ଯାହା ରବିବାର ଦିନ କରିବା ଆଦୋୖ ଉଚିତ ହୋଇନଥାଏ ଏବଂ କେଉଁ ଜିନିଷ ଖାଇବା ଉଚିତ ନୁହେଁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ପ୍ରଥମେ ଜାଣିବା ରବିବାର ଦିନ କେଉଁ କାର୍ଯ୍ୟ କରିବା ଅନୁଚିତ ଅଟେ


୧. ବନ୍ଧୁଗଣ ପ୍ରଥମତଃ, ରବିବାର ଦିନ କେବେବି ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଅନିଷ୍ଠ ହୋଇଥାଏ। ଯଦି ଆପଣ ଚାହିଁବେ ତେବେ ଏହି ଦିନ ଓସ୍ତ ଗଛ ମୂଳରେ ଘିଅ ଦୀପ ଲଗାଇ ପାରିବେ ଅଥବା ଧୂପ ଦୀପ ଲଗାଇ ପାରିବେ। କିନ୍ତୁ ଏହି ଦିନ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରିବା ଆଦୋୖ ଉଚିତ ନୁହେଁ।


୨. ବନ୍ଧୁଗଣ ଦ୍ବିତୀୟତଃ, ପ୍ରାୟତଃ ବ୍ୟକ୍ତି ରବିବାର ଦିନ ବିଳମ୍ବ ପର୍ଯ୍ୟନ୍ତ ଶୋଇଥାନ୍ତି। କିନ୍ତୁ ଯଦି ଆପଣ ସୂର୍ଯ୍ୟ ଦେବ ଙ୍କ କୃପାଦୃଷ୍ଟି ଲାଭ କରିବାକୁ ଚାହୁଁଛନ୍ତି ତେବେ, ରବିବାର ଦିନ ସୂର୍ଯୋଦାୟ ପୂର୍ବରୁ ଶଯ୍ୟା ତ୍ୟାଗ କରନ୍ତୁ ଏବଂ ସ୍ନାନ କରନ୍ତୁ। ଏହାପରେ ଏକ ତମ୍ବା ର ଲୋଟା ରେ ଚାଉଳ ଓ କୁମକୁମ ର ଜଳ କୁ ସୂର୍ଯ୍ୟ ଦେବ ଙ୍କୁ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ସୂର୍ଯ୍ୟଦେବ ଙ୍କ ଆଶୀର୍ବାଦ ଅବଶ୍ୟ ପ୍ରାପ୍ତ ହୋଇଥାଏ।


୩. ବନ୍ଧୁଗଣ ତୃତୀୟତଃ, ରବିବାର ଦିନ କେବେବି କେଶ କାଟନ୍ତୁ ନାହିଁ ଅଥବା କେଶରେ ତେଲ ଲଗାନ୍ତୁ ନାହିଁ। ଏହା ଅନୁଚିତ ଅଟେ। ଏହା ସହିତ ସୂର୍ଯ୍ୟ ଦେବ ଙ୍କ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଆପଣ ସୂର୍ଯ୍ୟଦେବ ଙ୍କୁ ରାଶି ତେଲ ଅବଶ୍ୟ ଅର୍ପଣ କରନ୍ତୁ।ଏହାଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଠାରୁ ଆପଣ ମୁକ୍ତି ପାଇ ପାରିବେ।

ବର୍ତ୍ତମାନ ଜାଣିବା ରବିବାର ଦିନ କେଉଁ ଜିନିଷ ଖାଇବା ଉଚିତ ନୁହେଁ


୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି ‘ମସୁର ଡାଲି’। ଶାସ୍ତ୍ର ଅନୁସାରେ ରବିବାର ଦିନ ମସୁର ଡାଲି ଖାଇବା ଆଦୋୖ ଉଚିତ ନୁହେଁ। ଏହାକୁ ନକରାତ୍ମକ ବ୍ୟଞ୍ଜନ ଶ୍ରେଣୀ ରେ ଦେଖା ଯାଇଥାଏ। ରବିବାର ସୂର୍ଯ୍ୟ ଦେବ ଙ୍କ ଦିନ ଅଟେ। ତେଣୁ ସୂର୍ଯ୍ୟ ଦେବ ଙ୍କ ଉପାସକ ମାନେ ଏହି ଦିନ ମସୁର ଡାଲି ଖାଇବା ଅନୁଚିତ ଅଟେ।


୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି, ‘ପିଆଜ ଓ ରସୁଣ’।ଏହା ତାମସିକ ଭୋଜନ ଅଟେ। ତେଣୁ ଏହି ଦିନ ପିଆଜ ଓ ରସୁଣ ର ସେବନ କରିବା ଅନୁଚିତ। ଏହା ସହିତ ‘ନାଲି ଶାଗ’ ମଧ୍ୟ ସେବନ କରିବା ଉଚିତ ନୁହେଁ। କାରଣ ଏହା ଶୀଘ୍ର ଉଠି ଶୀଘ୍ର ନଷ୍ଟ ହୋଇଯାଏ। ତେଣୁ ଅଳ୍ପ ଆୟୁ ଥିବା ଏହି ଶାଗ ର ସେବନ କରିବା ସମ୍ପୂର୍ଣ୍ଣ ରୂପରେ ଅନୁଚିତ ଅଟେ।


୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି, ‘ମାଛ’। ଶାସ୍ତ୍ର ଅନୁସାରେ ଆମିଷ ର ସେବନ କୁ ସମ୍ପୂର୍ଣ୍ଣ ରୂପରେ ଅନୁଚିତ ବୋଲି କୁହା ଯାଇଛି। କିନ୍ତୁ ଯେଉଁ ବ୍ୟକ୍ତି ଆମିଷ ଖାଆନ୍ତି, ସେମାନେ ରବିବାର ଦିନ ମାଛର ସେବନ କରନ୍ତୁ ନାହିଁ।


୪. ବନ୍ଧୁଗଣ ଚତୁର୍ଥ ଜିନିଷ ଟି ହେଉଛି, ‘ରାଶି ତେଲ’।ରବିବାର ଦିନ ସୂର୍ଯ୍ୟ ଦେବ ଙ୍କୁ ରାଶି ତେଲ ଅର୍ପଣ କରନ୍ତୁ କିନ୍ତୁ କୌଣସି ଭୋଜନ ରେ ଏହାର ଉପଯୋଗ ବା ସେବନ କରନ୍ତୁ ନାହିଁ। ଯଦି ଆପଣ ସୁସ୍ଥ ଓ ନିରୋଗ ରହିବାକୁ ଚାହୁଁଛନ୍ତି ତେବେ ରବିବାର ଦିନ ଲୁଣ ଓ ରାଶିତେଲ ଭୋଜନ ରେ ଉପଯୋଗ କରନ୍ତୁ ନାହିଁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *