ରାତିରେ ଭାତ ଖାଇବାରେ ରହିଛି ଏହି ସବୁ ଫାଇଦା, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଆମ ସବୁ ଭାରତୀୟଙ୍କ ଘରେ ମୁଖ୍ୟ ରୂପେ ଖାଇବାରେ ଭାତକୁ ପସନ୍ଦ କରାଯାଇଥାଏ । ଆମେ ସମସ୍ତେ ଏହା ବି ଜାଣିଛେ କି ଭାରତୀୟ ଖାଇବାର ଏକ ପ୍ରମୁଖ ତତ୍ଵ ହେବା ପରେ ବି ଆମେ ଭାତ ବିଷୟରେ କିଛି ବିଶେଷ କଥା ଜାଣି ନାହୁଁ । ଆମେ ସମସ୍ତେ ଖାଲି ଏହା ଜାଣିଛେ କି ଭାତ ମୋଟାପଣ ବଢାଇ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଭାତ ବିଷୟରେ କିଛି ଏମିତି କଥା କହିବାକୁ ଯାଉଛୁ ଯାହା ପ୍ରାୟ ଆପଣ କେବେ ଶୁଣି ନଥିବେ । ଆଜି ଆମେ ଆପଣଙ୍କୁ ଭାତର କିଛି ବିଶେଷ ଗୁଣ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀର ପାଇଁ ଲାଭକାରୀ ହୋଇଥାଏ ।

ଭାତ ଖାଇବାର ଉପକାରିତା

ଭାତରୁ ବହୁତ ଭିଟାମିନ ଏବଂ ମିନେରାଲ୍ସ ମିଳିଥାଏ ,ପେଟ ଖରାପ ହେବା ସମୟରେ ଭାତ ଖାଇବାକୁ ପରାମର୍ଶ ଦିଆଯାଏ କିନ୍ତୁ ଆମକୁ ବ୍ରାଉନ ରାଇସ ଖାଇବା ଦରକାର କାରଣ ସ୍ୱାସ୍ଥ୍ୟ ହିସାବରେ ଧଳା ଭାତ ଠାରୁ ଭଲ ହୋଇଥାଏ ବ୍ରାଉନ ଭାତ, ଡାଇବେଟିସ ପାଇଁ ରୋଗୀଙ୍କୁ ଭାତ ଖାଇବା ଦରକାର, ଭାତ ଖାଇବା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ।

ଭାତ ଖାଇବା ଦ୍ଵାରା ଶରୀରକୁ ଏନର୍ଜି ମିଳିଥାଏ ,ଏହା ଦ୍ଵାରା ଶରୀରକୁ କାର୍ବୋହାଇଡ୍ରେଟ ମିଳିଥାଏ ଯାହାଦ୍ୱାରା ମସ୍ତିଷ୍କ ଭଲଭାବେ କାମ କରିଥାଏ । ଗରମରେ ଭାତ ଖାଇବା ନିହାତି ଦରକାର କାରଣ ଏହା ଖାଇବା ଦ୍ଵାରା ଶରୀରକୁ ଥଣ୍ଡା ମିଳିଥାଏ । ରାତିରେ ଭାତ ଡାଲି ଖାଇବା ଦ୍ଵାରା ଏହା ଆମ ଶରୀରରେ ଫ୍ୟାଟ ଷ୍ଟୋରେଜକୁ ନିୟନ୍ତ୍ରିତ କରୁଥିବା ଲେପ୍ଟିନର କାର୍ଯ୍ୟ କ୍ଷମତାକୁ ବଢାଇବାର କାମ କରିଥାଏ, ଯାହାଦ୍ୱାରା ଓଜନ ନିୟନ୍ତ୍ରିତ ରହିଥାଏ ।

ଭାତରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ ରହିଥାଏ ଯାହା କି ଶରୀରକୁ ଶକ୍ତି ଦେବାର କାମ କରିଥାଏ । ଏହି ଶକ୍ତିର ଆବଶ୍ୟକତା ଶରୀରର ସବୁ ଭାଗକୁ ହୋଇଥାଏ । ମସ୍ତିଷ୍କ ଏହି ଶକ୍ତି ଦ୍ଵାରା ଶରୀରକୁ ସଂଚାଳନ କରିଥାଏ । ଭାତରେ ସୋଡିୟମର ମାତ୍ରା ଅଧିକ ଥାଏ । ଏହା ସେହି ଲୋକଙ୍କ ପାଇଁ ସବୁଠାରୁ ଭଲ ଅଟେ ଯାହାର ହାଇ ବ୍ଲଡ଼ପ୍ରେସର ଓ ହାଇପରଟେନସନ ର ସମସ୍ୟା ଅଛି । ଭାତ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ହୋଇଥାଏ । ଏଥିରେ ହାନିକାରକ ଫ୍ୟାଟ ନଥାଏ କି କୋଲେଷ୍ଟ୍ରଲ ଏବଂ ସୋଡିୟମ ନଥାଏ ।

ଭାତରେ ମେଥିଓମିନ, ଭିଟାମିନ ବି-୧ ଏବଂ ଷ୍ଟ୍ରାର୍ଚ ମିଳିଥାଏ ,ଯେଉଁଥିରେ ମେଥିଓମିନ ଏକ ପ୍ରକାରର ଏମିନୋ ଏସିଡ ହୋଇଥାଏ ଓ ଏଥିରୁ ସଲଫର ପ୍ରଚୁର ମାତ୍ରାରେ ମିଳିଥାଏ । ଯାହା ତ୍ଵଚାର କେତେକ ସମସ୍ୟାରୁ ମୁକ୍ତି ଦେବା ପାଇଁ ସାହାଯ୍ୟ କରିଥାଏ । ଭାତରେ ଅଧିକ ମାତ୍ରାରେ ଫାଇବର ଥାଏ ,ଯାହା ଆପଣଙ୍କର ପାଚନ ତନ୍ତ୍ର ଠିକ ଭାବରେ ଚଳାଇବାରେ ସାହାଯ୍ୟକାରୀ ହୋଇଥାଏ ,ଏହା ଆପଣଙ୍କୁ ଡାଇବେଟିସ ଭଳି ରୋଗରୁ ବି ବଞ୍ଚାଇ ଥାଏ ।

Leave a Reply

Your email address will not be published. Required fields are marked *