Vastu Tips- ମନିପର୍ସ ରେ କଣ ରଖିଲେ ହୋଇଥାଏ ଧନ, ଟଙ୍କା ଆଉ ସୁନା ର ବର୍ଷା

ନମସ୍କାର ବନ୍ଧୁଗଣ ଆଜି ଆମେ ନିଜ ପର୍ସ ରେ ଏପରି କିଛି ଜିନିଷ ଅଛି ଯାହାକୁ ରଖିଲେ ଆମର ଧନ ର ବୃଦ୍ଧି ହେବ ଏବଂ ତା ସହିତ ଅଯଥା ଖର୍ଚ୍ଚ ହେବ ନାହିଁ । ସର୍ଵଦା ଧନ ପାଖରେ ରହିବ ସେହି ବିଷୟରେ ଆଲୋଚନା କରିବା । ପର୍ସ କୁ କିଣିବା ଅପେକ୍ଷା ଯଦି କେହି ତାକୁ ଉପହାର ଦିଏ ତେବେ ତାହା ଅଧିକ ଲାଭଦାୟକ ହୋଇଥାଏ । ଦ୍ଵିତୀୟ କଥାଟି ହେଉଛି ଆପଣ ଯେଉଁ ପର୍ସ କୁ ରଖୁଛନ୍ତି ତାହାକୁ ପ୍ରତି ବର୍ଷ ରେ ଥରେ ବଦଳାଇ ଥାଆନ୍ତୁ । ଏହା ଦ୍ୱାରା ମଧ୍ୟ ଲାଭ ମିଳିବ ।

କେହି କେହି ଭାବନ୍ତି କି ଏହି ପର୍ସ ଟି ହେଉଛି ମୋ ପାଇଁ ଶୁଭ ଯେବେଠୁ ମୋ ପାଖରେ ଅଛି ସେବେଠାରୁ ମୋର ଧନ ବୃଦ୍ଧି ହେଉଛି କିମ୍ବା ମୁଁ ଖୁସିରେ ଅଛି । ଏହା ଭାବିବା ଭୁଲ । କାରଣ ପର୍ସ ପୁରୁଣା ହେବା ମାତ୍ରକେ ତାକୁ ବଦଳାଇ ଦିଅନ୍ତୁ ।

 

କାରଣ ଟଙ୍କା ପଇସା କୁ ଆମେ ମାତା ଲକ୍ଷ୍ମୀ କହିଥାଉ ତେଣୁ ମାତା ଲକ୍ଷ୍ମୀ କେବେବି ଅପରିଷ୍କାର ସ୍ଥାନରେ ରହିବା ପସନ୍ଦ କରନ୍ତି ନାହିଁ । ତେଣୁ ନିଜ ପର୍ସ କୁ ବର୍ଷକୁ ଥରେ ବଦଳାଇ ଦିଅନ୍ତୁ ।
ଯେତେବେଳେ ପୁରୁଣା ପର୍ସ କୁ ବଦଳାଇ ନୂତନ ପର୍ସ ନେବେ ସେତେବେଳେ ସେହି ପୁରୁଣା ପର୍ସ କୁ ଏଣେ ତେଣେ ନ ଫୋପାଡ଼ି କିମ୍ବା କାହାକୁ ନ ଦେଇ ଏକ ଗଛ ମୂଳରେ ରଖିଦେବା ଉଚିତ ଏବଂ ଆଜି କାଲିର ଆଧୁନିକ ଯୁଗରେ ସବୁ କାର୍ଯ୍ୟ ଅନଲାଇନ ମାଧ୍ୟମରେ ହେଉଛି ।

ଦରମା ମଧ୍ୟ ଅନଲାଇନ ରେ ମିଳୁଛି ଏବଂ ଆମେ ମାନେ ସେହି ଅନଲାଇନ ରେ ହିଁ ପାଇସା ଖର୍ଚ୍ଚ କରୁଛୁ କିନ୍ତୁ ଏଭଳି କରିବା ଉଚିତ ନୁହେଁ ଏବଂ ଆଉ କିଛି ଲୋକ ନିଜ ପାଖରେ ପର୍ସ ମଧ୍ୟ ରଖନ୍ତି ନାହିଁ କିନ୍ତୁ ଏଭଳି କରିବା ଅନୁଚିତ । ସର୍ଵଦା ନିଜ ପାଖରେ ପର୍ସ ଏବଂ ତା ଭିତରେ କିଛି ପଇସା ରଖିବା ଆବଶ୍ୟକ ଏବଂ ଘରର କୌଣସି ବି ଝିଅ କିମ୍ବା ସ୍ତ୍ରୀ କିମ୍ବା ମାଆ ଙ୍କୁ ସେହି ପଇସା ଦିଅନ୍ତୁ । ଏହା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ଖୁସି ହୋଇ ଥାଆନ୍ତି ଏବଂ ଅଯଥା ଖର୍ଚ୍ଚ ହୁଏ ନାହିଁ ।

ଯେଉଁମାନେ ପର୍ସ ବ୍ୟବହାର କରୁଛନ୍ତି ସେମାନେ ନୋଟ ସବୁ ସାଇଜ ଭାବରେ ରଖନ୍ତୁ । ପର୍ସ ଭିତରେ କାହାରି ବି ଫୋଟୋ ରଖନ୍ତୁ ନାହିଁ । ସେ ବାପା ମାଆ କିମ୍ବା ପିଲା ସ୍ତ୍ରୀ କାହାର ଫୋଟୋ ବି ରଖନ୍ତୁ ନାହିଁ । କୌଣସି ବିଲ ମଧ୍ୟ ରଖନ୍ତୁ ନାହିଁ । କିମ୍ବା କାହାର ଭିସିଟିଙ୍ଗ କାର୍ଡ ମଧ୍ୟ ରଖନ୍ତୁ ନାହିଁ । ଏହା ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ । ସମସ୍ୟା ମଧ୍ୟ ଦେଖା ଦେଇଥାଏ ସେଥିପାଇଁ ପର୍ସ ରେ ଏହି ଜିନିଷ କେବେ ରଖନ୍ତୁ ନାହିଁ ଏବଂ ନିଜର ପର୍ସ କୁ ସର୍ଵଦା ସଫା ରଖନ୍ତୁ । ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି ।

ତେବେ ଚାଲନ୍ତୁ ଜାଣିନେବା ପର୍ସ ରେ କଣ ରଖିବା ଉଚିତ ।

୧- ପ୍ରଥମ ରେ ହେଉଛି ରୁପା କଏନ । ସର୍ଵଦା ନିଜ ପର୍ସ ରେ ଏକ ରୁପା କଏନ ରଖିବା ଉଚିତ । ସେହି ରୂପା କଏନ କୁ ମାତା ଲକ୍ଷ୍ମୀ ଙ୍କ ପାଖରେ ପୂଜା କରି ନିଜ ପର୍ସ ରେ ରଖିବା ଉଚିତ । ଏହା ଦ୍ୱାରା ଆପଣଙ୍କ ଧନ ବୃଦ୍ଧି ହୁଏ ଏବଂ ଅଯଥା ଖର୍ଚ୍ଚ ହୁଏ ନାହିଁ ।

୨-ଦ୍ଵିତୀୟ ରେ ହେଉଛି କଉଡ଼ି । ଆପଣ ରୁପା କଏନ ନ ରଖି ପାରିଲେ ଆପଣ ଏକ କଉଡ଼ି ମଧ୍ୟ ରଖି ପାରିବେ ଏହା ଦ୍ୱାରା ମଧ୍ୟ ଧନ ର ବୃଦ୍ଧି ହେବ ଏବଂ ଅଯଥା ଖର୍ଚ୍ଚ ରୁ ବଞ୍ଚି ପାରିବେ ।

୩- ତୃତୀୟ ରେ ହେଉଛି କିଛି ଅରୁଆ ଚାଉଳ କୁ ମାତାଙ୍କ ଆଗରେ ପୂଜା କରାଇ ସେଥିରୁ କିଛି ଏକ ଲାଲ କପଡ଼ାରେ ବାନ୍ଧି ନିଜ ପର୍ସ ରେ ରଖି ପାରିବେ ଏହା ଦ୍ୱାରା ମଧ୍ୟ ଧନ ର ବୃଦ୍ଧି ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *