ଦେଶରେ ବଢୁଛି କରୋନାର ଆତଙ୍କ, ତ ସପ୍ତାହରେ ମାତ୍ର 2 ଥର ଏହାକୁ ପିଇ ନିଅନ୍ତୁ, ଥଣ୍ଡା କାଶ ସବୁ ଗାୟବ ହେଇଯିବ- Immunity Booster

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ବର୍ତ୍ତମାନ ସମୟରେ ସମସ୍ତେ କୋରନା ଭାଇରସ୍ ପାଇଁ ବହୁତ ଚିନ୍ତିତ ଅଛନ୍ତି । କାରଣ ଏହି ଭାଇରସ୍ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି ଏବଂ ବହୁତ ଜଣ ଏହି ଭାଇରସ ରେ ସଂକ୍ରମିତ ହୋଇ ନିଜ ପ୍ରାଣ ମଧ୍ୟ ହରାଇଛନ୍ତି । ସେଥିପାଇଁ ସରକାର ସମସ୍ତ ଙ୍କୁ ଘରେ ସୁରକ୍ଷିତ ରହିବା ଏବଂ ସମସ୍ତଙ୍କୁ ସାନିଟାଇଜର ଏବଂ ମାସ୍କ ପିନ୍ଧିବା ପାଇଁ ନିର୍ଦେଶ ମଧ୍ୟ ଦେଇଛନ୍ତି ଏବଂ କୌଣସି ଭିଡ଼ ଜାଗା ରେ ନ ଯିବାକୁ ଏକାଠି ହୋଇ ନ ବସିବାକୁ ମଧ୍ୟ ବାରଣ କରା ଯାଇଛି ।

ଏହି କୋରନା ଭାଇରସ ରୁ ବଞ୍ଚିବା ପାଇଁ ନିଜ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ କାଢ଼ା ସମ୍ବନ୍ଧରେ କହିବୁ ଯାହାକୁ ଘରେ ପ୍ରସ୍ତୁତ କରି ଆପଣ ପିଇବା ଦ୍ୱାରା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ର ବୃଦ୍ଧି ଘଟିବ ଏବଂ ଆପଣ ଏହି ଭୟଙ୍କର କୋରନା ମହାମାରୀ ରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହି କାଢ଼ା କୁ କିପରି ପ୍ରସ୍ତୁତ କରାଯିବ ।

ବନ୍ଧୁଗଣ ଏହି କାଢ଼ା ପ୍ରସ୍ତୁତି ନିମନ୍ତେ ଆପଣ ପ୍ରଥମେ ଦୁଇଟି ଛୋଟ ସବୁଜ ଗୁଜୁରାତି ନିଅନ୍ତୁ । ଆପଣ ଚାହିଁଲେ ଏକ ବଡ଼ କଳା ଗୁଜୁରାତି ମଧ୍ୟ ନେଇ ପାରିବେ । ଗୁଜୁରାତି ରେ ଥିବା ଆଣ୍ଟି ଏମ୍ପ୍ଲମେଣ୍ଟରୀ ପ୍ରାପୋଟି ରହିଥାଏ ଯାହା ଆମ ଶରୀରର ଇମ୍ୟୁନିଟି ପାୱାର କୁ ବଢ଼ାଇବା ରେ ସହାୟକ ହୋଇଥାଏ ।

ଏହାପରେ ଆପଣ ୪ ରୁ ୫ ଟି ଲବଙ୍ଗ ଏବଂ ଅଳ୍ପ ଗୋଲମରିଚ ନିଅନ୍ତୁ । ଲବଙ୍ଗ ରେ ଥିବା ପୋଷକ ତତ୍ତ୍ୱ ଥଣ୍ଡା, କାଶ ଓ ସର୍ଦ୍ଦି ଭଳି ରୋଗରୁ ମୁକ୍ତି ଦେଇଥାଏ ଏବଂ ଗୋଲମରିଚ ରେ ଥିବା ଭିଟାମିନ ସି ମଧ୍ୟ ଆମ ଶରୀରର ଇମ୍ୟୁନିଟି ପାୱାର କୁ ବୁଷ୍ଟ୍ କରିଥାଏ । ଏହାପରେ ଆପଣ ଦେଢ଼ ଚାମଚ ପାନ ମଧୁରୀ ନିଅନ୍ତୁ । ପାନ ମଧୁରୀ ରେ ଥିବା ପୋଷକ ତତ୍ତ୍ୱ ଆମ ଗଳା ର ବିଭିନ୍ନ ସମସ୍ୟା କୁ ଦୂର କରିଥାଏ । ତେବେ ଆପଣ ଏହି ଚାରୋଟି ସାମଗ୍ରୀ କୁ ଗ୍ୟାସ ରେ ଏକ ପ୍ୟାନ ଚଢାଇ ଅଳ୍ପ ଆଞ୍ଚ ରେ ଗରମ କରିବେ । ଏହାପରେ ସେହି ସାମଗ୍ରୀ ଗୁଡ଼ିକୁ ଗ୍ୟାସ ରୁ ଓଲ୍ହାଇ ହେମ ଦସ୍ତା ରେ ଭଲ ଭାବରେ ଛେଚି ଏହାର ଗୁଣ୍ଡ ପ୍ରସ୍ତୁତ କରିବେ ।

ଏହାପରେ ଆପଣ ଗ୍ୟାସ ରେ ଏକ ପାତ୍ର ଚଢାଇ ସେଥିରେ ୪ କପ୍ ପାଣି ପକାନ୍ତୁ । ଏହାପରେ ସେଥିରେ ଚକ୍ର ଫୁଲ ର ୪ ୫ ଟି ପାଖୁଡ଼ା କୁ ପକାନ୍ତୁ । ଏହା ଆମ ଇମ୍ୟୁନିଟି ପାୱାର କୁ ବୁଷ୍ଟ୍ କରିଥାଏ । ଏହାପରେ ଆପଣ ସେଥିରେ ଏକ ଡାଲଚିନି ଓ ଏକ ତେଜ ପତ୍ର କୁ ଛିଣ୍ଡାଇ ପକାନ୍ତୁ । ଏହା ମଧ୍ୟ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇଥାଏ । ଏହାପରେ ଆପଣ ସେହି ୪ ଟି ସାମଗ୍ରୀ ର ଗୁଣ୍ଡ କୁ ଏଥିରେ ପକାନ୍ତୁ ।

ଏହାପରେ ଅଦା କୁ ଛେଚି ପକାନ୍ତୁ । ଅଦା ରେ ଥିବା ପୋଷକ ତତ୍ତ୍ୱ ଆମକୁ ଥଣ୍ଡା ସମସ୍ୟା ରୁ ଦୂରରେ ରଖିଥାଏ । ଏହାପରେ ଆପଣ ଶେଷରେ ଦେଢ଼ ଚାମଚ ହଳଦୀ ଗୁଣ୍ଡ ପକାନ୍ତୁ । ହଳଦୀ ରେ ଥିବା ଆଣ୍ଟି ଅକ୍ସୀଡେଣ୍ଟ ଆମ ଶରୀରର ଇମ୍ୟୁନିଟି ପାୱାର କୁ ବୁଷ୍ଟ୍ କରିବାରେ ସହାୟକ ହୋଇଥାଏ ।

ଆପଣ ଏହି ସବୁ ସାମଗ୍ରୀ କୁ ଭଲ ଭାବରେ ଅଳ୍ପ ଆଂଚ ରେ ଫୁଟାନ୍ତୁ । ୧୫ ମିନିଟ ପର୍ଯ୍ୟନ୍ତ ଫୁଟାଇବା ପରେ ଏହାକୁ ଆପଣ ଏକ କପ୍ ରେ ଛାଣି ରଖି ଦିଅନ୍ତୁ । ଆପଣ ଏହି କାଢ଼ା କୁ ମିଠା କରିବା ପାଇଁ ମହୁ ଅଥବା ଗୁଡ଼ ର ପ୍ରୟୋଗ କରି ପାରିବେ । କିନ୍ତୁ ଧ୍ୟାନ ରଖିବେ ଯେ ମହୁ ଆପଣ କାଢ଼ା କୁ କପ୍ ରେ କାଢ଼ିବା ପରେ ହିଁ ମିଶାଇବେ । ନଚେତ ଏହାର ପ୍ରଭାବ କମିଯାଏ ।
ତେବେ ବନ୍ଧୁଗଣ ବର୍ତ୍ତମାନ ଆପଣଙ୍କ କାଢ଼ା ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ନିଶ୍ଚିତ ଭାବରେ ସପ୍ତାହ କୁ ଦୁଇ ଥର ଏକ କପ୍ପ କାଢ଼ା କୁ ଏଭଳି ଭାବରେ ପ୍ରସ୍ତୁତ କରି ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ର ବୃଦ୍ଧି ଘଟିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *