ରାଷ୍ଟ୍ରପତିଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ ପଦ୍ମଶ୍ରୀ ଉପାଧି ପ୍ରାପ୍ତ Purnamasi Jani, ହାତ ଧରି ନେଲେ ରାଷ୍ଟ୍ରପତି

ଦର୍ଶକ ବନ୍ଧୁ ଆମ ଦେଶର ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ଦ୍ରୌପଦୀ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ସେ ଆମ ଓଡ଼ିଶାର ଝିଅ ଭାବେ ପ୍ରଥମ ରାଷ୍ଟ୍ରପତି ଭାବେ ବିବେଚିତ ହେବାରେ ସଫଳ ହୋଇଛନ୍ତି । ଆଜି ଯାଏଁ ଆମ ଓଡିଶାରେ କୌଣସି ମହିଳା ଏତେ ବଡ ପଦ ହାସଲ କରିପାରି ନାହାନ୍ତି ଯାହା ମୁର୍ମୁ କରି ଦେଖାଇଛନ୍ତି ।

ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ ଅତି ସୁନ୍ଦର ଭାବରେ ନିଜ ଦାୟିତ୍ଵ ନିର୍ବାହ କରୁଛନ୍ତି । ସେ ନିଜ ସ୍ଵାମୀ ଆଉ ଦୁଇ ପୁଅଙ୍କୁ ହରାଇଛନ୍ତି ଆଉ ନିଜ ଜୀବନରେ ବହୁତ ଦୁଃଖ କଷ୍ଟ ସହି ଛନ୍ତି । ତେବେ ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଛନ୍ତି । ସେ ବର୍ତ୍ତମାନ କିଛି ସମୟହେବ ଏକ ଭିନ୍ନ କାମ ପାଇଁ ଚର୍ଚ୍ଚା କୂଅ ଆସିଛନ୍ତି ଯାହାକୁ ଜାଣିଲେ ଆପଣ ବି ଖୁସି ଅନୁଭବ କରିବେ ।

ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ଭିଡିଓରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ଣ୍ଣମାସୀଙ୍କୁ ଆୱାର୍ଡ ଦେଉଥିବାର ନଜର ଆସୁଛନ୍ତି । ସେହି ସମୟରେ ପୂର୍ଣ୍ଣମାସୀ ଦ୍ରୌପଦୀଙ୍କୁ ପ୍ରଥମେ ନମସ୍କାର କରୁଛନ୍ତି ତା ପରେ ତାଙ୍କୁ ପ୍ରଣାମ କରିବାକୁ ଚେଷ୍ଟା କରୁଛନ୍ତି ।

ସେହି ସମୟରେ ଦ୍ରୌପଦୀ ପୂର୍ଣ୍ଣମାସୀଙ୍କ ହାତ ଧରି ଦେଉଛନ୍ତି । ଦ୍ରୌପଦୀଙ୍କ ଏହି ସ୍ଵଭାବ ଦେଖି ସମସ୍ତ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି । ପୂର୍ଣ୍ଣମାସୀ କଳା, ସାହିତ୍ୟ ଓ ସମାଜସେବା ଆଦି ଦିଗରେ ଜାଜଲ୍ୟବାନ ପ୍ରତିଭା ଅଟନ୍ତି । ପୂର୍ଣ୍ଣମାସୀ 1994 ମସିହା କନ୍ଧମାଳ ଜିଲ୍ଲାର ଚାରିପଡା ଗ୍ରାମରେ ସେ ଭୂମିଷ୍ଠ ହୋଇଥିଲେ ।

ସେ ନିଜ ଜୀବନରେ ବହୁ ଘାଟ ପ୍ରତିଘାତକୁ ସମାନ କରି ସାଧାରଣ ଆଦିବାସୀ ନାରୀ ଭାବେ ଅସାଧାରଣ ବ୍ୟକ୍ତିତ୍ବ କୁ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି ।  ମାତ୍ର 10 ବର୍ଷ ବୟସରେ ରହସ୍ୟବାଦୀ କବି ଓ ଉଶ୍ଚର୍ଗୀକୃତ ସମାଜବାଦୀ କର୍ମକର୍ତ୍ତା ରୂପରେ ପରିଚିତ ହୋଇପାରିଛନ୍ତି । ଓଡିଆ ଓ ସଂସ୍କୃତ ଭାଷାରେ ରଚିତ ତାଙ୍କର କବିତା ଗୁଡିକ ରାମାୟଣ, ଭଗବତ ଓ ନୃସିଙ୍ଘ ପୁରାଣ ଭଳି ଉଚାଙ୍ଗ ସାହିତ୍ଯର କଥା ବସ୍ତୁକୁ ନେଇ ଆଧାରିତ ।

ପୂର୍ଣ୍ଣମାସୀଙ୍କ ରଚନା ଗୁଡିକ 80 ହଜାରରୁ ଅଧିକ ରହିଛି । ସାମାଜିକ ସଂସ୍କାର ତଥା ମୂଲ୍ଯବୋଧର ପ୍ରତିଷ୍ଠା ହେଉଛି ପୂର୍ଣ୍ଣମାସୀଙ୍କ ଅନ୍ତ ସ୍ଵର । ପୂର୍ଣ୍ଣମାସୀଙ୍କ କବିତା ଗୁଡିକ 6 ଗୋଟି ପୁସ୍ତକରେ ପ୍ରକାଶିତ ହୋଇଛି । ସେ 2021ରେ ମର୍ଯ୍ୟାଦା ଆଣକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତେଣୁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରା ଯାଇଛି ।

ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *