ପୁରୀ ଜଗନ୍ନାଥ ମନ୍ଦିରର 10 ଟି ଆଶ୍ଚର୍ଯ୍ୟଚକିତ କରିଦେବା ଭଳି କଥା ! Jaganath temple

ବନ୍ଧୁଗଣ ପୁରୀ ଜଗନ୍ନାଥ ମନ୍ଦିର ବିଶ୍ଵପ୍ରସିଦ୍ଧ ଏକ ମନ୍ଦିର ଅଟେ । ପ୍ରତିବର୍ଷ ପ୍ରଭୁ ଜଗନ୍ନାଥଙ୍କର ରଥ ଯାତ୍ରା କାର୍ଯ୍ୟକ୍ରମ ପୁରୀ ସମେତ ଅନ୍ୟ ଜାଗାରେ ମଧ୍ୟ କରାଯାଇଥାଏ । ତେବେ ପୁରୀ ଜଗନ୍ନାଥ ମନ୍ଦିରର ରଥଯାତ୍ରା ଦେଖିବା ପାଇଁ ଅନେକ ସ୍ଥାନରୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଗନ୍ନାଥ ମନ୍ଦିରର 10 ଟି ଆଶ୍ଚର୍ଯ୍ୟ ଜନକ ରହସ୍ୟ ସମ୍ପର୍କରେ ଜଣାଇବାକୁ ଯାଉଛୁ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ଏହି ସମ୍ପର୍କରେ ଜାଣିବା ।

1- ପ୍ରକୃତି ଅନୁସାରେ ସବୁ ଜିନିଷ ପବନର ଦିଗ ଅନୁଯାଇ ଉଡିଥାଏ । ହେଲେ ପୁରୀ ଜଗନ୍ନାଥ ମନ୍ଦିର ଉପରେ ଥିବା ପତାକାଟି ପବନର ବୀପରୀତ ଦିଗରେ ଉଡିଥାଏ । 2- ଦିନ ହେଉ ଅବା ରାତି କୌଣସି ପକ୍ଷୀ ଜଗନ୍ନାଥ ମନ୍ଦିରର ଉପରେ ବୁଲିନଥାନ୍ତି ।

3- ପୁରୀ ଜଗନ୍ନାଥ ମନ୍ଦିରର ନୀଳଚକ୍ର, ଏହି ଚକ୍ରରେ ଏମିତି ରହସ୍ୟ ଅଛି । ଯେ ଯେତେବେଳେ ବି ଯେକୌଣସି ବ୍ୟକ୍ତି ଯେମିତି ଭାବେ ଦେଖିବେ । ସେତେବେଳେ ବ୍ୟକ୍ତିଙ୍କୁ ଏହି ନୀଳଚକ୍ରଟି ସେହି ବ୍ୟକ୍ତି ଆଡକୁ ମୁହଁ କରି ରହିଲା ପରେ ଦେଖାଯାଇଥାଏ । 4- ପୃଥିବୀର କେଉଁ ମଧ୍ୟ ସମୟରେ ସମୁଦ୍ର ମୁହାଣରେ ଦିନ ସମୟରେ ସମୂଦ୍ରରୁ ଭୂମୀକୁ ଆଉ ରାତି ସମୟରେ ଭୂମୀରୁ ସମୁଦ୍ରକୁ ପବନ ବହିଥାଏ । ହେଲେ ପୁରୀ ସମୁଦ୍ରର ମୁହାଣରେ ଠିକ ଏହାର ବୀପରୀତ ହୋଇଥାଏ ।

5- ପୁରୀ ମନ୍ଦିରର ମୁଖ୍ୟଦ୍ଵାର ଯାହାକୁ ଆମେ ସିଂହଦ୍ଵାର ବୋଲି ମଧ୍ୟ କହିଥାଉ । ଯେତେବେଳେ ଆପଣ ମାନେ ସିଂହ ଦ୍ଵାରକୁ ପ୍ରବେଶ କରିଥାନ୍ତି । ସେତେବେଳେ ସିଂହଦ୍ଵାରରେ ସମୁଦ୍ରର ଧ୍ୱନି ଶୁଣାଯାଇନଥାଏ । ହେଲେ ପୁରୀର ଅନ୍ୟ ଜାଗାରେ ଛିଡା ହେଲେ ସମୁଦ୍ରର ଆବାଜ ଶୁଣିବାକୁ ମିଳିଥାଏ ।

6- ପୁରୀ ମନ୍ଦିରରେ ରୋଷେଇ କରିବା ଏପାଇଁ ପ୍ରତ୍ଯେକ ଦିନ ଗୋଟିଏ ପରିମାଣର ରୋଷେଇ କରାଯାଇଥାଏ । କେବେ ମଧ୍ୟ ଏହି ମହାପ୍ରସାଦ ବଳିନଥାଏ କି ନିଅଣ୍ଟିଆ ମଧ୍ୟ ହୋଇନଥାଏ । 7- ପୁରୀ ରୋଷେଇ ଘରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମହାପ୍ରସାଦ 400 ରନ୍ଧାଳୀ ଓ ସେମାନଙ୍କ ସହଯୋଗୀ କାମ କରିଥାନ୍ତି । ରୋଷେଇ ଶାଳାରେ ରୋଷେଇ ବେଳେ 7 ଟି ହାଣ୍ଡିକୁ ଗୋଟିଏ ପରେ ଗୋଟିଏ ରଖି ପ୍ରସାଦ ପ୍ରସ୍ତୁତ କରାଯାଇଥାଏ । ହେଲେ ଉପରେ ଥିବା ହାଣ୍ଡିର ଖାଦ୍ୟ ସର୍ବପ୍ରଥମେ ପ୍ରସ୍ତୁତ ହୋଇଯାଇଥାଏ ।

8- ସିଂହ ଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭ ଲମ୍ବାରେ ବହୁତ ଉଚ୍ଚ ଦେଖାଯାଇଥାଏ । ହେଲେ ସେହି ଅରୁଣ ସ୍ତମ୍ଭର ଛାଇ ମନ୍ଦିର ଉପରେ ଅଦୃଶ୍ୟ ରହିଥାଏ । 9- କିଛି ବର୍ଷ ପୂର୍ବେ ଏକ ବଡ ପଥର ମନ୍ଦିର ଉପରୁ ଖସି ଯାଇଥିଲା । ହେଲେ ସେହି ପଥରଟି ମନ୍ଦିରର କେଉଁ ସ୍ଥାନରୁ ଖସିଥିଲା ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ରହସ୍ୟ ହୋଇ ରହିଛି । 10- ମନ୍ଦିର ଭିତରର ବାମ ପଟରେ ଏକ ବଟବୃକ୍ଷ ଅଛି । ତେବେ ସେହି ବୃକ୍ଷଟି ବହୁ ପୁରାତନ କାଳରୁ ସେହି ସ୍ଥାନରେ ହିଁ ରହିଛି । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *