ବୁଦ୍ଧିମାନ୍ ବ୍ୟକ୍ତି ଏହି ୪ଟି କଥା ଅନ୍ୟକୁ କୁହନ୍ତୁ ନାହିଁ ।

ବନ୍ଧୁଗଣ ପ୍ରାଚୀନ ତକ୍ଷଶିଳା ର ଗୁରୁକୁଳରେ ଅର୍ଥ ଶାସ୍ତ୍ର ମହାନ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ଵାରା ରଚିତ ଚାଣକ୍ୟ ନୀତି ରେ ମଣିଷ ଜୀବନରେ ସଫଳ ଓ ସୁଖୀ ହୋଇ ବଞ୍ଚିବା ପାଇଁ ଉଲେଖ ରହିଛି । ଏହି ଗ୍ରନ୍ଥରେ କୁହା ଯାଇଥିବା ନୀତି ମଣିଷର ସଫଳ ଜୀବନ ପାଇଁ ବହୁତ ଉପୋଯୋଗୀ ଅଟେ । ଆଜି ଆମେ ଜାଣିବା ଚାଣକ୍ୟ ନୀତି ରେ ଲେଖା ଥିବା କିଛି ଖାସ କଥା ବିଷୟରେ । ବୁଦ୍ଧିମାନ ବ୍ୟକ୍ତି କେବେ ବି ଏହି 4ଟି କଥାକୁ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ଅନେକ ସମୟରେ ଜଣା ଅଜଣା ରେ ବ୍ୟକ୍ତି ଆଉ କାହାକୁ ନିଜର ଗୁପ୍ତ କଥା କହିଥାନ୍ତି । ଯାହା ଭବିଷ୍ୟତ ରେ ଦୁଃଖ ଓ ଅସୁବିଧାର କାରଣ ହୋଇଥାଏ ।

1- ବ୍ୟକ୍ତି କୁ ନିଜର ହଜି ଯାଇଥିବା ସମ୍ପତି ବା ଆର୍ଥିକ ସ୍ଥିତି ବିଷୟରେ ଅନ୍ୟ ଆଗରେ କହିବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ଅନ୍ୟ କେହି ବ୍ୟକ୍ତି ଆର୍ଥିକ ସାହାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଇଥାନ୍ତି । ଏଣୁ ଏହି କଥାକୁ ସବୁବେଳେ ଗୁପ୍ତ ରଖିବା ହିଁ ବୁଦ୍ଧିମାନର ସଂକେତ ହୋଇଥାଏ ।

2- ଜୀବନରେ ଦୁଃଖ ର କଥା କାହାକୁ ବି କହିବା ଉଚିତ ନୁହେଁ । କାରଣ ହୋଇପାରେ କି ଅନ୍ୟ କେହି ଆମ ଦୁଃଖ ର ଫାଇଦା ଉଠାଇ ପାରନ୍ତି । ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁ ମାନେ ଅନ୍ୟ ର ଦୁଃଖ ଦେଖି ତାର ମଜାକ ଉଡାଇଥାନ୍ତି । ଏଣୁ ଏହି କଥାକୁ କେବେ ବି କହିବା ଉଚିତ ନୁହେଁ ।

3- ଚାଣକ୍ୟ ନୀତି ରେ ଲେଖା ଯାଇଛି ସ୍ତ୍ରୀ ର ଚରିତ୍ର ବିଷୟରେ କାହାକୁ କହିବା ଉଚିତ ନୁହେଁ । ବୁଦ୍ଧିମାନ ପୁରୁଷ ନିଜ ସତରେ ସହ ଜଡିତ କୌଣସ ବି କଥା, ଘରର କଳହ ଇତ୍ୟାଦି ଅନ୍ୟ ଆଗରେ କହିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ସମାଜରେ ଅପମାନ ହେବାକୁ ପଡିଥାଏ । ଏଣୁ ସ୍ତ୍ରୀ ଓ ପରିବାରର କଥା ଅନ୍ୟ ଆଗରେ କହିବା ଉଚିତ ନୁହେଁ । ସେହିପରି ଘରର ମହିଳା ମାନେ ମଧ୍ୟ ଏହି କଥାକୁ ବାହାରେ ପ୍ରକାଶ କରିବା ଉଚିତ ନୁହେଁ ।

4- ଚାଣକ୍ୟ ନୀତି ଅନୁଯାୟୀ କୌଣସି ନିଚ୍ଚ ବ୍ୟକ୍ତି ଆପଣଙ୍କୁ ଅପମାନ କରୁଛନ୍ତି ତେବେ ଏହି କଥାକୁ ଅନ୍ୟ ଆଗରେ କହିବା ଉଚିତ ନୁହେଁ । କାରଣ ଏହି କଥା ସମାଜ ଆଗକୁ ଆସିଯାଏ ତେବେ ସେଥିପାଇଁ ସମାଜ ଆପଣଙ୍କୁ ହିଁ ଦାୟୀ କରିବ । ସମାଜ କେବେ ବି ନିଚ୍ଚ ବ୍ୟକ୍ତି କୁ ଦୋଷ ଦେବା ନାହିଁ । ଯାହା ଫଳରେ ମାନ ସମାନ ହାନି ହୋଇପାରେ । ଏହି 4ଟି କଥା ବୁଦ୍ଧିମାନ ବ୍ୟକ୍ତି ମାନିଲେ ଜୀବନରେ କେବେ ବି ଅସଫଳ ହେବେ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *