ହେ ଭଗବାନ ! Bollywood ରେ ପୁଣି ଥରେ ଶୋକର ଲହରୀ, ଏବେ ଏବେ ଏହି Bollywood ଆକ୍ଟର ତଥା ପ୍ରଡ୍ୟୁସରଙ୍କର ହେଇଗଲା ପରଲୋକ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଋଷି କପୁର ଏବଂ ରଣଧୀର କପୁର ଙ୍କ ସାନ ଭାଇ ରାଜୀବ କପୁର ଙ୍କ ପରଲୋକ ହୋଇଛି । ୫୮ ବର୍ଷୀୟ ରାଜୀବ କପୁର ଙ୍କ ପରଲୋକ ହାର୍ଟ ଆଟାକ୍ କାରଣରୁ ହୋଇଛି । ମଙ୍ଗଳବାର ଦିନ ତାଙ୍କୁ ଅଚାନକ ହାର୍ଟ ଆଟାକ ହୋଇଥିଲା ଏବଂ ତାଙ୍କ ବଡ଼ ଭାଇ ରଣଧୀର କପୁର ତାଙ୍କୁ ହସ୍ପିଟାଲ କୁ ନେଇ ଯାଇଥିଲେ । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତତ ବୋଲି ଘୋଷଣା କରିଥିଲେ ।

ରଣଧୀର କପୁର ନିଜ ଭାଇଙ୍କ ମୃତତ୍ୟ ର ପୁଷ୍ଟି ରେ କହିଥିଲେ ଯେ, ‘ମୁଁ ନିଜର ସାନ ଭାଇ ଙ୍କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି । ତାଙ୍କର ପରଲୋକ ହୋଇସାରିଛି । ଡାକ୍ତର ମାନେ ନିଜ ତରଫ ରୁ ତାଙ୍କୁ ବଞ୍ଚାଇବା ନିମନ୍ତେ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ବଞ୍ଚାଇବା ରେ ଅସଫଳ ହୋଇଥିଲେ । ରଣଧୀର କପୁର କହିଥିଲେ ଯେ, ସେ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି ଏବଂ ନିଜ ଭାଇଙ୍କ ଶବବ ର ଅପେକ୍ଷା ରେ ରହିଛନ୍ତି ।


ରାଜୀବ କପୁର ଙ୍କୁ ‘ରାମ ତେରୀ ଗଙ୍ଗା ମୈଲୀ’ ଫିଲ୍ମ ରୁ ପରିଚୟ ମିଳିଥିଲା । ଏହା ସହିତ ତାଙ୍କୁ ଫିଲ୍ମ ‘ଏକ୍ ଜାନ୍ ହେ ହମ୍’ ରେ ମଧ୍ୟ ଦେଖିବାକୁ ମିଳିଥିଲା । ସେ ଫିଲ୍ମ ‘ପ୍ରେମ୍ ଗ୍ରନ୍ଥ’ ର ଡାଇରେକ୍ସନ୍ କରିଥିଲେ ଏବଂ ଏହି ଫିଲ୍ମ ରେ ତାଙ୍କ ଭାଇ ଲିଡ଼ ରୋଲ ରେ ଅଭିନୟ କରିଥିଲେ ।

ଏହା ବ୍ୟତୀତ ରାଜୀବ କପୁର ଙ୍କୁ ୧୯୮୪ ମସିହାର ଫିଲ୍ମ ‘ଆସମାନ’, ‘ଲଭର ବଏ’, ‘ଜବରଦସ୍ତ’ ଏବଂ ‘ହମ୍ ତୋ ଚଲେ ପର୍ଦ୍ଧେଶ’ ରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା । ଶେଷରେ ତାଙ୍କୁ ୧୯୯୦ ମସିହାରେ ଫିଲ୍ମ ‘ଜିମ୍ମେଦାର’ ରେ ଦେଖିବାକୁ ମିଳିଥିଲା । ଏହା ପରେ ସେ ଡାଇରେକ୍ଟର ଏବଂ ପ୍ରଡ୍ୟୁସର ଭାବରେ କାମ କରିବା ଆରମ୍ଭ କରିଥିଲେ ।

୧୯୯୧ ମସିହାରେ ସେ ଫିଲ୍ମ ‘ହିନା’ ରେ ନିର୍ଦେଶନା ଦେଇଥିଲେ । ଯଦିଓ ଏହି ଫିଲ୍ମ ରେ ତାଙ୍କ ଭାଇ ରଣଧୀର କପୁର ଡାଇରେକ୍ଟର ଥିଲେ । ଏହା ପରେ ସେ ୧୯୯୬ ମସିହାରେ ଫିଲ୍ମ ‘ପ୍ରେମ ଗ୍ରନ୍ଥ’ ରେ ଡାଇରେକ୍ଟର ରୂପରେ ନିଜର କ୍ୟାରିଅର ର ଆରମ୍ଭ କରିଥିଲେ । ଏହି ଫିଲ୍ମ ରେ ଅଭିନେତା ଋଷି କପୁର ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଙ୍କୁ ଲିଡ଼ ରୋଲ ରେ ଦେଖିବାକୁ ମିଳିଥିଲା ।

ଏହି ଫିଲ୍ମ ଅଧିକ ଚାଲି ପାରି ନଥିଲା । ଏହା ପରେ ସେ ୧୯୯୯ ମସିହାରେ ଫିଲ୍ମ ‘ଆ ଅବ୍ ଲୌଟ୍ ଚଲେ’ ରେ ନିର୍ଦେଶନା ଦେଇଥିଲେ । ୨୦୦୧ ମସିହାରେ ସେ ଆର୍କିଟେକ୍ଟ ଆରତୀ ସଭରୱାଲ୍ ଙ୍କୁ ବିବାହ କରିଥିଲେ ।

କୌତୁହଳ ର ବିଷୟ ଏହା ଯେ, ରାଜୀବ କପୁର ବିଲ୍କୁଲ ନିଜ ଭାଇ ଋଷି କପୁର ଙ୍କ ଭଳି ଦେଖା ଯାଆନ୍ତି । ଋଷି କପୁର ଙ୍କ ପତ୍ନୀ ନିତୁ ସିଂ ରାଜୀବ କପୁର ଙ୍କୁ ଇଂଷ୍ଟାଗ୍ରାମ୍ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଇଂଷ୍ଟାଗ୍ରାମ୍ ରେ ସେ ରାଜୀବ କପୁର ଙ୍କ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଗତ ବର୍ଷ କରୋନା କାରଣରୁ ଅଭିନେତା ଋଷି କପୁର ଙ୍କ ପରଲୋକ ହୋଇଥିଲା  ଏବଂ ବର୍ତ୍ତମାନ ରାଜୀବ କପୁର ଙ୍କ ପର ଲୋକ ରେ ସମ୍ପୂର୍ଣ୍ଣ କପୁର ଫ୍ୟାମିଲି କୁ ଦ୍ଵିତୀୟ ଥର ବହୁତ ବଡ଼ ସଦ୍ମା ଲାଗିଛି ।

ଆପଣ ମାନେ ମଧ୍ୟ ତାଙ୍କର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରନ୍ତୁ ।  ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *