କଣ ଆପଣ ଜାଣିଛନ୍ତି ୮୦ ଦଶକର ଫେମସ ଅଭିନେତ୍ରୀ Neelam Kothari କରିଛନ୍ତି 2 ଟି ବିବାହ, ଦ୍ଵିତୀୟ ସ୍ବାମୀଙ୍କ ଠାରୁ ବହୁତ ହ୍ୟାଣ୍ଡସମ ଦେଖାଯାନ୍ତି ତାଙ୍କର ପ୍ରଥମ ସ୍ଵାମୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୮୦ ଦଶକ ର ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ ନିଲମ କୋଠାରୀ ଙ୍କ ସମ୍ବନ୍ଧରେ କହିବୁ।ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଅଭିନୟ ଏବଂ ସୁନ୍ଦରତା ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥିବା ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ମାନଙ୍କ ଲିଷ୍ଟ ରେ ପ୍ରସିଦ୍ଧ ଅଭିନେତ୍ରୀ ନିଲମ କୋଠାରୀ ଙ୍କ ନାଁ ମଧ୍ୟ ସାମିଲ ରହିଛି । ଏହି ଅଭିନେତ୍ରୀ ଜଣକ ନିଜର ଅଭିନୟ ମାଧ୍ୟମରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ଏବଂ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ବନ୍ଧୁଗଣ ଆପଣ ମାନେ ତ ବଡ଼ ପରଦା ରେ ଅଭିନେତ୍ରୀ ନିଲମ କୋଠରୀ ଙ୍କୁ ଦେଖିଥିବେ ଏବଂ ଅନସ୍କ୍ରିନ ତାଙ୍କ ସମ୍ବନ୍ଧରେ ଜାଣିଥିବେ । କିନ୍ତୁ କଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ ଜାଣିଛନ୍ତି? ଏହି ଅଭିନେତ୍ରୀ ଜଣକ ରିଅଲ ଲାଇଫ ରେ ୨ଥର ବିବାହ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ ଯେ ଅଭିନେତ୍ରୀ ନିଲମ କୋଠରୀ କାହାକୁ ଏବଂ କେଉଁ ପରିସ୍ଥିତିରେ ବିବାହ କରିଥିଲେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ନିଲମ କୋଠାରୀ ଙ୍କ ଜନ୍ମ ୯ ନଭେମ୍ବର ୧୯୬୭ ମସିହାରେ ହଂକଙ୍ଗ ରେ ହୋଇଥିଲା । ସେ ନିଜର ପାଠପଢ଼ା ମଧ୍ୟ ହଂକଂଗ ରେ ହି ପୂରଣ କରିଥିଲେ । ଯଦି ଏହି ଅଭିନେତ୍ରୀ ଙ୍କ କ୍ୟାରିଆର ସମ୍ବନ୍ଧରେ କହିବା ତେବେ ସେ ନିଜ କ୍ୟାରିଆର ର ଆରମ୍ଭ ୧୯୮୪ ମସିହାର ଫିଲ୍ମ ‘ଜୱାନୀ’ ରୁ ଆରମ୍ଭ କରିଥିଲେ । ଏହି ଫିଲ୍ମ ରେ ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ହୋଇଥିଲା ଏବଂ ଏହି ଫିଲ୍ମ ମାଧ୍ୟମରେ ଅଭିନେତ୍ରୀ ନିଲମ କୋଠାରୀ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ ।

ଏହାପରେ ତାଙ୍କୁ ଫିଲ୍ମ ‘ଇଲଜାମ’, ‘ଖୁଦଗର୍ଜ’, ‘ହମ ସାଥ ସାଥ ହେ’, ‘ଘର୍ କା ଚିରାଗ’ ଭଳି ଲୋକପ୍ରିୟ ଫିଲ୍ମ ରେ ଦେଖିବାକୁ ମିଳିଥିଲା । ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ନିଜ ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଅଭିନେତ୍ରୀ ଜଣକ ରିଅଲ ଲାଇଫରେ ଦୁଇ ଥର ବିବାହ କରିଛନ୍ତି।ବର୍ତ୍ତମାନ ସେ ଅଭିନେତା ‘ସମୀର ସୋନି’ ଙ୍କ ସହ ନିଜର ଜୀବନ ବିତାଉଛନ୍ତି । ଏହି ଯୋଡି ୨୦୧୧ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ । ଏହି ଯୋଡି ଙ୍କ ଲଭ ମ୍ୟାରେଜ ହୋଇଥିଲା । ଏମାନଙ୍କ ସାକ୍ଷାତ ଫିଲ୍ମ ରେ ଏକାଠି କାମ କରିବା ଦ୍ୱାରା ହୋଇନଥିଲା ବରଂ ‘ଏନିଥିଙ୍ଗ ବଟ୍ ଲଭ’ ପ୍ଲେ ଦେଖିବା ଦ୍ଵାରା ହୋଇଥିଲା । ଏହି ସୋ ରେ ନିଲମ ଏକ୍ତା କପୁର ଙ୍କ ସହ ଯାଇଥିଲେ ଏବଂ ସମୀର ସୋନି ମଧ୍ୟ ଆସିଥିଲେ ।

ଏହାର ୧ ବର୍ଷ ପର୍ଯ୍ୟନ୍ତ ଉଭୟ ଙ୍କ ସାକ୍ଷାତ ହୋଇନଥିଲା । କିନ୍ତୁ ପରେ ଏମାନଙ୍କ ସାକ୍ଷାତ ଅଭିନେତା ତୁଷାର କପୁର ଙ୍କ ଦ୍ଵାରା ଆରେଞ୍ଜ ଏକ ପାର୍ଟି ଜରିଆରେ ହୋଇଥିଲା । ଏମାନଙ୍କ ମଧ୍ୟରେ ଭଲ ବନ୍ଧୁତା ସ୍ଥାପନ ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟ ପରସ୍ପର ଙ୍କୁ ଡେଟ କରିବାକୁ ଲାଗିଥିଲେ ।

ପରେ ଏହି ଯୋଡି ରିଲେସନ ରେ ଆସିଥିଲେ ଏବଂ ୨୦୧୧ ମସିହା ଜାନୁଆରୀ ମାସ ୧୪ ତାରିଖରେ ବିବାହ କରିଥିଲେ । ଏମାନଙ୍କ ବିବାହ କୁ ବର୍ତ୍ତମାନ ୯ ବର୍ଷ ପୂରଣ ହୋଇସାରିଛି ଏବଂ ଏହି ଯୋଡି ଜଣେ କନ୍ୟା ସନ୍ତାନ ଆହାନା ଙ୍କ ମାତା ପିତା ହୋଇସାରିଛନ୍ତି।ଏହି ଯୋଡି ମୁମ୍ବାଇ ରେ ହସଖୁସିର ସହିତ ନିଜର ଜୀବନ ବିତାଉଛନ୍ତି।

ବନ୍ଧୁଗଣ ଯଦି ଅଭିନେତ୍ରୀ ନିଲମ କୋଠାରୀ ଙ୍କ ପ୍ରଥମ ବିବାହ ସମ୍ବନ୍ଧରେ କହିବା ତେବେ ସେ ୟୁ.କେ ର ଜଣେ ବିଜନେସ ମ୍ୟାନ ‘ଋଷି ସେଠିଆ’ ଙ୍କୁ ୨୦୦୦ ମସିହାରେ ବିବାହ କରିଥିଲେ । ଏମାନଙ୍କ ର ବିବାହ ପରସ୍ପର ଙ୍କ ମାତାପିତା ଙ୍କ ଦ୍ଵାରା ଆରେଞ୍ଜ ହୋଇଥିଲା । ଋଷି ସେଠିଆ ୟୁ.କେ ରେ ବିଜନେସ କରୁଥିଲେ କିନ୍ତୁ ଦୁବାଇରେ ରହୁଥିଲେ । ଅଭିନେତ୍ରୀ ନିଲମ କୋଠାରୀ ଇଣ୍ଡିଆ ରେ ରହିବାକୁ ଚାହୁଁଥିଲେ ଯାହା ତାଙ୍କ ପତି ଋଷି ସେଠିଆ ଙ୍କୁ ଆଦୋୖ ପସନ୍ଦ ନଥିଲା । ଏହି କାରଣରୁ ନିଲମ ଋଷି ସେଠିଆ ଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ ଇଣ୍ଡିଆ ଫେରି ଆସିଥିଲେ।

ଅଭିନେତା ସମୀର ସୋନି ମଧ୍ୟ ନିଜର ପ୍ରଥମ ପତ୍ନୀ ରାଜଲକ୍ଷ୍ମୀ ଙ୍କୁ ବିବାହ ର ୬ ମାସ ପରେ ଛାଡ଼ପତ୍ର ଦେଇଥିଲେ । ପରେ ଏହି ଦୁଇ ଯୋଡି ଙ୍କ ସାକ୍ଷାତ ହୋଇଥିଲା ଏବଂ ଏମାନେ ନିଜ ବ୍ୟକ୍ତିଗତ ଜୀବନକୁ ପରସ୍ପର ଙ୍କ ସହିତ ସେୟାର କରିଥିଲେ ଏବଂ ପରେ ପରସ୍ପର କୁ ବିବାହ କରିଥିଲେ । ଏହି ଯୋଡି ଙ୍କ ନାମ ବର୍ତ୍ତମାନ ସମୟରେ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଯୋଡ଼ି ଙ୍କ ଲିଷ୍ଟ ରେ ସାମିଲ ରହିଛି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ କେଉଁ ଯୋଡି ଅଧିକ ଭଲ ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *