Big Breaking: ପୁଣି ଫେରିଲା କୋଭିଡ କଟକଣା ! ମାନିବାକୁ ହେବ ଏହି ସବୁ ନିୟମ, ଦେଖନ୍ତୁ ଏନେଇ କଣ କହିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ Shalini Pandit

ବନ୍ଧୁଗଣ ବର୍ତ୍ତମାନ ପୁଣି ଥରେ କୋଭିଡ଼ କୁ ନେଇ ସାରା ଦେଶରେ ଆତଙ୍କ ର ସ୍ଥିତି ସୃଷ୍ଟି ହୋଇଛି । ଚୀନ ରେ କୋଭିଡ଼ ର ସ୍ଥିତି ଭୟଙ୍କର ରୂପ ନେଲାଣି । ଯାହା ଫଳରେ ଭାରତ ସମସ୍ତେ ଅନ୍ୟ ଦେଶ ମାନଙ୍କରେ କୋଭିଡ଼ ନିୟମ ଲାଗୁ ହୋଇପାରେ ବୋଲି ସୂଚନା ମିଳୁଛି । ଗତ କିଛି ସମୟ ସୋସିଆଲ ମିଡିଆରେ କୋଭିଡ଼ କୁ ନେଇ କିଛି ନୂଆ ନିୟମ ଲାଗୁ ହୋଇପାରେ ବୋଲି ଆଲୋଚନା ହେଉଛି ।

ଏହି ନିୟମ ପୂର୍ବ ନିୟମ ଭଳି ସମାନ ରହିପାରେ ବୋଲି ଅନୁମାନ କରା ଯାଉଛି । ନୂଆବର୍ଷ, ହକି ବିଶ୍ଵକପ ଉପରେ ରଖା ଯାଇଛି ନଜର । ଆଜି ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହା ସମ୍ପର୍କ ରେ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥିଲା । ଚୀନରେ ଭୟଙ୍କର କୋରୋନା ଆରମ୍ଭ ହେବାରୁ ଆଲର୍ଟ ରେ ରାଜ୍ୟ ସରକାର ରହିଛନ୍ତି । ମାସ୍କ ମିଳିବା ବାଧ୍ୟତାମୂଳକ ହୋଇ ନାହି ବୋଲି କୁହା ଯାଇଛି ।

ସତର୍କ ପଦକ୍ଷେପ ଭାବେ ରାଜ୍ୟ ସରକାର ଙ୍କ ପକ୍ଷରୁ ଜାରି ହୋଇପାରେ କିନ୍ତୁ ଗାଇଡ ଲାଇନ । ଚୀନରେ ଭୟଙ୍କର ସ୍ଥିତି ଦେଖିବା ପରେ ଭାରତରେ ସମସ୍ତଙ୍କୁ ସତର୍କ ପଦକ୍ଷେପ ନେବା ପାଇଁ କୁହା ଯାଉଛି । କୋଭିଡ଼ ପାଇଁ ଆସୁଛି ନୂଆ ଗାଇଡ ଲାଇନ । କୋଭିଡ଼ ସ୍ଥିତିକୁ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାନସିବ ମାଣ୍ଡବିୟର । ଯାହାର ପଜେଟିଭ ବାହାରିବ ଜିନମ ଶିକୁଏନ୍ସି କରାଯିବ ।

କୋଭିଡ଼ ଲକ୍ଷଣ ଦେଖା ଗଲେ ଟେଷ୍ଟିଙ୍ଗ କରାଯିବ । ଆଜି ସନ୍ଧ୍ୟା ସୁଧା ନୂଆ ଗାଇଡ ଲାଇନ ଆସିପାରେ । ବର୍ତ୍ତମାନ ସ୍ଥିତିକୁ କିଭଳି ଭାବେ ଗ୍ରହଣ କରା ଯାଇପାରେ ତାହାକୁ କେମିତି ଅଟକାଇ ଯାଇ ପାରିବ । ଭିଡକୁ ନ ଯିବା ପାଇଁ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପାରମର୍ଶ ଦିଆ ଯାଇଛି । ଚୀନ ଭଳି 4ଟି ଦେଶରେ କୋରୋନା ପଜେଟିଭ ବାହାରିବାରେ ଲାଗିଛନ୍ତି ।

ନୂଆବର୍ଷ, କ୍ରିସମାସ, ହକି ବିଶ୍ଵକପ ରହି ଥିବାରୁ କୋଭିଡ଼ କୁ ନେଇ ଆସିପାରେ ନୂଆ ଗାଇଡ ଲାଇନ । ସବୁ ରାଜ୍ୟ ମାନଙ୍କୁ ପରାମର୍ଶ ଦିଆ ଯାଇଛି କୋରୋନା ରୁ ସତର୍କ ରହିବା ପାଇଁ । କେନ୍ଦ୍ର ସରକାର ମଧ୍ୟ ରାଜ ଗୁଡିକ ଆଡଭାଇଜରି ଜାରି କରିଛନ୍ତି । ତେବେ କୋଭିଡ଼ ଲକ୍ଷଣ ଦେଖା ଗଲା ମାତ୍ରେ ଟେଷ୍ଟିଙ୍ଗ ଆରମ୍ଭ କରାଯିବ ବୋଲି ପରାମର୍ଶ ଦିଆ ଯାଇଛି ।

ତେଣୁ ଯେଉଁ ମାନେ ଟିକାକରଣ କରି ନାହାନ୍ତି ସେମାନେ ତୁରନ୍ତ ଟୀକା ନେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *