ଏଲପିଜି ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ପୁଣି ମାଗଣା ମିଳିବ ସିଲିଣ୍ଡର, ଜାଣନ୍ତୁ କେଉଁ ମାନଙ୍କୁ ଓ କେତେ ଦିନ ପର୍ଯ୍ୟନ୍ତ

ଉଜ୍ଵଳା ଯୋଜନା ଅନୁଯାୟୀ ହିତାଧିକାରୀମାନେ ସେପ୍ଟେମ୍ବର ସୁଦ୍ଧା ମାଗଣା ଗ୍ୟାସ ସିଲିଣ୍ଡର ପାଇବେ । ତିନି ମାସ ପାଇଁ ମାଗଣା ସିଲିଣ୍ଡର ଯୋଗାଇବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଦକର ଏ ବିଷୟରେ ସୂଚନା ଦେଇଛନ୍ତି।

ଜାବେଦକର କହିଛନ୍ତି, “ଉଜ୍ଵଳା ଯୋଜନା ଅଧୀନରେ ଗ୍ୟାସ ସିଲିଣ୍ଡର ନେଇଥିବା 7.4 କୋଟି ମହିଳାଙ୍କୁ ଆହୁରି 3ଟି ସିଲିଣ୍ଡର ମାଗଣାରେ ଦେବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ମାସରେ ସମସ୍ତେ ଏକ ସିଲିଣ୍ଡର ଆବଶ୍ୟକ କରନ୍ତି ନାହିଁ | ଏଭଳି ପରିସ୍ଥିତିରେ ପ୍ରତି ମାସରେ ଗୋଟିଏ ସିଲିଣ୍ଡର ଅନୁଯାୟୀ, ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ମାଗଣା ତିନୋଟି ସିଲିଣ୍ଡରର ସୁବିଧା ବୃଦ୍ଧି କରାଯାଇଛି।

ସେ କହିଛନ୍ତି ଯେ ଆଉ ତିନିମାସ ପାଇଁ ମାଗଣା ସିଲିଣ୍ଡର ପାଇଁ 13,500 କୋଟି ଟଙ୍କା ଖର୍ଚ୍ଚ ହେବ । କରୋନା ମହାମାରୀ ଏବଂ ଲକଡାଉନ କୁ ଦୃଷ୍ଟିରେ ରଖି ଉଜ୍ଵଳା ଯୋଜନାର ହିତାଧିକାରୀଙ୍କୁ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତିନୋଟି ସିଲିଣ୍ଡର ମାଗଣାରେ ଦେବାକୁ ସରକାର ଘୋଷଣା କରିଥିଲେ।

1 ମଇ 2016 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଦାରିଦ୍ର ସୀମାରେଖା (ବିପିଏଲ୍) ତଳେ ରହୁଥିବା ମହିଳାମାନଙ୍କ ପାଇଁ ରିହାତିରେ ଏଲପିଜି ସଂଯୋଗ ଉପଲବ୍ଧ କରାଯାଇଛି । ଏହିପରି ମହିଳାଙ୍କ ନାମରେ ମାଗଣା ଗ୍ୟାସ ସଂଯୋଗ ବଣ୍ଟନ କରାଯାଇଛି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏହି ଯୋଜନା କାର୍ଯ୍ୟକାରୀ କରିଥାଏ ।

ଦେଶର ସବୁ ଘଟଣାର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *