ମାଡିଆସୁଛି ଭୟଙ୍କର କୋରୋନା ର ନୂଆ ଷ୍ଟ୍ରେନ, ପୁଣି ହେବ କି ଲକ ଡାଉନ ? ଭୟଭୀତ ନୁହେଁ ସତର୍କ ରୁହନ୍ତୁ, ପାଳନ କରନ୍ତୁ ଏହି ସବୁ ଗାଇଡ ଲାଇନ

ବନ୍ଧୁଗଣ କୋରୋନା ମହାମାରୀର ରୂପ ବର୍ତ୍ତମାନ ପୁଣି ବଢିବାକୁ ଲାଗିଲାଣି । ଗତବର୍ଷ କୋରୋନା ମହଆମାରୀ ସନକ୍ରମଣରୁ ରକ୍ଷା ପାଇବା ପାଇଁ ଭରତ ସରକାର ସଂପୂର୍ଣ୍ଣ ଦେଶରେ ଲକଡାଉନ ଘୋଷଣା କରିଥିଲେ । ଏହି କୋରୋନା ମହାମାରୀ ଭାଇରସ ପାଇଁ ଲକ୍ଷ ଲକ୍ଷ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ଭାଇରସର ଟୀକା ଦେଶରେ ଆସି ସାରିଛି ଓ କିଛି ରାଜ୍ୟରେ କୋରୋନା ଭାଇରସ ଟୀକା ପ୍ରଦାନ ମଧ୍ୟ କରାଯାଉଛି । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ଭାଇରସ ଭାରତକୁ ଛାଡି ଯାଇନାହିଁ ।

କାରଣ ଗତ କିଛି ଦିନ ହେବ କୋରୋନା ମହଆମାରୀ ପୁଣି କିଛି ଲୋକମାନଙ୍କୁ ସଂକ୍ରମିତ ହୋଇସାରିଛି ଯେଉଁଥି ପାଇଁ ମହରାଷ୍ଟ୍ର କିଛି ଦିନ ପାଇଁ ଲକଡାଉନ ଘୋଷଣା କରିସାରିଛି । କାରଣ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ପାଖା ପାଖି ୭ ହଜାର ଲୋକ ଏହି ଭାଇରସରେ ଆକରାନ୍ତ ହୋଇସାରିଛନ୍ତି ଓ ୩୫ ଜଣ ନିଜ ଜୀବନ ମଧ୍ୟ ହରାଇ ସାରିଛନ୍ତି ।

ବନ୍ଧୁଗଣ ଆମ ଓଡିଶା ସରକାର କୋଭିଡ ନିୟମକୁ ପାଳନ କରିବା ପାଇଁ କଡା କଡି ଭାବରେ ଆହ୍ଵାନ ଦେଇଛନ୍ତି । ଏହି କୋଭିଡ ଗାଇଡ ଲାଇନ ପାଳନ କରିବା ପାଇଁ ସ୍କୁଲ ଓ ଜନସାଧାରଣ ମାନଙ୍କୁ କୁହାଯାଇଛି । ଯଦି ବନ୍ଧୁଗଣ କୋଭିଡ ଗାଇଡ ଲାଇନର ପାଳନ ନକରାଯିବ ତା ହେଲେ ନିଶ୍ଚୟ ସନକ୍ରମଣ ବଢିବାର ସମ୍ଭାବନା ରହିଛି ଯାହାଦ୍ୱାରା ନିଶ୍ଚୟ ଲକଡାଉନ ହୋଇପାରେ ।

ବନ୍ଧୁଗଣ ସରକାର କରିଥିବା ଗାଇଡ ଲାଇନ ଗୁଡିକ ହେଲା ସ୍କୁଲ କଲେଜରେ କେବଳ ପାଠ ପଢା ବ୍ଯତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ହେବ ନାହିଁ, ସ୍କୁଲ ଗୁଡିକରେ ଭଲ ଭାବରେ ସ୍ୟାନିଟାଇଜ ବ୍ୟବସ୍ତା କରାଯିବ ଏହା ସହିତ ସାମାଜିକ ଦୂରତାକୁ ନିହାତି ପାଳନ କରାଯିବ । ଏହା ବ୍ଯତୀତ ବାହାଘର ହେଉ କିମ୍ବା କୌଣସି ସାମାଜିକ କାର୍ଯ୍ୟକ୍ରମ ହେଉ କୋଭିଡ ଗାଇଡ ଲାଇନ ଅନୁସାରେ ଯେତିକି ଲୋକ ରହିବାର ପରାମର୍ଶ ମିଳିଥିବ ଯେମିତି ସେତିକି ଲୋକ ରହିବେ ।

ଏହି ସବୁ ଗାଇଡ ଲାଇନ ଗୁଡିକର ପାଳନ କରିବା ପାଇଁ ସରକାରୀ ଅଧିକାରୀ ମାନଙ୍କୁ ମଧ୍ୟ କଡା ନିର୍ଦେଶ ଦିଆଯାଇଛି । ଏହା ଛଡା ହୋଟେଲ, ରେଷ୍ଟୁରେଣ୍ଟ ବା ଢାବା ଆଦି ସ୍ଥାନରେ ସାମାଜିକ ଦୂରତା ରଖିବା ବାଧ୍ୟତା ମୂଳକ ହୋଇଛି । ଏହି କୋଭିଡ ଗାଇଡ ଲାଇନର ପାଳନକୁ ତଦାରଖ କରିବା ପାଇଁ ସ୍ଥାନୀୟ ପୋଲିସ କର୍ମୀ ମାନଙ୍କୁ ମଧ୍ୟ ନିର୍ଦେଶ ଦିଆ ହୋଇଛି । ଏହା ସହିତ ବନ୍ଧୁଗଣ ସମସ୍ତ ଲୋକ ନିହାତି ଭାବରେ ନିଜ ମୁହଁରେ ମାସ୍କ ପିନ୍ଧିବେ ।

ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ କୋଭିଡ ଗାଇଡ ଲାଇନର ନିହାତି ଭାବରେ ପାଳନ କରନ୍ତୁ । କାରଣ ଆପଣ ସୁରକ୍ଷିତ ରହିଲେ ଆପଣଙ୍କ ପରିବାର ସୁରକ୍ଷିତ ରହିବ । ତେଣୁ ବନ୍ଧୁଗଣ ଆପଣ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ହାତ ଢୋଇବା ଆଦିକୁ ଗୁରୁତ୍ଵ ଦିଅନ୍ତୁ, ଏହା ସହିତ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *