ନମସ୍କାର ବନ୍ଧୁଗଣ ତେବେ ସରିନି ଟୁଙ୍ଗୁରୁ ଖେଳ ଦିନ ପରେ ଦିନ ସରୁଚି ଟୁଙ୍ଗୁରୁ ଭୋଳର ନୂଆ ପରିଚୟ ସୃଷ୍ଟି ହଉଛି । କେତେବେଳେ ଆଲବମ ହିରୋ ହେଉଛି ତା ଆଉ କେତେବେଳେ ବର୍ଷା ର ପ୍ରେମିକ ସାଜୁଛି । କେତେବେଳେ ଅଡିଓ କଲ ଭାଇରାଲ ହଉଛି ତ ଆଉ କେତେବେଳେ ବର୍ଷା କୁ ଭଲପାଉଛି ବୋଲି କହୁଛି । ମୋବାଇଲ ରେ ଗୋଟିଏ କଥା ବୁମ ଆଗରେ ଆଉଗୋଟେ କଥା । ଏ ଟୁଙ୍ଗୁରୁ ତୁ ସତରେ ଖତରନାକ ଖେଳାଳୀ ।
ବର୍ଷାକୁ କହୁଚି ବାହା ହେବି ହେଲେ ମିଡିଆ ଆଗରେ କହୁଛି ମୁଁ ବର୍ଷାକୁ ଜାଣିନି । ସତରେ ଟୁଙ୍ଗୁରୁ ତା ମାୟା କେବଳ ଭଗବାନଙ୍କୁ ହିଁ ଜଣା । ଦର୍ଶକବନ୍ଧୁ ଏବେ ସବୁଠି ଚର୍ଚା ଟୁଙ୍ଗୁରୁ ଓ ବର୍ଷାର ପ୍ରେମ କାହାଣୀ ଦୁଇ ବର୍ଷ ଲୁଚା ଛପାରେ ଗୋଟିଏ ରୁମ ଭିତରେ ଏବଂ ଗୋଟେ ଅଟୋରେ ଚାଲିଥିଲା ପ୍ରେମ । ଏବେ ଖୋଲା ରେ କରୁଛନ୍ତି ପ୍ରେମ । ନିଜ ବୟସ କୁ ଭୁଲି ଦୁହେଁ କରୁଛନ୍ତି ପ୍ରେମ । ତେବେ ଉଭୟଙ୍କୁ ନେଇ ଏଭଳି ଭାବରେ ଚର୍ଚ୍ଚା ହେଲା ଯେ ରାଟରାତି ନିଜକୁ ଷ୍ଟାର କହିବାକୁ ମଧ୍ୟ ପଛାଇଲେ ନାହିଁ ।
ସମସ୍ତ ଲଜ୍ୟା ସରମକୁ ପଛରେ ପକାଇ ଏଭଳି ଏକ ହାଇଡ୍ରାମା କ୍ରିଏଟ କରିଲେ ଯେ ଯେଉଁଠାରେ ଦେଖ ଉଭୟଙ୍କର ଚର୍ଚ୍ଚା । ତେବେ କିଛି ଗୀତିକାର ମଧ୍ୟ ଏମାନଙ୍କୁ ନେଇ ଆଲବମ ବନାଇବାକୁ ପଛାଇଲେ ନାହିଁ । ଆଲବମ ରେ ଅଭିନୟ କରି ଉଭୟ ନିଜକୁ ବଡ ଷ୍ଟାର ବୋଲି ଭାବିଲେ । ଏବଂ ଚର୍ଚିତ ଟୁଙ୍ଗୁରୁ ଭୋଳ କହିଲେ ଯେ, ଟୁଙ୍ଗୁରୁ ବର୍ତ୍ତମାନ ମାର୍କେଟକୁ ଓହ୍ଲାଇଲା ବର୍ତ୍ତମାନ କରିବ ଖେଳ ।
ତେବେ ତେବେ ବର୍ତ୍ତମାନ ପୁନ୍ନର୍ବାର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯେଉଁଥିରେ ବର୍ଷା କହୁଛନ୍ତି ଯେ ମୁଁ ନିହାତି ଭାବରେ ଟୁଙ୍ଗୁରୁ କୁ ବିବାହ କରି ଛାଡିବି । ତେବେ କାଲି ମଧ୍ୟ ଯାଇଥିଲି ଏବଂ ଆଜି ମଧ୍ୟ ଜିବି ମୋର ନିଶ୍ଚିତ ଭାବରେ ଅଧିକାର ଅଛି ଟୁଙ୍ଗୁରୁ ମୋ ହଜବ୍ୟାଣ୍ଡ ମୁଁ ଯିବି ଏବଂ ସଂପୂର୍ଣ୍ଣ ରୀତିନୀତି ଭାବରେ ବିବାହ କରିବି ।
ତେବେ ସେ ୨ ବର୍ଷ ହେବ ବର୍ଷା ସାଙ୍ଗରେ କେଉଁ ଖେଳ କରୁଥିଲେ ସେ ନିଜେ ଭଲ ଭାବରେ ଜାଣିଛନ୍ତି ।
ମାର୍କେଟକୁ ଓହ୍ଲାଇ ଯେଉଁ ଖେଳ କରିବେ ବୋଲି ସ୍ଵପ୍ନ ଦେଖିଥିଲେ ସେ ସବୁ ଫସର ଫାଟିଗଲା । ଉଭୟଙ୍କ ବିରୁଦ୍ଧରେ ସମାଜସେବୀ ତଥା ବିଭିନ୍ନ ସଂସ୍ଥା ସହିତ ଅଟୋ ଡ୍ରାଇଭର ମଧ୍ୟ ଅଭିଯୋଗ କରିବାକୁ ଲାଗିଲେ । ସମସ୍ତେ କହିଲେ ଯେ ଆମ୍ଭ ରାଜ୍ୟରେ କେତେ କଳା ତଥା କେତେ କଳାକାର ଅଛନ୍ତି ଯେଉଁମାନେ କି ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ ଅଛନ୍ତି ।
ସେ ନୃତ୍ୟ ହେଉ କି ସଂଗୀତ, କୁନି କୁନି ସ୍ଵର ତଥା ଉଜ୍ବଳ ଭବିଷ୍ୟ ଲୁଚି ରହିଛନ୍ତି ତେବେ ସେମାନଙ୍କୁ ଖୋଜି ଦେଖାଇବା ବଦଳରେ ମିଡିଆ ଭାଇମାନେ ଏଭଳି ଏକ ଘଟଣା କୁ ନେଇ ପାହାଡ ସଦୃଶ୍ୟ ବନାଇ ଦେଲେଣି ଯେ କହିବା କଥା ନୁହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।