Meera Parida ଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ଏହି କିନ୍ନର, କହିଲେ ‘ମୀରା ଓ କାଜଲ ମା ଙ୍କ ପିଲା ମୋତେ ଛାତରୁ ଠେଲି ଦେଲେ, ମୁଁ ବିକଳ ହେଇ…’ ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ମୀର ପରିଡା ଙ୍କ ଉପରେ କିନ୍ନର ମାନେ ଅନେକ ଗୁମର ଖୋଲୁଛନ୍ତି । ବର୍ତ୍ତମାନ ଜଣେ କିନ୍ନର ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଦୀର୍ଘ କୋଡ଼ିଏ ବର୍ଷ ଧରି କିନ୍ନର ମାନଙ୍କ ନାମରେ ଲୁଟ୍ ମାର ହେଉଛି । ଅନେକ କିନ୍ନର ମାନେ ଅଛନ୍ତି ଅବହେଳିତ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ନାହିଁ । ପ୍ରକୃତରେ କିନ୍ନର ମାନେ ଯେଉଁ ଗ୍ରାମ ଗହଳି ରୁ ଛାଡ଼ି ଆସି ସହରରେ ରହୁଛନ୍ତି ସେମାନଙ୍କୁ ନ୍ୟାୟ ମିଳୁ ।

ତେବେ ସୂଚନା ଅନୁଯାୟୀ ରୁବି କିନ୍ନର କହିଛନ୍ତି ଯେ ଭଦ୍ରକରେ ମିଟିଂ ଥିଲା ଯାଇଥିଲେ । ଏହାପରେ ସେହି ସମୟରେ ଷ୍ଟେସନରୁ ସେମାନେ ରିଟର୍ନ ଆସୁଥିଲେ, ଏବଂ ରୋଡ ସାଇଟରେ ଗୋଟିଏ ହୋଟେଲ ପଡେ । ସେହି ହୋଟେଲରେ ବିଅର ବୋତଲ ଫୋଫଡା ଫୋଫଡି ହେଲା । ଏହାପରେ ଜଣେ ରୁବି କିନ୍ନରଙ୍କ ପାଖକୁ ଆସି ଜଣେ ବେକ ପଟୁ ଧରିଲେ ଏବଂ ଆଉ ଜଣେ ଗୋଡ ଧରି ଘୋଷାଡ଼ି ଘୋଷାଡ଼ି ନେଇଗଲେ ଛାତ ଉପରକୁ ।

ତେବେ ଏହା ପରେ ଜଣେ ବାଉଁଶରେ ମାରି ପ୍ରଥମେ ରୁବି ଙ୍କ ମୁଣ୍ଡ କୁ ଫଟାଇଦେଲା । ଏହାପରେ ଯେତେବେଳେ ଚିଲେଇଲେ ସେତେବେଳେ କହିଲେ ସେମାନଙ୍କୁ ଯେ ମୁଁ ଚୁପ ହୋଇ ବସିବି ମତେ କିଛି କରନାହିଁ । ଏହା ସହିତ ସେମାନେ ରୁବିଙ୍କର ମୋବାଇଲ ମଧ୍ୟ ନେଇ ଯାଇଥିଲେ । ଆଉ ଜଣେ କୁହନ୍ତି ଯେ ଚାଲ ତାକୁ ନେଇ ଛାତରୁ ଫୋପାଡି ଦେବା । ତେବେ ଥାର୍ଡ ପ୍ଲୋର ରୁ ରୁବି କିନ୍ନରଙ୍କୁ ଜଣେ ଶାଢୀ ଏବଂ ଅନ୍ୟ ଜଣେ ଜିନ୍ସ ପିନ୍ଧିଥିବା କିନ୍ନର ଫିଙ୍ଗିଦେଲେ ।

ମାତ୍ର ରୁବି ପିଲରକୁ ଧରିଥାନ୍ତି । ଏହା ପରେ ଅନ୍ୟ କିନ୍ନର ରୁବି ଙ୍କୁ ଗୋଡରେ ମାରିବାରୁ ରୁବିଙ୍କ ହାତ ଛାଡିଗଲା । ଏବଂ ସେ ସଂପୂର୍ଣ୍ଣ ଭାବରେ ତଳେ ପଡିଗଲେ । ତେବେ ଏହାପରେ କିଛି ଅଳ୍ପ ସେନ୍ସ ରହିଥିଲା ରୁବିଙ୍କର ବୋଲି ସେ କହିଛନ୍ତି । ଏହା ପରେ ଆଖି ଖୋଲିଲା ବେଳକୁ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ତେବେ ରୁବି କିନ୍ନର କହିଛନ୍ତି ଯେ ସେହି ପିଲା ହେଉଛନ୍ତି ମୀରା ମା’ ଙ୍କ ପିଲା ।

କିନ୍ତୁ ସେ ସଂପୂର୍ଣ୍ଣ ଭାବରେ ତାଙ୍କ ନା ଗାଁ କହି ପାରିବେନି ମାତ୍ର ତାଙ୍କରି ପିଲା ଥିଲେ ବୋଲି କହିଛନ୍ତି । ତେବେ ପଲିଟିକ୍ସକୁ ନେଇ ତାଙ୍କ ତାଙ୍କ ଭିତରେ ଯାହା ହେଉଛି କି ତାଙ୍କ ଭିତରେ କିଛି ମଧ୍ୟ ହେଉଛି ତାହାର ଦଣ୍ଡ ଅନ୍ୟ କିନ୍ନର ମାନଙ୍କୁ ମିଳୁଛି ବୋଲି ସେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସରକାର ଯାହା ଯେତିକି ଦେବା କଥା ଦେଉଛି ମାତ୍ର ତାଙ୍କ ହାତକୁ ଆସିଲା ବେଳକୁ ଅନ୍ୟ କିନ୍ନର ମାନଙ୍କୁ ସେତିକି ସହାୟତା ମିଳି ପାରୁନାହିଁ ।

ସେଏକ୍ସ ରାକେଟରେ ଗୋଟିଏ ମାସରେ ୬ ହଜାର ଟଙ୍କା ନଉଥିଲେ । ତେବେ ଟ୍ରାନ୍ସ କମ୍ୟୁନିଟିରେ ନୂଆ ଆସିଲେ ବର୍ତମାନ ସ୍ଵୀଟି ମମୀ ପାଖରେ ଅଛନ୍ତି । ମୀରା ପରିଡା ପାଖରେ ଯେତେ ଛୁଆ ଥିଲେ ସବୁ ସ୍ଵୀତି ମମୀ ପାଖକୁ ଚାଲି ଆସିବାରୁ ଏହିଭଳି ଗଣ୍ଡୋଗୋଳ ହେଉଛି ବୋଲି କହିଛନ୍ତି ରୁବି କିନ୍ନର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *