କେଦାରନାଥ ମନ୍ଦିରର ଦ୍ଵାର 6 ମାସ ପର୍ଯ୍ୟନ୍ତ କାହିଁକି ବନ୍ଦ ରୁହେ ? ଏହା ପଛର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁଗଣ କେବଳ ଭାରତ ନୁହେଁ ସାରା ବିଶ୍ଵରେ କେଦାରନାଥ ମନ୍ଦିରକୁ ରହସ୍ୟମୟ ମାନା ଯାଇଥାଏ । କେଦାରନାଥ ମନ୍ଦିର ଭାରତର ଉତ୍ତରାଖଣ୍ଡ ରାଜ୍ୟରେ ରୁଦ୍ରପ୍ରୟାଗ ନାମରେ ଅବସ୍ଥିତ ଅଛି । ଭଗବାନ ଶିବଙ୍କର ଏହି ମନ୍ଦିର ହିନ୍ଦୁ ତୀର୍ଥ ସ୍ଥାନ ଗୁଡିକ ମଧ୍ୟରୁ ସବୁଠାରୁ ଶୁଦ୍ଧ ମାନା ଯାଇଥାଏ । ହେଲେ ଏହି ମନ୍ଦିର ବିଷୟରେ ସବୁଠାରୁ ବଡ ପ୍ରଚଳିତ ମାନ୍ୟତା ରହିଛି ଯେ, ଯିଏ ବି ଏହି ମନ୍ଦିର ଯାଇ ପୂଜା କରିପାରେ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ ।

କାରଣ ମାନ୍ୟତା ଅନୁସାରେ ଏହି ମନ୍ଦିରକୁ ଯିବା ସମସ୍ତଙ୍କ ଭାଗ୍ୟରେ ସମ୍ଭବ ନୁହେଁ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ କେଦାରନାଥ ମନ୍ଦିରକୁ ପାଣ୍ଡବ ମାନେ ବନେଇ ଛନ୍ତି ହେଲେ ଏ ପର୍ଯ୍ୟନ୍ତ ଏହି କଥାଟି ସ୍ପର୍ଷ୍ଟ ହୋଇପାରି ନାହିଁ । ବନ୍ଧୁଗଣ କେଦାରନାଥ ମନ୍ଦିର ହଜାର ବର୍ଷ ପୁରୁଣା ଅଟେ ହେଲେ ତାର କଳା କୃତି ଦେଖିଲେ ଆପଣଙ୍କୁ ଲାଗିବ ଆଜିକାର କୌଣସି ଏକ ବଡ ଆର୍କିଟେକ୍ଟ ଏହି ମନ୍ଦିରର ଡିଜାଇନ କରିଛି ।

ହେଲେ ଏହି ମନ୍ଦିର ସେତେବେଳେ ନିର୍ମାଣ କରଯାଇଥିଲା ଯେତେବେଳେ ନା ଭଲ କୌଶଳ ଓ ଟେକ୍ନୋଲୋଜି ଥିଲା । ଯେତେ ବି ବାତ୍ୟା ବନ୍ୟା ଆସୁ ନା କାହିଁକି ଏହି ମନ୍ଦିରର କୌଣସି କ୍ଷତି ହୁଏ ନାହିଁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏ କଥା ତ ନିଶ୍ଚୟ ଜାଣିଥିବେ ଯେ, କେଦାରନାଥ ଏକ ଏପରି ଧାମ ଅଟେ ଯାହା 6 ମାସ ଖୋଲି ଥାଏ ଆଉ 6 ମାସ ବନ୍ଦ ରହିଥାଏ  ।

6 ମାସ ମନ୍ଦିର ବନ୍ଦ ରହିବା ସମୟରେ ଏଠାରେ ବହୁତ ଅଜବ ଘଟଣା ଘଟିଥାଏ ।ଆଉ ସେହି ମନ୍ଦିର ପାଖରେ ରହୁଥିବା ଲୋକମାନେ ସେହି ସବୁ ଘଟଣା ଗୁଡିକ ଅନୁଭବ କରିଥାନ୍ତି । ବନ୍ଧୁଗଣ ସେଠାକାର ଲୋକଙ୍କ ମତରେ, 6 ମାସ ଏହି ମନ୍ଦିରର ଦ୍ଵାର ବନ୍ଦ ହେଇଗଲେ କାହାକୁ ବି ଏହି ମନ୍ଦିର ଭିତରକୁ ପ୍ରବେଶ କରିବାର ଅନୁମତି ଦିଆଯାଇ ନଥାଏ ।

ବନ୍ଧୁଗଣ ନା କୌଣସି ଭିଆଇପି ଲୋକ ମନ୍ଦିର ଭିତରକୁ ପ୍ରବେଶ କରିପାରିବ ନା କୌଣସି ପଣ୍ଡିତ । 6 ମାସ ପର୍ଯ୍ୟନ୍ତ ମନ୍ଦିରର ପୂଜା ଅର୍ଚନା ଆଦି ସମସ୍ଯା କାମ ବନ୍ଦ ରହିଥାଏ ।ହେଲେ 6 ମାସ ଶେଷ ହେବା ପରେ ମନ୍ଦିର ଖୋଲିଥାଏ ଆଉ 6 ମାସ ପୂର୍ବରୁ ଲଗା ଯାଇଥିବା ଦୀପ ସେମିତି ଜଳୁ ଥାଏ ।

କୁହାଯାଏ 6 ମାସ ପର୍ଯ୍ୟନ୍ତ ସମସ୍ତ ଭକ୍ତ ଗଣ ଭଗବାନ ଶିବଙ୍କର ପୂଜା କରିଥାନ୍ତି ଆଉ ମନ୍ଦିର ବନ୍ଦ ହେବା ପରେ 6 ମାସ ପର୍ଯ୍ୟନ୍ତ ସମସ୍ତ ଦେବାଦେବୀ ଭଗବାନ ଶିବଙ୍କର ପୂଜା କରିଥାନ୍ତି । ବନ୍ଧୁଗଣ ଏଥିପାଇଁ କେଦାରନାଥକୁ ସବୁଠାରୁ ଚମତ୍କାରୀ ଓ ରହସ୍ୟମୟ ମନ୍ଦିର ମାନା ଯାଇଥାଏ । କେଦାରନାଥ ମନ୍ଦିର ବହୁତ ଅଦ୍ଭୁଦ ଅଟେ ଏହାର ତୁଳନା ଆମେ ଅନ୍ୟ କୌଣସି ମନ୍ଦିର ସହ କରିପାରିବା ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କେଦାରନାଥ ମନ୍ଦିର କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *