ହେ ! ଭଗବାନ Bollywood ରୁ ଆସିଲା ଆଉ ଏକ ଦୁଃଖ ଖବର, ଆଜି ବଲିଉଡର ଏହି ଫେମସ ଅଭିନେତା କରିନେଲେ ଆତ୍ମହତ୍ୟା

ବର୍ଷ 2020 ବଲିଉଡ ପାଇଁ କାଳ ସମାନ ସମାନ ରହିଛି । ଅନେକ ଷ୍ଟାର ଗୋଟିଏ ପରେ ଗୋଟିଏ ଏହି ଦୁନିଆକୁ ଛାଡି ଚାଲି ଯାଇଛନ୍ତି । ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ଆସି ପହଞ୍ଚିଛି ଯେ ଅଭିନେତା ଅସୀଫ ବସ୍ରା ଆତ୍ମହତ୍ୟା କରିଛନ୍ତି । ଅସୀମ ହିମାଚଳ ପ୍ରଦେଶର କାଂଗଡା ଜିଲ୍ଲାର ଧର୍ମଶାଳାରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ମ୍ୟାକ୍ଲେଡଗଞ୍ଜର ଜୋଗିବାଡା ରୋଡରେ ଥିବା ଏକ କ୍ୟାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି ।

ଆସିଫ ବସ୍ରା ଆତ୍ମହତ୍ୟା ଏମିତି ପଦକ୍ଷେପ କାହିଁକି ନେଇଛନ୍ତି ତାହା ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି । ଏପର୍ଯ୍ୟନ୍ତ ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଆସିଫ ଏକ ଭଡା ଘରେ ଜଣେ ବିଦେଶୀ ମହିଳା ବନ୍ଧୁଙ୍କ ସହ ରହୁଥିଲେ।

କୁହାଯାଉଛି କି ଗୁରୁବାର ଦିନ ଅପରାହ୍ନରେ ଆସିଫ ବସ୍ରା ନିଜ ପୋଷା କୁକୁରକୁ ବୁଲାଇ ନେବାକୁ ବାହାରିଥିଲେ । ଏହା ପରେ ସେ ଘରକୁ ଫେରି ନିଜ ପୋଷା କୁକୁରର ଦଉଡିରେ ଫାଶୀ ଲଗାଇଥିଲେ । ବର୍ତ୍ତମାନ ପ୍ରାଥମିକ ତଦନ୍ତ ରେ ଏହି ମାମଲାକୁ ଆତ୍ମହତ୍ୟା ବୋଲି କୁହାଯାଉଛି ।

ଏହି ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବର୍ତ୍ତମାନ ପୋଲିସ ମୃତଦେହକୁ ନିଜ କବ୍ଜା ରେ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି । କୁହାଯାଉଛି କି ଆସିଫ ବସ୍ରା ଗତ 5 ବର୍ଷ ଧରି ମ୍ୟାକ୍ଲେଡଗଞ୍ଜର ଏକ ଭଡା ଘରେ ରହୁଥିଲେ। ତାଙ୍କ ସହିତ ଜଣେ ବିଦେଶୀ ଗର୍ଲଫ୍ରେଣ୍ଡ ମଧ୍ୟ ଥିଲେ ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଆସିଫ ଡିପ୍ରେସନର ଶିକାର ହୋଇଥିଲେ । ଆସିଫ ବସ୍ରା ଜଣେ ଫେମସ ଟିଭି ଅଭିନେତା ଥିଲେ। ତାଙ୍କୁ ଅନେକ ଟିଭି ସିରିଏଲ, ୱେବ୍ ସିରିଜ୍ ଏବଂ ଫିଲ୍ମରେ ନଜର ଆସି ସାରିଛନ୍ତି ।

ଆସିଫ ହିଚକି, କାୟ ପୋ ଛେ, ପାତାଲ ଲୋକ, ହୋଷ୍ଟେଜେସ, ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ ରେ ସେ ଇମରାନ ହାସମୀ ଙ୍କ ପିତାଙ୍କ ଭୂମିକାରେ ନଜର ଆସିଥିଲେ । ତେବେ ଆପଣ ମାନେ ତାଙ୍କର ଅମର ଆତ୍ମା ର ସଦ୍ଗତି ପାଇଁ ପ୍ରାର୍ଥନା କରନ୍ତୁ । ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *