ଦୁଇ ସପ୍ତାହ ପୁଣି ବଢାଗଲା ଲକଡାଉନ, ଜୋନ ହିସାବରେ ୧୭ ମେ ପର୍ଯ୍ୟନ୍ତ ବନ୍ଦ ରହିବ ଏହି ସବୁ ସେବା

କରୋନା ପ୍ରଭାବ ବଢ଼ିବାରେ ଲାଗିଛି । ସେଥିପାଇଁ ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି । ସରକାରଙ୍କ କହିବାନୁସାରେ ଯଦି ଆମେ ସରକାରଙ୍କ ନିୟମ ମାନି ଚାଲିବା ତେବେ ସମ୍ପୂର୍ଣ ଭାରତ ବର୍ଷରେ ଓଡିଶା ଇତିହାସ ରଚିବ । ସମସ୍ତେ ପ୍ରାୟ ଦେଢ଼ ମାସ ହେଲାଣି ଲକଡାଉନ୍ ଅବସ୍ଥାରେ ଅଛନ୍ତି । ଓ ସମସ୍ତେ ଭାବିଥିଲେ ମେ ମାସ ୩ ତାରିଖରେ ଲକଡାଉନ୍ ଖୋଲିଯିବ । ହେଲେ ଆଜି କେନ୍ଦ୍ରସରକାର ଆହୁରି ୨ ସପ୍ତାହ ଅର୍ଥାତ୍ ୧୪ ଦିନ ପାଇଁ ବଢାଇଛନ୍ତି ଲକଡାଉନ ର ଅବଧି । ଯାହାକି ମେ ୧୭ ଯାଇ ଲାଗୁ ହେବ ।

ଏଥିପାଇଁ ସବୁ ସ୍ଥାନରେ ଅଲଗା ଅଲଗା ନିୟମ ଲାଗୁ କରାଯିବ ବୋଲି କେନ୍ଦ୍ରସରକାର କହିଛନ୍ତି । ଏଥିପାଇଁ ସାର୍ବଜନୀନ ପରିବହନ ଯେମିତିକି ରେଳସେବା ଓ ବିମାନ ସେବା ସ୍ଥଗିତ ରହିବ । ଏବଂ ଯେଉଁ ସ୍ଥାନ ଗ୍ରୀନ ଜୋନ୍ ରେ ଅଛି ସେହି ସ୍ଥାନ ରେ କିଛି ବ୍ୟବସ୍ଥା ଛାଡ କରାଯିବ ।
ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ପୁରା ଭାରତ ବର୍ଷରେ ପ୍ରାୟ ୧୩୦ ଜିଲ୍ଲା ରେଡ୍ ଜୋନ୍ ରେ ଅଛି, ଓ ୨୮୪ ଜିଲ୍ଲା ଆରେଞ୍ ଜୋନ୍ ରେ ଅଛି ଓ ୩୧୯ ଟି ଜିଲ୍ଲା ଗ୍ରୀନ ଜୋନ୍ ରେ ଅଛି । ସବୁ ସପ୍ତାହରେ ଆକ୍ରାନ୍ତଙ୍କ ସଂଖ୍ୟା ଆକଳନ କରାଯିବ ଓ ସଂକ୍ରମିତ ଅନୁସାରେ ଜୋନ୍ ମଧ୍ୟ ପରିବର୍ତ୍ତନ କରାଯିବ ।

ରେଡ୍ ଜୋନରେ ଟ୍ୟାକ୍ସି, ଅଟୋ, ବସ ଚଳାଚଳ ବନ୍ଦ, ସେଲୁନ, ଜିମ୍ ବନ୍ଦ ରହିବ, ରେଡ୍ ଜୋନରେ ବାଇକ ପଛରେ ଆରିହିଙ୍କୁ ଅନୁମତି ମିଳି ନାହିଁ, ମଲ୍ ମାର୍କେଟ କମ୍ପ୍ଲେକ୍ସ ଖୋଲା ହେବ ନାହିଁ, ଗୋଟିକିଆ ଦୋକାନ ଗଳି ଦୋକାନ ଖୋଲିବାକୁ ଅନୁମତି ମିଳିଛି, ନିର୍ମାଣ କାର୍ଯ୍ୟ ଓ ମନୋରେଗା କାର୍ଯ୍ୟ ଚାଲିପାରିବ ନାହିଁ ।

ଅରେଞ୍ଜ ଜୋନ୍ ପାଇଁ କିଛି ନିୟମ କୋହଳ କରାଯାଇଛି । ବାଇକ୍ ପଛରେ ଜଣେ ଆରୋହୀଙ୍କ ପାଇଁ ଅନୁମତି ମିଳିବ, ଗୋଟିକିଆ ଦୋକାନ ଖୋଲିବ, ଆଇଟି ସେକ୍ଟର ମଧ୍ୟ ଖୋଲିବ ।

ଗ୍ରୀନ ଜୋନ୍ ପାଇଁ ବହୁତ୍ କିଛି ନିୟମ କୋହଳ ହେଇଚି । ବାଇକ୍ ରେ ୨ ଜନ୍ ଯାତ୍ରା କରିପାରିବେ, କାରରେ ଚାଳକଙ୍କୁ ଓ ଆଗରେ ଜଣେ ଓ ପଛରେ ଜଣେ ଯାତ୍ରା କରିପାରିବେ, ବଶରେ ଯେତିକି ସିଟ୍ ତାର ୫୦ ପ୍ରତିଶତ ଲୋକ ଯାତ୍ରା କରି ପାରିବେ, ଅାଇଟି ସେକ୍ଟର ୩୦ ପ୍ରତିଶତ ଲୋକ କାମ କରିପାରିବେ ।

ସମସ୍ତ ଜୋନରେ ଧାର୍ମିକ ଅନୁଷ୍ଠାନରେ ପ୍ରବେଶ ପାଇଁ କଟକଣା ଜାରି କଲେ କେନ୍ଦ୍ର ସରକାର, ଏହା ସହ ରେଳ, ବିମାନ ସେବା ବନ୍ଦ ରହିବ । ସମସ୍ତ ଜୋନରେ ମେଡିକାଲ୍ ଓପିଡି ଖୋଲା ହୋଇ ପରିବା ନାହିଁ । କେବଳ କଣ୍ଟେନମେଣ୍ଟ ଜୋନରେ ମେଡିକାଲ୍ ଓପିଡି ଖୋଲା ହୋଇପାରିଵ । ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *