Vastu Tips-ପ୍ରତିଦିନ ପୂଜା ଘରେ ପୂଜା କରିବା ସମୟରେ କରନ୍ତୁ ନାହିଁ ଏହି ୧୦ ଟି ଭୁଲ, ଲକ୍ଷ୍ମୀ ଛଡା ହୋଇଯିବେ

ପୂଜା ଘରେ ସବୁଦିନ ଆମେ ପୂଜା କରିଥାଉ ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ବନି ରହିଥାଏ । କିନ୍ତୁ କିଛି ଥର ଆମ ଦ୍ଵାରା ଜଣାତରେ ହେଉ ବା ଅଜଣାତରେ କିଛି ଏମିତି କାମ ହୋଇଯାଏ ଯାହା ଆମର ସୁଖ ସମୃଦ୍ଧିରେ ବାଧକ ହୋଇଥାଏ ଓ ଆପଣଙ୍କୁ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି କଥା କହିବୁ ଯାହାକୁ ଆପଣ ପ୍ରତିଦିନ ପୂଜା କରିବା ସମୟରେ ଧ୍ୟାନ ରଖିବା ଆବଶ୍ୟକ ।

ଅନେକ ଲୋକ ନିଜ ବେଡ ରୁମ ରେ ପୂଜା ସ୍ଥାନ ବନାଇଥାନ୍ତି ଯାହାକି ବାସ୍ତୁ ଶାସ୍ତ୍ର ଅନୁସାରେ ଉଚିତ ନୁହେଁ । ବେଡ ରୁମ ରେ ପୂଜା ଘର ହେବା ଉଚିତ ନୁହେଁ । ଏହା ଦ୍ଵାରା ପାରିବାରିକ ସମ୍ବନ୍ଧରେ ସମସ୍ୟା ଆସିଥାଏ । ଯଦି ବାଧ୍ୟରେ ଆପଣଙ୍କୁ ଜାଗା ନଥିବାରୁ ବେଡ ରୁମ ରେ ପୂଜା ଘର କରିବାକୁ ପଡୁଛି ତେବେ ଏମିତିରେ ଆପଣ ତାହା ଉପରେ ଏକ ଲାଲ ରଙ୍ଗର କପଡା ଟାଙ୍ଗି ଦିଅନ୍ତୁ ।

ଯଦି ପୂଜା କରିବା ସମୟରେ ଆପଣଙ୍କର ଛିଙ୍କ ଆସି ଯାଉଛି ତେବେ ଏମିତିରେ ଆପଣଙ୍କୁ ମୁହଁ ଧୋଇ ନେବା ଉଚିତ କାରଣ ପୂଜାରେ ଖାସ କରି ଶୁଦ୍ଧତାର ବହୁତ ଧ୍ୟାନ ରଖିବା ଆବଶ୍ୟକ ।

ଘରେ ମନ୍ଦିରରେ ଗଣେଶ ଭଗବାନଙ୍କ ମୂର୍ତ୍ତି ରଖିବା ଆବଶ୍ୟକ କିନ୍ତୁ କେବେ ବି ଘରେ ଗଣେଶ ଭଗବାନଙ୍କର 3 ଟି ମୂର୍ତ୍ତି ରଖିବା ଉଚିତ ନୁହେଁ । କାରଣ ଏହା ଫାଇଦା ଜାଗାରେ କ୍ଷତି ପହଞ୍ଚାଇଥାଏ ।

ସାଧାରଣତଃ ଲୋକ ନିଜ ଘର ମନ୍ଦିରରେ ଶଙ୍ଖ ରଖିଥାନ୍ତି । କିନ୍ତୁ ଯଦି ଆପଣ ଘରର ମନ୍ଦିରରେ ଦୁଇଟି ଶଙ୍ଖ ରଖୁଛନ୍ତି ତେବେ ଆପଣଙ୍କୁ ଗୋଟିଏ ହଟେଇ ଦେବା ଆବଶ୍ୟକ କାରଣ 2 ଟି ଶଙ୍ଖ ରହିବା ଅଶୁଭ ହୋଇଥାଏ ।

ଘରେ କେବେ ବି ବଡ ଶିବ ଲିଙ୍ଗ ସ୍ଥାପିତ କରିବା କଥା ନୁହେଁ । କୁହାଯାଏ କି ଶିବ ଲିଙ୍ଗ ବହୁତ ହିଁ ସଂବେଦନଶୀଳ ହୋଇଥାଏ । ଯଦି ଆପଣଙ୍କୁ ଶିବଲିଙ୍ଗ ସ୍ଥାପିତ କରିବାର ଅଛି ତେବେ ଆପଣଙ୍କୁ ଚାଖଣ୍ଡେ ରୁ ବଡ ଶିବ ଲିଙ୍ଗା ସ୍ଥାପିତ କରିବା କଥା ନୁହେଁ ।

ମନ୍ଦିରରେ କେବେ ବି ଖଣ୍ଡିଆ ମୂର୍ତ୍ତି ରଖିବା ଉଚିତ ନୁହେଁ, ଯଦି କୌଣସି ମୂର୍ତ୍ତି ଖଣ୍ଡିଆ ହୋଇ ଯାଇଛି ତ ତେବେ ତାହାକୁ ପବିତ୍ର ନଦୀରେ ପ୍ରବାହିତ କରିଦେବା ଉଚିତ ଅଟେ ।

ଯଦି ଆପଣ ପୂର୍ବଜ ଙ୍କ ଫଟୋ ଲଗାଇବାକୁ ଚାହୁଞ୍ଚନ୍ତି ତ ସେଥିପାଇଁ ଦକ୍ଷିଣ ଦିଗ ସବୁଠୁ ଉତ୍ତମ ଅଟେ । କିନ୍ତୁ ଯଦି ଦକ୍ଷିଣ ଦିଗରେ ମନ୍ଦିର ଅଛି ତେବେ ସେଠାରେ ମଧ୍ୟ ପୂର୍ବଜଙ୍କ ଫଟୋ ଲଗାଇବା କଥା ନୁହେଁ ।

ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରୁଥିବା ଫୁଲକୁ ପୂଜା କରିବା ପୂର୍ବରୁ ସ୍ଵଚ୍ଛ ପାଣିରେ ଥରେ ଅବଶ୍ୟ ଧୋଇନେବା ଉଚିତ ।

ମନ୍ଦିରର ପାଖରେ କିମ୍ବା ଉପରେ ଅଳିଆ ଆବର୍ଜନା ଏକଠା କରିବା କଥା ନୁହେଁ ।

ପୂଜା କରିବା ସମୟରେ କୌଣସି ଖଣ୍ଡିଆ ଦୀପ ବା ଅନ୍ୟ କୌଣସି ଭାଙ୍ଗି ଯାଇଥିବା ସାମଗ୍ରୀ କୁ ବ୍ୟବହାର କରିବା କଥା ନୁହେଁ ।

ମନ୍ଦିରରେ ଜଳାଉଥିବା ଘିଅର ଦୀପ ପାଇଁ ଧଳା ରଙ୍ଗର ବତୀ ର ବ୍ୟବହାର କରିବା ଉଚିତ ଓ ତେଲ ର ଦୀପ ଜଳାଇବା ପାଇଁ ଲାଲ ରଙ୍ଗର ବତୀର ବ୍ୟବହାର କରିବା ଉଚିତ ।

ମନ୍ଦିରରେ ପୂଜା କରିବା ସମୟରେ ଦୀପ ଲିଭିବା ଶୁଭ ନୁହେଁ । ଯଦି ଏମିତି ହୋଇଥାଏ ତେବେ ଏହା ଦ୍ଵାରା ଆପଣଙ୍କୁ ପୂଜାର ପୁରା ଫଳ ମିଳି ପାରିନଥାଏ ।

 

 

ମନ୍ଦିରର ଆଖ ପାଖରେ ଜୋତା ଚପଲ ଖାସ କରି ଚମଡାରେ ତିଆରି ହୋଇଥିବା ଜିନିଷ ରଖିବା ଉଚିତ ନୁହେଁ ।

ପୂଜା ସାମଗ୍ରୀରେ ଅକ୍ଷତ ବା ଚାଉଳ ଅବଶ୍ୟ ବ୍ୟବହାର କରିବା ଦରକାର । ଏଥିରେ ଧ୍ୟାନ ରଖିବେ ବି ଚାଉଳର ଦାନା ଗୁଡିକ ଯେପରି ଭାଙ୍ଗି ଯାଇ ନଥିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *