ପୂଜା କରିବା ସମୟରେ ଯଦି ଆପଣଙ୍କ ଆଖିରେ ଲୁହ ଆସିଯାଏ, ତେବେ ଜାଣନ୍ତୁ ଏହା ପଛର ରହସ୍ୟ ? – Ajira Anuchinta

ବନ୍ଧୁଗଣ ଆମର ପ୍ରାଚୀନ ଗ୍ରନ୍ଥ ଅନୁସାରେ ପ୍ରଥମେ ଏହି ବ୍ରହ୍ମାଣ୍ଡ ଶୂନ୍ୟ ଥିଲା । ସବୁ ଆଡେ କେବଳ ଅନ୍ଧକାର ହୋଇ ରହିଥିଲା । ଏହା ପରେ ହଠାତ ଏକ ବିଶାଳ ଶିବଲିଙ୍ଗ ପ୍ରକଟ ହୋଇଥିଲା । ଯାହା ଫଳରେ ଏହି ବ୍ରହ୍ମାଣ୍ଡ ଊର୍ଜାରେ ଭରିଯାଇଥିଲା । ଏହା ପରେ ବ୍ରହ୍ମାଣ୍ଡରେ ପଦାର୍ଥର ଉତ୍ପତ୍ତି ହେଲା । ଏହା ଦ୍ଵାରା ଜଳ, ବାୟୁ ଓ ଅଗ୍ନି ଆଦି ତତ୍ଵର ନିର୍ମାଣ ହେଲା । ସେବେ ଠାରୁ ଏହା ମାନ୍ୟତା ରହିଛି ଯେ ଏହି ସମଗ୍ର ବ୍ରହ୍ମାଣ୍ଡରେ ଭଗବାନ ଶିବଙ୍କର ବାସ ରହିଛି ।

ବନ୍ଧୁଗଣ ଯେତେବେଳେ ଆପଣ ପୂଜା ବା ଆରାଧନା କରିଥାନ୍ତି ସେତେବେଳେ ଆପଣଙ୍କ ଆତ୍ମା ସିଧା ପରମାତ୍ମାଙ୍କ ସହ ମିଶିଥାଏ । ଏହି ବ୍ରହ୍ମାଣ୍ଡର ସମସ୍ତ ସଜୀବ ଓ ନିର୍ଜୀବ ବସ୍ତୁରେ ଇଶ୍ଵରଙ୍କ ବାସ ରହିଛି । ତେଣୁ ଯେତେବେଳେ ଆପଣଙ୍କ ଆତ୍ମା ସିଧା ପରମାତ୍ମାଙ୍କ ସହ ମିସିଥାଏ ସେତେବେଳେ ଇଶ୍ଵର ଆପଣଙ୍କୁ କିଛି ସଙ୍କେତ ଦେଇଥାନ୍ତି । ଏହି ସଙ୍କେତ ବହୁତ ସାଧାରଣ ହୋଇଥାଏ । ହେଲେ ଆମେ ଏହି ସଙ୍କେତ ଉପରେ ଅଧିକ ଧ୍ୟାନ ଦେଇନଥାଉ ।


ଯେତେବେଳେ ଆପଣ ପୂଜା ପାଠ କରନ୍ତି ସେତେବଳେ ଆପଣଙ୍କ ଚତୁର୍ପାର୍ଶ୍ୱ ସକରାତ୍ମକ ଊର୍ଜାରେ ଭରିଯାଇଥାଏ । ଆପଣ ଯେତେ ଚିନ୍ତାରେ ଥିଲେ ମଧ୍ୟ ଆପଣଙ୍କୁ ବହୁତ ଭଲ ଅନୁଭବ ହୋଇଥାଏ । କାରଣ ଏହି ସକରାତ୍ମକ ଊର୍ଜାର ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ବହୁତ ଥର ବିଦ୍ୟାର୍ଥୀ ମାନେ ପାଠ ପଢିବା ସମୟରେ ମା ସ୍ବରସ୍ବତୀଙ୍କର ଜପ କରିଥାନ୍ତି ଓ ସେମାନଙ୍କ ଆଖିରୁ ପାଣି ଝରି ଥାଏ । ଯାହା ଫଳରେ ସେମାନେ ପଡନ୍ତି ।

ଏହା ବ୍ଯତୀତ ଯେତେବେଳେ ଆମେ ଇଶ୍ଵରଙ୍କର ପୂଜା କରିଥାଉ ସେତେବେଳେ ଆମ ଆଖିରେ ପାଣି ଆସିଥାଏ କାରଣ ଇଶ୍ଵରଙ୍କର ସେହି ଅନନ୍ତ ଶକ୍ତିର ଅନୁଭବ କରିବା ସମୟରେ ଆମ ଆଖିରୁ ପାଣି ଝରିଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ସଙ୍କେତ ବିଷୟରେ କହିବାକୁ ଯାଉଛୁ ଯାହାକୁ ଇଶ୍ଵର ଦେଇଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯଦି ବନ୍ଧୁଗଣ ଆପଣ ଇଶ୍ଵରଙ୍କ ପୂଜା କରିବା ସମୟରେ ଆପଣଙ୍କ ଆଖିରୁ ଲୁହ ଆସିଥାଏ, ତା ହେଲେ ଏହା ଇଶ୍ଵରଙ୍କ ସଙ୍କେତ ହୋଇଥାଏ । ଏହି ସମୟରେ ଇଶ୍ଵରଙ୍କୁ କରିଥିବା ସମସ୍ତ ପ୍ରାର୍ଥନାର ଫଳ ମିଳିଥାଏ । ତେଣୁ ଆପଣ ଏହି ସମୟରେ ନିଜ ମନୋକାମନା ବିଷୟରେ ଇଶ୍ଵରଙ୍କୁ କୁହନ୍ତୁ ।


୨. ପୂଜା କରୁଥିବା ସମୟରେ ଯଦି ଆପଣଙ୍କ ଦୀପର ଅଗ୍ନିଶିଖା ଅଧିକ ବଢିଯାଇଥାଏ ତା ହେଲେ ବନ୍ଧୁଗଣ ବୁଝିଯାଅନ୍ତୁ ଏହା ହେଉଛି ଇଶ୍ଵରଙ୍କର ସଙ୍କେତ । ଏହି ସଙ୍କେତ ଦ୍ଵାରା ଜଣା ପଡିଥାଏ ଯେ, ଇଶ୍ଵର ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ତେଣୁ ଆପଣ ନିଜ ମନୋକାମନା ବିଷୟରେ ଇଶ୍ଵରଙ୍କୁ କୁହନ୍ତୁ ।


୩. ପୂଜା କରିବା ସମୟରେ ଯଦି ଆପଣଙ୍କ ଧୂପର ଧୂଆଁ ଇଶ୍ଵରଙ୍କ ଆଡକୁ ଯାଇଥାଏ, ତା ହେଲେ ଆପଣ ବୁଝିଯାଆନ୍ତୁ ଆପଣଙ୍କ ପୂଜାରେ ଇଶ୍ଵର ପ୍ରସନ୍ନ ହୋଇଛନ୍ତି । ଏହା ହେଉଛି ଏକ ବହୁତ ଭଲ ସଙ୍କେତ । ତେଣୁ ଆପଣ ଏହି ସମୟରେ ଇଶ୍ଵରଙ୍କୁ ନିଜ ମନୋକାମନା ବିଷୟରେ କହିପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *