ଚମତ୍କାର ! ପୂଜା ଘରୁ ଆସି ଆମ୍ବଗଛରେ ବସି ଆମ୍ବ ଖାଉଛନ୍ତି ଭଗବାନ ଶ୍ରୀକୃଷ୍ଣ, ଦେଖିବାକୁ ଲାଗିଲା ଲୋକଙ୍କ ଭିଡ଼, ଦେଖନ୍ତୁ Video

ଘରେ ପୁଅଟିଏ ନାହିଁ ବୋଲି ପୂଜା ଘରେ ଶ୍ରୀ କୃଷ୍ଣଙ୍କ ମୂର୍ତ୍ତିକୁ ରଖି ପୂଜା କରୁଥିଲେ । ହେଲେ ହଠାତ ଦେଖିଲେ ଭଗବାନ କୃଷ୍ଣ ଘରେ ନାହାନ୍ତି କୁଆଡେ ଗଲେ ବହୁତ ଖୋଜିଲେ । ଶେଷରେ ବାରି ପଟରେ ଆମ୍ବ ଗଛରେ ବସି ଆମ୍ବ ଖାଉଛନ୍ତି କୃଷ୍ଣ । ଏହା ଦେଖି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ବନ୍ଧୁଗଣ କିଛି ସମୟ ପରେ ଭିଡ ବି ଜମି ଗଲା ଯେ କିଭଳି ଭାବେ ଏମିତି ସମ୍ଭବ ହେଲା ।

ବନ୍ଧୁଗଣ କଥାରେ ଅଛି ଭଗବାନଙ୍କୁ ମାନିଲେ ଠାକୁର ଆଉ ନ ମାନିଲେ ପଥର । ଆପଣ ବି ଦେଖିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଦେଖନ୍ତୁ କୃଷ୍ଣ କିପରି ଆମ୍ବ ଗଛ ଉପରେ ବସି ଆମ୍ବ ଖାଉଛନ୍ତି । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉସୁଣୀ ପଞ୍ଚାୟତ ଅନ୍ତର୍ଗତ ବାଉସୁଣୀ ବସ ଷ୍ଟାଣ୍ଡ ପାଖରେ ଥିବା ଲଳିତ ଅଗ୍ରୱାଲଙ୍କ ଘରେ ।

ଆଜି ଲଳିତ ସକାଳୁ ନିଜ ନିତ୍ୟକର୍ମ ସାରିବା ପରେ ପ୍ରତିଦିନ ପରି ଠାକୁର ପୂଜା ସାରି ନିଜ ବ୍ୟବସାୟକୁ ଚାଲି ଯାଉଥିଲେ । ତାଙ୍କ ସ୍ତ୍ରୀ ସଂଗୀତା ମଧ୍ୟ ପିଲାଙ୍କ କୋଚିଙ୍ଗ ସାରିବା ପରେ ସ୍ଵାମୀଙ୍କୁ ଜଳଖିଆ ଦେବା ପାଇଁ ଡାକି ଥିଲେ । ହେଲେ ଲଳିତ ଘରେ ଆସି ଦେଖିବା ବେଳକୁ ଘରର ସମସ୍ତ ସ୍ଥାନରେ ତୁଳସୀ ପତ୍ର ପଡି ଥିବାର ଦେଖିବାକୁ ମିଳିଥିଲା । ଆଉ ଠାକୁର ଘରେ ଯାଇ ଦେଖନ୍ତି ତ ଭଗବାନ ଶ୍ରୀ କୃଷ୍ଣ ନାହାନ୍ତି ।

ଏହାକୁ ଦେଖି ପୁରା ପରିବାର ଲୋକେ ଖୋଜିବାକୁ ଲାଗିଲେ । ହେଲେ ହଠାତ ତାଙ୍କ ଝିଅର ନଜର ବାରି ପଟ ଆମ୍ବ ଗଛରେ ପଡେ । ଦେଖିବା ବେଳକୁ ଗଛ ଉପରେ ବସିଛନ୍ତି ଶ୍ରୀ କୃଷ୍ଣ ଆଉ ହାତରେ ଅଛି ଆମ୍ବ । ଏହାକୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଘଟଣାଟି ପ୍ରଘଟିତ ହେବା ପରେ ଭଗବାନ ଶ୍ରୀ କୃଷ୍ଣଙ୍କୁ ଦେଖିବା ପାଇଁ ଲାଗିଥିଲା ବହୁତ ଲୋକଙ୍କ ଭିଡ ।

ବର୍ତ୍ତମାନର ଆଧୁନିକ ଯୁଗରେ କେହି ବିଶ୍ଵାସ କରନ୍ତୁ କି ନ କରନ୍ତୁ ହେଲେ ପରିବାର ଲୋକଙ୍କ କହିବା ଅନୁଯାଇ ଲଳିତଙ୍କର କେବଳ ଦୁଇଟି ଝିଅ । ନିଜର ପୁଅ ନଥିବାରୁ ଠାକୁର ଘରେ ଶ୍ରୀ କୃଷ୍ଣଙ୍କୁ ପୁଅ ଭଳି ମାନନ୍ତି । ସଂଗୀତାଙ୍କ କହିବା ଅନୁଯାଇ ତାଙ୍କ ପୁଅ ଏଭଳି ଲୀଳା କରୁଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *