ପୁଅର ଜୀବନ ବଞ୍ଚାଇବା ପାଇଁ ଗୋଡ ତଳେ ପଡିଲା ମା’ କିନ୍ତୁ ଔଷଧ ନ ପାଇ ଚାଲିଗଲା ପୁଅର ଜୀବନ

ବନ୍ଧୁଗଣ କରୋନା ପାଇଁ ଦେଶରେ ବର୍ତ୍ତମାନ ବହୁତ ଭୟଙ୍କର ସ୍ଥିତି ହୋଇଛି । ଅକ୍ସିଜେନ ଅଭାବରୁ ଲୋକମାନେ ଛଟପଟ ହେଉଛନ୍ତି । ସାରା ଦେଶରେ ଏହି ଭାଇରସର ସଂକ୍ରମଣ ବଢିବାରେ ଲାଗିଛି ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ଦେଶରେ ଅକ୍ସିଜେନ ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି ଓ ଅନ୍ୟ ପକ୍ଷରେ ରେମଡେସିଭିର ଔଷଧର ଅଭାବ ଅନ୍ୟ ଏକ ବଡ ଚିନ୍ତାର କାରଣ ହୋଇଛି । ଏହି ଔଷଧର ଅଭାବ ହେତୁ ଆଜି ଏକ ମା ଠାରୁ ତାର ଛୁଆକୁ ଦୂର ହୋଇଯାଇଛି ।

ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  ।ଏହି ଭିଡିଓରେ ଥିବା ଏକ ମା ନିଜ ପୁଅକୁ ବଞ୍ଚାଇ ଦେବା ପାଇଁ ଡାକ୍ତରଙ୍କ ଗୋଡ ତଳେ ପଡି ନେହୁରା ହେଉଛି । ଯେତେ ନେହୁରା ହୋଇଥିଲେ ମଧ୍ୟ ମା ତାର ପୁଅକୁ ବଞ୍ଚାଇ ପାରି ନାହିଁ । ସରକାରୀ ବ୍ୟବସ୍ତାର ନିଷ୍ଟୁରତା ପାଇଁ ଏକ ମା ତାର ପୁଅକୁ ସବୁଦିନ ପାଇଁ ହରାଇ ବସିଲା । ଉତ୍ତର-ପ୍ରଦେଶରୁ ଆସିଥିବା ଏହି ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କ ଆଖିକୁ ଲୁହରେ ଓଦା କରିଦେଉଛି ।

ବନ୍ଧୁଗଣ ପ୍ରକୃତ ଘଟଣାଟି ହେଉଛି ନୋଏଡାର ଖେଡା କଲୋନୀରେ ରହୁଥିବା ଋଙ୍କି ଦେବୀଙ୍କର ଏକ ମାତ୍ର ପୁଅ କରୋନାରେ ସଂକ୍ରମିତ ହୋଇଥିଲେ । କରୋନା ପଜିଟିଭ ଚିହ୍ନଟ ପରେ ସ୍ଥାନୀୟ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଥିଲା । ପୁଅର ସ୍ୱାସ୍ଥ୍ୟ ଅବସ୍ତା ଗୁରତର ହେବାରୁ ଡାକ୍ତର ରିଙ୍କି ଦେବୀଙ୍କୁ ରେମଡେସିଭର ଔଷଧ ଆଣିବା ପାଇଁ କହିଥିଲେ । ଏହାପରେ ଏହି ଔଷଧ କୌଣସି ଔଷଧ ଦୋକାନରୁ ମିଳିଲା ନାହିଁ ।


ଏହାପରେ ରିଙ୍କି ଦେବୀଙ୍କୁ ଜଣା ପଡିଥିଲା ଯେ, ସିଓମୋ ଅଫିସରୁ ନିର୍ଦେଶ ମିଳିଲେ ରେମଡେସିଭର ଔଷଧ ମିଳିବ । ଏହି ସୂଚନା ମିଳିବା ପରେ ବହୁତ ଆଶା ନେଇ ରିଙ୍କି ପହଞ୍ଚି ଥିଲେ ସିଓମୋ ଅଫିସ । ଔଷଧ ପାଇଁ ରିଙ୍କି ବହୁତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଏହାପରେ ସେ ଡାକ୍ତରଙ୍କ ପାଖକୁ ଯାଇ ତାଙ୍କ ଗୋଡ ତଳେ ପଡି ନେହୁରା ହୋଇଥିଲେ । ହେଲେ ରେମଡେସିଭର ଔଷଧର ଅଭାବ କହି ସାହାର୍ଯ୍ୟ କରିବାକୁ ମନା କରିଦେଇଥିଲେ ଡାକ୍ତର ବାବୁ ।

ଉପାୟ ଶୂନ୍ୟ ହୋଇ ମା ଜଣକ ସିଓମ ଅଫିସରେ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ବସି ରହିଲେ । ଔଷଧ ନପାଇ ପାଖା ପାଖି ୪ଟା ୩୦ରେ ମା ଖାଲି ହାତରେ ମେଡିକାଲ ଯାଇଥିଲେ । ହେଲେ ବନ୍ଧୁଗଣ ସେତେବେଳେ ତାଙ୍କ ପୁଅ ଏହି ଦୁନିଆ ଛାଡି ଚାଲିଯାଇଥିଲା ।

ବର୍ତ୍ତମାନ ରିଙ୍କିଙ୍କୁ ଜେଲ ପଠାଇ ଦେବା ପାଇଁ ଧମକ ଉପରେ ଧମକ ଆସୁଛି କାରଣ ତାଙ୍କ ଭୁଲ ଥିଲା ଯେ, ସେ ସିଓମୋଙ୍କ ଅଫିସ ଯାଇ ଗୁହାରି କରିଥିଲେ । ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

Leave a Reply

Your email address will not be published. Required fields are marked *