ଆସିଲା ସାଂଘାତିକ ତଥ୍ୟ ! ପୃଥିବୀ ସରୁଛି କେଉଁଠି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ବନ୍ଧୁଗଣ ପୃଥିବୀ ସୃଷ୍ଟି ପ୍ରକୃତି ଏ ସବୁକୁ ନେଇ ଅନେକ ଗବେଷଣା ହେଉଛି । ଆଉ ଏହା ସହ ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି । ତଥାପି ଏଭଳି କିଛି ରହସ୍ୟ ଓ ପ୍ରଶ୍ନ ରହିଯାଇଛି ଯାହା ଆମକୁ ସବୁବେଳେ ଆଶ୍ଚର୍ଯ୍ୟ କରେ । ସେ ପ୍ରଶ୍ନର ସମାଧାନ ତ ମିଳି ପାରି ନାହିଁ ତଥାପି କିଛି କଳ୍ପନା ଜଳ୍ପନା ଚାଲିଛି । ତେବେ ଅନେକ କହନ୍ତି କି ଇଂଲଣ୍ଡର ଏକ ସ୍ଥାନରେ ପୃଥିବୀ ସରିଛି । ତେବେ ପ୍ରକୃତରେ କେଉଁଠି ସରିଛି ପୃଥିବୀ ତାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ମଧ୍ୟ ଉଠେ ।

ସବୁ ସ୍ଥାନରେ କୌଣସି ଶେଷ ସୀମା ତ ନିଶ୍ଚୟ ଥାଏ ତେବେ ଆମ ପୃଥିବୀର ଶେଷ ସୀମା କେଉଁଠି ଆଉ କେଉଁ ସ୍ଥାନରେ ପୃଥିବୀ ସରିଛି କେବେ ଚିନ୍ତା କରିଛନ୍ତି କି । କାରଣ ପୃଥିବୀ ତ ଗୋଲାକାର ତାର ଅନ୍ତିମ ସ୍ଥାନ କିଭଳି ରହିବ । ଆମର ଏହି ପ୍ରଶ୍ନର ବି ଏକ କାଳ୍ପନିକ ଉତ୍ତର ରହିଛି । ଆଉ ସେ ସ୍ଥାନଟି ହେଉଛି ଇଂଲଣ୍ଡର ସସେକ୍ସ ।

ସୋସିଆଲ ମିଡିଆରେ ଏହି ସ୍ଥାନର ଏକ ଫଟୋ ବେସ ଭାଇରାଲ ହୋଇଥିଲା । ଆଉ କୁହାଯାଉଥିଲା ଯେ, ଏ ସ୍ଥାନଟି ହେଉଛି ପୃଥିବୀର ଶେଷ ସୀମା । ସସେକ୍ସ ନାମକ ସ୍ଥାନଟି ବାସ୍ତବରେ ବେସ ସୁନ୍ଦର । ପ୍ରକୃତି ନିଜର ଅପୂର୍ବ ସୌନ୍ଦର୍ଜ୍ୟକୁ ଏଠାରେ ବିଛୁଳିତ କରିଛି । ଏଠାରେ ଆପଣଙ୍କୁ ଦୂର ଦୂରାନ୍ତର ଯାଏଁ କେବଳ ବାଦଲ  ହିଁ ଦେଖିବାକୁ ମିଳିବ ।

ତେଣୁ ପୃଥିବୀର ଶେଷ ସୀମାଟି ଲାଗେ ଏହି ସ୍ଥାନଟି । ଏହି ସ୍ଥାନଟି ହେଉଛି ବୀଚି ହେଡର ଯାହା ଇଂଲଣ୍ଡର ସସେକ୍ସରେ ଅବସ୍ଥିତ । ଆଉ ଏଠାରେ ଏକ ବିଚ ମଧ୍ୟ ରହିଛି । ଏହା ସହ ସେଠାରେ ଏକ ଲାଇଟ ହାଉସ ମଧ୍ୟ ରହିଛି । ଏହି ସ୍ଥାନର ସୌନ୍ଦର୍ଜ୍ୟ ଏତେ ରହିଛି ଯେ ଦୂର ଦୁରନ୍ତାରୁ ଲୋକମାନେ ଏଠାକୁ ବୁଲିବା ପାଇଁ ଆସିଥାନ୍ତି । କିନ୍ତୁ ଦୁଃଖର କଥା ଏହା ଯେ, ଏହି ସ୍ଥାନକୁ ଏକ ସୁସାଇଡ ପଏଣ୍ଟ ବି କୁହାଯାଏ ।

ତେଣୁ ଏଠାରେ ସବୁବେଳେ ପୋଲିସ ପହରା ଦେଇଥାନ୍ତି । ତେବେ ଏହି ସ୍ଥାନକୁ ଶେଷ ସୀମା ଏଥିପାଇଁ କୁହାଯାଏ କାରଣ ଏହା ଆଗକୁ ଆଉ କୌଣସି ସ୍ଥଳ ଭାଗ ଆପଣ ଦେଖିବାକୁ ପାଇବେ ନାହିଁ । ଆଗକୁ ମିଳିବ କେବଳ ସମୁଦ୍ର ତେଣୁ କାଳ୍ପନିକ ଭାବେ ଏହି ସ୍ଥାନଟି ପୃଥିବୀର ଶେଷ ସୀମା ହୋଇପାରେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *