ଛାତ୍ରୀନିବାସରେ ପଶି ରାତି ଅଧରେ ଛାତ୍ରୀ ଅନ୍ତବସ୍ତ୍ର କାଟିଲେ ଦୁର୍ବୃତ୍ତ, ଏ ନେଇ କଲେଜ Superintendent ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ! କଲେଜର ଛାତ୍ରୀ ନିବାସ (ହଷ୍ଟେଲ)କୁ ପଶି ତିନି ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଦୁର୍ବୃତ୍ତ । ଏପିରିକି, ୨ଜଣ ଛାତ୍ରୀଙ୍କ ନଗଦ ୨୫ଶହରୁ ଅଧିକ ଟଙ୍କା, ମୋବାଇଲ୍‌ ଫୋନ୍‌, ଚାର୍ଜର‌୍‌ ବି ନେଇ ଯାଇଛନ୍ତି । ଏହି ଘଟଣାକୁ ନେଇ କଲେଜରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଛାତ୍ରୀମାନଙ୍କ ଅଭିଯୋଗ ପରେ କଲେଜ କର୍ତୃପକ୍ଷ ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ ବଦଳାଇ ଦେଇଛନ୍ତି ।

ଗତକାଲି ରାତିରେ କିଛି ଦୁର୍ବୃତ୍ତ ପାଚେରି ଡେଇଁ କଲେଜ ହତା ଭିତରକୁ ପଶିଥିଲେ । ଆଗପଟେ ରାତ୍ରି ଜଗୁଆଳି ଥିବାରୁ ଦୁର୍ବୃତ୍ତମାନେ ହଷ୍ଟେଲ୍‌ ପଛପଟକୁ ଯାଇ ୬, ୭, ୯, ୧୦ ଓ ୧୨ନମ୍ବର ରୁମ୍‌ର ଝରକା ଭାଙ୍ଗି ଛାତ୍ରୀଙ୍କୁ ଅସଦାଚରଣ କରିବା ସହିତ ସେମାନଙ୍କ ପୋଷାକପତ୍ର କାଟି ପକାଇଛନ୍ତି । ତେବେ ଏଥିସହ ଟଙ୍କା, ମୋବାଇଲ୍‌ ଏବ˚ ଚାର୍ଜର ନେଇ ଯାଇଥିବା ସୁପରିନଟେଣ୍ଡେଣ୍ଟ୍‌ ପୂର୍ଣ୍ଣମାସୀ ପଣ୍ତା ଅଭିଯୋଗରେ ଦର୍ଶାଇଛନ୍ତି ।

ରାତି ପ୍ରାୟ ୩ଟାରୁ ୪ଟା ଭିତରେ ଏଭଳି ଘଟଣା ଘଟିଥିବା ଛାତ୍ରୀମାନେ କହିବା ସହିତ ସକାଳେ ଏ ସଂପର୍କରେ ସୁପରିନଟେଣ୍ଡେଣ୍ଟ୍‌ଙ୍କୁ ଜଣାଇଥିଲେ । ମାତ୍ର ସୁପରିନଟେଣ୍ଡେଣ୍ଟ୍‌ ଘଟଣାକୁ ଗୁରୁତ୍ବର ସହ ନେବା ପରିବର୍ତ୍ତେ ଓଲଟା ସେମାନଙ୍କୁ ଦୋଷ ଦେଇଥିଲେ । ଏହି ଅଭିଯୋଗ ଆଣି ଛାତ୍ରୀମାନେ ଅଧୢକ୍ଷଙ୍କ କାର୍ଯ୍ୟାଳୟ ଆଗରେ ହୋ’ହଲ୍ଲା କରି ତାଙ୍କ ଦାୟିତ୍ବରୁ ହଟାଇବାକୁ ଦାବି କରିଥିଲେ ।

ତେବେ ସୁପରିନଟେଣ୍ଡେଣ୍ଟ୍‌ କହିଥିଲେ କି ଝିଅ ମାନେ ବେୟାର ହୋଇ ଶୋଇବା ଉଚିତ ନୁହେଁ ଇନର ପିନ୍ଧି ଶୋଇବା ମଧ୍ୟ ଠିକ କଥା ନୁହେଁ । ତୁମେ ମାନେ ଏହିଭଳି ଅଙ୍ଗ ଦେଖେଇଲେ ପୁଅମାନେ ଆକର୍ଷିତ ହେବେ । ତେବେ କେହି ଦେଖୁ କି ନ ଦେଖୁ ଭଗବାନ ସବୁ ଦେଖୁଛି । ତେବେ ଛାତ୍ରୀ ମାନେ ଏହାର ବିରୋଧ କରିଥିଲେ । ତେବେ ଅନ୍ୟପକ୍ଷରେ ଅଭିଯୋଗ ପାଇବା ପରେ ପୁଲିସ କଲେଜକୁ ଆସି ପିଲାମାନଙ୍କୁ ଘଟଣା ସ˚ପର୍କରେ ପଚରାଉଚରା କରିଥିଲା ।

ଏ ସଂପର୍କରେ କଲେଜ ଅଧୢକ୍ଷ ପ୍ରଫେସର ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କହିଛନ୍ତି ଯେ ଘଟଣାକୁ ଅତି ଗୁରୁତ୍ବର ସହିତ ନିଆଯାଇଛି । ସୁପରନଟେଣ୍ଡେଣ୍ଟ୍‌ ଶ୍ରୀମତୀ ପଣ୍ତାଙ୍କୁ ବଦଳାଇ ଦିଆବଯାଇଛି । ତାଙ୍କ ସ୍ଥାନରେ ମିନତୀପ୍ରଭା ଜେନାଙ୍କୁ ଦାୟିତ୍ବ ଦିଆ ଯାଇଛି । ଏହାସହିତ ପାଚେରି ଉପରେ ଯେଉଁ ପୁରୁଣା ତାରଜାଲି ଥିଲା, ତାହାକୁ ହଟାଯାଇ ନୂଆ ତାର ଜାଲି ଗୁଡ଼ାଯିବାକୁ ନିଷ୍ପତ୍ତି ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଡକ୍ଟର ତ୍ରିପାଠୀ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *