ପ୍ରେମରେ ପାଗଳ ହୋଇ ଦୁଇଜଣ ଝିଅ ପରସ୍ପର ସହ କରିଲେ ବିବାହ, ଆଉ ତା’ ପରେ ହେଲା କିଛି ଏମିତି କି….

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଏହିସବୁ ମାମଲା ସାଧାରଣତଃ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ମଧ୍ୟ ହେଉଛି । ଆପଣ ମାନେ ଏହି ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ମାମଲା ବିଷୟରେ କହିବାକୁ ଯାଉଛୁ । ବର୍ତ୍ତମାନ ଏହି ମାମଲାଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶରେ ଦୁଇଜଣ ଯୁବତୀ ହଠାତ ନିଖୋଜ ହୋଇ ଯାଇଥିଲେ । ଏହି ଯୁବତୀ ମାନଙ୍କ ପରିବାର ଲୋକ ବହୁତ ଖୋଜିଥିଲେ, ହେଲେ ବିଫଳ ହୋଇ ସେମାନେ ପୋଲିସରେ କେସ ଦେଇଥିଲେ । ପାଖା ପାଖି ଗୋଟେ ସପ୍ତାହ ପରେ ଗୋଟେ ଦିନ ପୋଲିସ ପରିବାର ଲୋକଙ୍କୁ ଫୋନ କରି ଯୁବତୀଙ୍କ ବିଷୟରେ ସୂଚନା ଦେଇଥିଲେ ।

ଫୋନ ଆସିବା ପରେ ପରିବାର ଲୋକ ତୁରନ୍ତ ଥାନାରେ ପହଞ୍ଚି ଥିଲେ । ଥାନାରେ ପହଞ୍ଚିବା ପରେ ଯେତେବେଳେ ସେମାନେ ନିଜ ଝିଅ ମାନଙ୍କୁ ଦେଖିଲେ ସେତେବେଳେ ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇ ରହିଗଲେ । କାରଣ କାନପୁରରେ ରହୁଥିବା ଏହି ଦୁଇଜଣ ଯୁବତୀ ସମଲିଙ୍ଗି ବିବାହ କରିଥିଲେ । ଯୁବତୀ ମାନଙ୍କ ମତରେ ସେମାନେ ୧ ବର୍ଷ ପୂର୍ବରୁ ପରସ୍ପର ସହ ବିବାହ କରି  ନେଇଥିଲେ ।


ଏହା ପରେ ପରିବାର ଲୋକ ଯୁବତୀ ମାନଙ୍କ ବିରୋଧରେ ପୋଲିସରେ କମ୍ପ୍ଲେନ କରିଥିଲେ, ହେଲେ ସୁପ୍ରିମ କୋର୍ଟରେ ଗାଇଡ ଲାଇନକୁ ନଜରରେ ରଖି ପୋଲିସ ଯୁବତୀ ମାନଙ୍କର କିଛି କରି ପାରିଲେ ନାହିଁ । ପୋଲିସ ସେମାନଙ୍କ ପରିବାର ଲୋକଙ୍କୁ ବହୁତ ବୁଝେଇ ଥିଲେ ହେଲେ ସେମାନେ ପୋଲିସ ଷ୍ଟେସନରେ ବହୁତ ଗଣ୍ଡଗୋଳ କରିଥିଲେ । ଖବର ମିଳିଛି ଯେ, ବାରାଗୁଞ୍ଜନ ବିହାରର ଜଣେ ମହିଳା ପୋଲିସ ଷ୍ଟେସନରେ କମ୍ପ୍ଲେନ ଦେଇଥିଲେ । ତାଙ୍କ ମତରେ ତାଙ୍କ ନାବାଳିକା ଝିଅକୁ ତାର ସାଙ୍ଗ ପ୍ଳାନ କରି ନେଇଯାଇଛି ।


ଘରୁ ବାହାରିବା ସମୟରେ ଝିଅ ଘରୁ କିଛି ଗହଣା ଓ ଟଙ୍କା ମଧ୍ୟ ନେଇ ଚାଲି ଯାଇଥିଲା । ପୋଲିସ ଏହି ମହିଳା ମାନଙ୍କର ସନ୍ଧାନ ପାଇ ତୁରନ୍ତ ପୋଲିସ ଷ୍ଟେସନକୁ ଆଣିଥିଲା । ସେହି ସମୟରେ ମହିଳା ଦୁଇଜଣ ନିଜ ବେକରେ ଫୁଲମାଳ ପିନ୍ଧି ଥିଲେ । ସେହି ମହିଳା ଦୁଇଜଣ ପୋଲିସକୁ ବୟାନ ଦେଇ କହିଲେ, ‘ଆମେ ଦୁଇଜଣ ପରସ୍ପରକୁ ପ୍ରେମ କରୁଛୁ ଓ ୧ ବର୍ଷ ପୂର୍ବରୁ ଆମେ ଦୁଇଜଣ ମନ୍ଦିରରେ ବିବାହ କରି ନେଇଛୁ ।

ସେତେବେଳେ ଆମ ପରିବାର ଲୋକ ଆମ ବିଷୟରେ ଜାଣିଥିଲେ ହେଲେ ପରିବାର ଲୋକ ଆମର ବିରୋଧ କରିଥିଲେ ଓ ପରସ୍ପର ସହ ଝଗଡା କରିଥିଲେ । ଏହି କାରଣ ପାଇଁ ଆମେ ଦୁହେଁ ଘର ଛାଡି ଚାଲି ଯାଇଥିଲୁ’ । ବର୍ତ୍ତମାନ ପୋଲିସ ଏହି କେସର ସମାଧାନ କରୁଛି ।

ଏଥିରେ ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ଓ ନୀତିଦିନ ଘଟୁଥିବା ସମସ୍ତ ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *