ପ୍ରେମ ବିବାହ ପରେ ବହୁ ସମୟରେ ଝଗଡା କାହିଁକି ଲାଗିଥାଏ ? ଏହା ପଛରେ କ’ଣ ରହିଥାଏ ମୂଳ କାରଣ ? Dr Samrat Kar

ପ୍ରେମ ସତ୍ୟ, ଶାଶ୍ଵତ ଓ ଚିରନ୍ତନ ଅଟେ । ପ୍ରତ୍ଯେକଟି ବ୍ୟକ୍ତି ନିଜ ଜୀବନରେ କେବେ ନା କେବେ ପ୍ରେମ ନିଶ୍ଚୟ କରିଥାଏ । ହେଲେ କିଛି ଲୋକନ୍କାଉ ତାଙ୍କ ପ୍ରେମରେ ସଫଳତା ମିଳିବା ବେଳେ ଅନ୍ୟ କିଛି ଜଣଙ୍କର ପ୍ରେମ ସଫଳ ହୋଇପାରିନଥାଏ । ତେବେ ଅନେକ ଜଣ ପ୍ରେମ ବିବାହ କରିବା ସତ୍ବେ ମଧ୍ୟ କାହିଁକି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥାଏ । ଏ ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷାଜ୍ଞ ଡାକ୍ତର ସମ୍ରାଟ କରଙ୍କ ମତ ଏଠାରେ ଆଲୋଚନା କରିବା ।

ପିଲାଟି ମ୍ଯାଚ୍ୟୁଅର ହେବା ପରେ ଟେଷ୍ଟୋଷ୍ଟିରନ, ଇସଟ୍ରୋଜେନ ନାମକ କିଛି ହରମୋନ ତା’ ଶରୀରରେ ନିର୍ଗତ ହୋଇଥାଏ । ଯାହା ଦ୍ଵାରା ଜଣେ ପୁଅ ଅନ୍ୟ ଗୋଟେ ଝିଅ ପ୍ରତି ବା ଝିଅ ଅନ୍ୟ ଗୋଟେ ପୁଅ ପ୍ରତି ଆକର୍ଷିତ ହୋଇଯାଇଥାଏ । ଶରୀରରେ ଥିବା କିଛି ସ୍ନାୟୁ ରସ ତାହାକୁ ଉତ୍ତେଜିତ କରିବା ଦ୍ଵାରା ଜଣଙ୍କର ଅନ୍ୟ ଜଣଙ୍କ ପାଇଁ ହାର୍ଟବିଟ ସ୍ପିଡ ହେବା ସହ ନିଦ ମଧ୍ୟ ହୋଇନଥାଏ । ଯାହାକୁ ପ୍ରେମ ବୋଲି ଅନେକ କହିଥାନ୍ତି ।

ତେବେ କେବଳ ଶାରୀରିକ ରୂପେ ନୁହେଁ, ବଂର ମାନସିକ ରୂପେ ଯଦି ଆମେ ଅନ୍ୟ ଜଣଙ୍କ ପ୍ରତି ଆକର୍ଷିତ ହେବାକୁ ଲାଗିଥାଉ । ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥାଏ । ହେଲେ ଅନେକ ପ୍ରେମ ସମ୍ପର୍କରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ମଧ୍ୟ ପ୍ରେମ ବିବାହ ପରେ ସେମାନଙ୍କ ମଧ୍ୟରେ ଝଗଡା କଣ ପାଇଁ ହୋଇଥାଏ ?

ଯଦି ଜଣେ ଅନ୍ୟ ଜଣଙ୍କର ମନକୁ ନୁହେଁ, ବଂର ତା’ ର ଶାରୀରିକ ଗଠନ, ଟଙ୍କାପଇସା ଆଦି ଜିନିଷକୁ ଦେଖିକି ତା’ ପ୍ରତି ଆଟ୍ରାକ୍ଟ ହୋଇଥାଏ । ତେବେ ତାକୁ ପ୍ରକୃତ ଲଭ କୁହାଯାଇନଥାଏ । ଯାହା ଫଳରେ ସେହିଭଳି ଲଭ ରିଲେସନ ରହି ବାହା ଘର କରୁଥିବା ଅଧିକାଂଶ କପୁଲ୍ ଙ୍କର ବିବାହ ପରେ ଝଗଡା ବାରମ୍ବାର ଲାଗିଥାଏ । ଯାହା ଫଳରେ ଉଭୟଙ୍କର ଅନେକ ସମୟରେ ଡିଭୋର୍ଷ ମଧ୍ୟ ହୋଇଯାଇଥାଏ ।

କପୁଲ୍ସ ମାନଙ୍କ ମଧ୍ୟରେ ସବୁଦିନ ପାଇଁ ରିଲେସନ ରହିବା ପାଇଁ ହେଲେ । ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣାର ନିହାତି ଆବଶ୍ୟକ ହୋଇଥାଏ । ଯଦି 2 ପ୍ରେମୀ ଯୁଗଳଙ୍କ ମଧ୍ୟରେ ପ୍ରତ୍ଯେକଟି କଥା ବେଳେ ବୁଝାମଣା ରହିଥାଏ । ତେବେ ସେପରି ସମ୍ପର୍କକୁ କେବେବି ଅଲଗା କରାଯାଇ ପାରେନାହିଁ ।

ସେମାନଙ୍କ ମଧ୍ୟରେ ଉଭୟ ଉଭୟଙ୍କ ପ୍ରତି ଥିବା ଭଲ ପାଇବା ସବୁଦିନ ପାଇଁ ଚୀରସ୍ଥାୟୀ ହୋଇ ରହିଥାଏ ।  ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *