Breaking News: ପ୍ରଥମେ Unlock ହେବ ଏହି ଜିଲ୍ଲା, ମୁଖ୍ୟମନ୍ତ୍ରୀ Naveen Patnaik ଦେଲେ ସଙ୍କେତ, ଦେଖନ୍ତୁ ଏହା ଆପଣଙ୍କ ଜିଲ୍ଲା ନୁହେଁ ତ ?

ନମସ୍କାର ବନ୍ଧୁଗଣ ଆଜି ପଜିଟିଭ କେଶ ୭% କୁ ଖସିଛି । ଯାହା କି କାଲି ୮.୭୫ % ରହିଥିଲା । ୨୪ ଘଂଟା ରେ ୬୫,୬୩୫ ଟେଷ୍ଟ ହୋଇଥିବା ବେଳେ ୫,୨୩୫ ପଜିଟିଭ ଚିନ୍ହଟ ହୋଇଛନ୍ତି ଏବଂ ୪୩ କରୋନା ଆକ୍ରାନ୍ତ ଙ୍କ ମୃ-ତ୍ୟୁ ହୋଇଛି ।

ଦୈନିକ ସଂକ୍ରମଣ ରେ ଟପ ୫ ହେଉଛି ଖୋର୍ଦ୍ଧା, କଟକ,ଯାଜପୁର,ବାଲେଶ୍ଵର,ମୟୁରଭଞ୍ଜ ରହିଛି । ଖୋର୍ଦ୍ଧା ରୁ ସର୍ବାଧିକ ୭୨୬ ଆକ୍ରାନ୍ତ ହୋଇଛନ୍ତି । କଟକରୁ ସର୍ବାଧିକ ୫୫୭ । ଯାଜପୁର ରୁ ୩୯୪ । ବାଲେଶ୍ଵର ରୁ ୩୨୦ ଏବଂ ମୟୁରଭଞ୍ଜ ରୁ ୨୮୫ ନୂଆ ପଜିଟିଭ କେଶ ବାହାରିଛି । କେବଳ ଏହି ପାଞ୍ଚ ଟି ଜିଲ୍ଲା ରୁ ୨,୨୮୨ ରହିଛି କରୋନା କେଶ । ରାଜ୍ୟ ରେ ୧୧ ଟି ଜିଲ୍ଲା ରେଡ଼ ଜୋନ ରେ ରହିଛି ।

୧୦ ଟି ଜିଲ୍ଲା ଗ୍ରୀନ ଜୋନ ରେ ଅଛି ଏବଂ ୯ ଟି ଜିଲ୍ଲା ୟେଲୋ ଜୋନ ରେ ରହିଛି । ୫% ତଳେ ରହିଛି ୧୧ ଜିଲ୍ଲା ଏବଂ ଉପକୂଳ ଓଡିଶା ତୁଳନାରେ ପଶ୍ଚିମ ଓଡିଶା ରେ ସଂକ୍ରମଣ ସଂଖ୍ୟା କମ ରହୁଛି । ତେଣୁ ଉପକୂଳ ଓଡ଼ିଶା ପୂର୍ବରୁ ପଶ୍ଚିମ ଓଡିଶା ର ଜିଲ୍ଲା ଗୁଡିକରେ ପ୍ରଥମେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇ ପାରେ ।

ଯାଜପୁର ଜିଲ୍ଲା ରେ ପଜିଟିଭ ସର୍ବାଧିକ ୧୯.୪୧% ରହିଛି । ପୁରୀ ରେ ୧୬.୦୧% ଏବଂ ଜଗତସିଂହପୁର ରେ ୧୫.୩% ରହିଛି । ଏହି ସବୁ ଅନୁସାରେ ଜଣା ପଡୁଛି କି ପଜିଟିଭ ରେସ୍ ଦିନ କୁ ଦିନ କମିବାରେ ଲାଗିଛି । ୭% ରୁ ମଧ୍ୟ କମ ରହିଛି । ବାର ଟି ଜିଲ୍ଲା ରେ ୧୦୦ ତଳେ ସଂକ୍ରମଣ ଅଛନ୍ତି ।

ରାଜ୍ୟ ରେ ଯେଉଁଠି ୫,୨୩୫ ଗତ କାଲି ୬୦୯୭ ତାପୂର୍ବ ଦିନ ଥିଲା ୬୦୧୯ ଏବଂ ତା ପୂର୍ବ ଦିନ ଥିଲା ୫୮୯୬ ତାପୂର୍ବ ରୁ ୬,୧୧୮ ତେଣୁ ନୂଆ ପଜିଟିଭ ସଂଖ୍ୟା କମିବାରେ ଲାଗିଛି ଏବଂ ଟେଷ୍ଟ ପାଖାପାଖି ୬୫ ରୁ ୭୦ ହଜାର କିଛିଦିନ ଲଗାତାର କରୁଛନ୍ତି ରାଜ୍ୟ ସରକାର । ଟେଷ୍ଟ ହୋଇଛି ୬୫,୬୩୫ ତା ପୂର୍ବରୁ ଥିଲା ୭୦,୬୩୮ ତାପୂର୍ବ ରୁ ଥିଲା ୬୮,୮୯୬ ।

ଦେଖିବାକୁ ଗଲେ ପଶ୍ଚିମ ଓଡିଶା ରେ ସଂକ୍ରମଣ ସଂଖ୍ୟା କମୁଛି ଏବଂ ଗ୍ରୀନ ଜୋନ ୧୦ ଟି ଜିଲ୍ଲା ବର୍ତ୍ତମାନ ରହିଛି ଗତକାଲି ସଂଖ୍ୟା ଥିଲା ୯ । ତେବେ ରେଡ଼ ଜୋନ ବରାବର ରହିଛି ଗତକାଲି ୧୧ ଟି ଜିଲ୍ଲା ଥିଲା ଏବଂ ଆଜି ମଧ୍ୟ ୧୧ ଟି ଜିଲ୍ଲା ରହିଛି । ୟେଲୋ ଜିଲ୍ଲା ୯ ଟି ଜିଲ୍ଲା ଥିଲା ଗତକାଲି ଏବଂ ଆଜି ୧୦ ଟି ଜିଲ୍ଲା ରହିଛି ।

ଯେହେତୁ ପଶ୍ଚିମ ଓଡିଶାରେ ଉପକୂଳ ଓଡ଼ିଶା ଅପେକ୍ଷା ପଜିଟିଭ ଏବଂ ସଂକ୍ରମଣ କେ-ଶ କମିବାରେ ଲାଗୁଛି ଏବଂ ଆଶା କରିବା କି ପଶ୍ଚିମ ଓଡ଼ିଶାରେ ବହୁତ ଶୀଘ୍ର ଅନଲକ ପ୍ରକ୍ରିୟା ଆରମ୍ଭ ହେବାକୁ ଲାଗିବ । ଉପକୂଳ ଓଡ଼ିଶା ପୂର୍ବରୁ ପଶ୍ଚିମ ଓଡିଶା ଅନଲକ ହେବ ଏବଂ ଯଦି ଅଧିକ ପଜିଟିଭ କେଶ ରହୁଥିବା ଜିଲ୍ଲା ଦେଖିଲେ ଯାଜପୁର ରେ ୧୯.୪୧% ପୁରୀ ୧୬.୦୧% ଏବଂ ଜଗତସିଂହପୁର ରେ ୧୫.୩% ରହିଛି ।

ନୂଆ ସୁସ୍ଥ ସଂଖ୍ୟା ଦେଖିଲେ ୮,୯୯୯ ଅଛି ଗତକାଲି ୮୦୩୨ ତାପୂର୍ବ ରୁ ଥିଲା ୮,୮୩୬ ଏବଂ ତା ପୂର୍ବରୁ ଥିଲା ୮,୪୨୯ । ଆକ୍ଟିଭ ସଂଖ୍ୟା ଦେଖିବାକୁ ଗଲେ ସେହି ଆକ୍ଟିଭ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଆକ୍ଟିଭ ସଂଖ୍ୟା ୬୬,୨୨୬ ରହିଛି ଗତକାଲି ଏହା ୬୯, ୩୩୩ ତାପୂର୍ବ ରୁ ଥିଲା ୭୩,୩୧୨ଏବଂ ତା ପୂର୍ବରୁ ଥିଲା ୮୪,୩୬୨ ।

ତେଣୁ ଆକ୍ଟିଭ ସଂଖ୍ୟା ମଧ୍ୟ ଧୀରେ ଧୀରେ କମୁଛି ସଂକ୍ରମଣ ମଧ୍ୟ କମିବାରେ ଲାଗିଛି ଏବଂ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି ଏବଂ ପଶ୍ଚିମ ଓଡିଶା ରେ ଏହି ପଜିଟିଭ ହାର ବହୁତ କମିବାରେ ଲାଗିଲାଣି ତେଣୁ ପ୍ରଥମେ ଅନଲକ ପ୍ରକ୍ରିୟା ପଶ୍ଚିମ ଓଡ଼ିଶାରେ ହିଁ ଆରମ୍ଭ ହୋଇଯିବ । ତେବେ ଧୀରେ ଧୀରେ ଉପକୂଳ ଓଡିଶାରେ ମଧ୍ୟ ପଜିଟିଭ ହାର କମିବାରେ ଲାଗିବ ଏବଂ ସେଠାରେ ମଧ୍ୟ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯିବ । ତେବେ ଅନଲକ ହେବା ପରେ ମଧ୍ୟ ମାସ୍କ ପିନ୍ଧିବା ଏବଂ ସାନିଟାଇଜର ବ୍ୟବହାର କରିବା ତା ସହିତ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ ।

ତେବେ ବନ୍ଧୁଗଣ ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *