“ମୁଁ ସିନେମା ଦେଖିବା ଲୋକ ନୁହେଁ କିନ୍ତୁ ମୋ ବୋହୂର ସିନେମା ଦେଖିବାକୁ ଆସିଛି, କାହିଁକି ନା ମୋ ବୋହୁ….” କଣ କହିଲେ ଶ୍ଵଶୁର ପ୍ରଫୁଲ୍ଲ ଘଡାଇ

ବନ୍ଧୁଗଣ, ସୂଚନା ଅନୁଯାୟୀ ରୁଦ୍ରାଣୀ ଚଳଚିତ୍ର କୁ ନେଇ ପୂର୍ବତ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ କହିଛନ୍ତି ଯେ “ମୁଁ ସିନେମା ଦେଖିବା ଲୋକ ନୁହେଁ କି ସିନେମା ହଲ ମଧ୍ୟ ଦେଖିବା ଲୋକ ନୁହେଁ, ମାତ୍ର ଯେହେତୁ ବୋହୂ ଅଭିନୟ କରିଛନ୍ତି ଏହି ଚଳଚିତ୍ର ରେ ଏବଂ ସମସ୍ତେ ବହୁତ ଭଲ କହିଛନ୍ତି ଯେ “ରୁଦ୍ରାଣୀ” ବହୁତ ଭଲ ଚଳଚିତ୍ର ହେଇଛି ପ୍ରସାୟ କରୁଛନ୍ତି ଏବଂ ବୋହୂ ର ନିମନ୍ତ୍ରଣ ରେ ଅନୁରୋଧରେ ସେ ହଲରେ ଦେଖିବା ପାଇଁ ଆସିଥିଲେ ।

ନାରୀ ମାନଙ୍କୁ ନେଇ ଚଳଚିତ୍ର ହେଇଛି ଏବଂ ନାରୀ ସଶକ୍ତି କରଣ ଉପରେ ଏଥିରେ କିଛି ପରାମର୍ଶ ଦେବାକୁ ରହିଅଛି ତେବେ ସେ ନିଶ୍ଚିତ ଭାବରେ ଖୁସି ହେବେ । କାରଣ ନାରୀ ନ ଜାଗିଲେ ଦେଶ ଜାଗିବ ନାହିଁ । ଏଥି ନିମନ୍ତେ ନବୀନ ବାବୁ ଙ୍କ ସରକାରରେ ନାରୀ ଜାଗରଣ ପାଇଁ ତଥା ନାରୀ ସଚେତନା ପାଇଁ ତଥା ନାରୀ ବିକାଶ ପାଇଁ ମିଶନ ଶକ୍ତି ଗଢିଛନ୍ତି ବଜେଡରେ ବହୁତ ଅର୍ଥ ଦେଉଛନ୍ତି ।

ପୁରୁଷ ଏବଂ ସ୍ତ୍ରୀ ଉଭୟ ସମାଜରେ ଉନ୍ନତ ହେବା ଦରକାର ସମାଜକୁ ଦୃଢୀଭୂତ କରିବା ନିମନ୍ତେ, ସମାଜକୁ ଉଧିମନ୍ତ ଉଚ୍ଚିମନ୍ତ କରିବା ପାଇଁ ଉଭୟ ସ୍ତ୍ରୀ ତଥା ପୁରୁଷ ଙ୍କର ସହଭାଗିତା ତଥା ସହ ଯୋଗୀତା ରହିଛି । ମାତ୍ର ଏହି ଚଳଚିତ୍ର ରେ କିଛି ଯଦି ମହିଳା ମାନଙ୍କୁ ପରାମର୍ଶ ଦେଲା ଭଳି ବିଷୟ ରହିଛି ତେବେ ତାହାକୁ ନେଇ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ।

ଏହା ସହିତ କହିଛନ୍ତି ଯେ ସେ ବୋହୂ କୁ ଝିଅ ଭାବରେ ଦେଖନ୍ତି ତଥା ଝିଅ ଏବଂ ବୋହୂ ଭିତରେ କୌଣସି ପ୍ରଭେଦ ଦେଖନ୍ତି ନାହିଁ । ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ସହିତ ତାଙ୍କ ପରିବାର ବନ୍ଧା ହୋଇ ରହିଛି । ଏବଂ ସେ ନିଜ ବୋହୂ ପାଇଁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

ବଙ୍ଗୀୟ ରାଜ୍ୟରୁ ଆସିଥିବା ନାୟିକା ଝିଲିକ ଭଟ୍ଟାଚାର୍ଜ ନିଜ ଚଳଚିତ୍ର କୁ ନେଇ ବହୁତ ଖୁସି ଅଛନ୍ତି ଏବଂ ତାଙ୍କ ସ୍ଵାମୀ ଡାନୀ ମଧ୍ୟ ବେସ ଖୁସ ଥିବାର ନଜର ଆସିଛନ୍ତି । ଦର୍ଶକ ନିଶ୍ଚିତ ଭାବରେ ଏହି ଚଳଚିତ୍ର କୁ ପସନ୍ଦ କରିବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *