ବରିଷ୍ଠ ରାଜନେତା Pradeep Maharathi ଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ବିବାଦରେ ସାଂସଦ Anubhav Mohanty, ଏମିତି ଏକ କୁକର୍ମ ପାଇଁ ଏବେ ଦଳରୁ ….

ରାଜ୍ୟର ବରିଷ୍ଠ ରାଜନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏବେ ଏହି ଦୁନିଆ ଛାଡି ଆର ପାରିକୁ ଚାଲି ଯାଇଛନ୍ତି । ମହାରଥିଙ୍କ ବିୟୋଗରେ ଓଡିଶା ରାଜନୀତିରେ ଶୋକର ଛାୟା । ଏବେ ଆଉ ଶୁଣିବାକୁ ମିଳିବ ନାହିଁ ତାଙ୍କ ଡାଇଲଗ ସରି ନାହିଁ ରାଜନୀତି, ଏକା ଲଢିବ ମହାରଥୀ । ଏବେ ହାରି ଯାଇଛନ୍ତି ମହାରଥୀ । ଏବେ ପୁରା ଓଡିଶାରୁ ପ୍ରଦୀପ ମହାରଥୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆ ଯାଉଛି କିନ୍ତୁ ଏବେ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଙ୍କ ଟ୍ଵିଟ କୁ ନେଇ ବହୁତ ଚର୍ଚ୍ଚା ଚାଲିଛି ।

ସାଂସଦ ଅନୁଭବ ମହାନ୍ତି ମହାରଥୀଙ୍କ ମୃତ୍ୟୁ ପୂର୍ବରୁ ହିଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଦେଇଥିଲେ ଓ ମିଛ ପୋସ୍ଟ କରି କହିଲେ ମୋ ବିରୁଦ୍ଧରେ ଷଡଯନ୍ତ୍ର କରା ଯାଇଛି । ଏଭଳି ଏକ ଦୁଃଖଦ ସମୟରେ ସାଂସଦ ଅନୁଭବ ମହାନ୍ତି ଏମିତି କାହିଁକି କଲେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ଆପଣଙ୍କୁ କହି ଦେଉଛୁ କି ପ୍ରଦୀପ ମହାରଥୀ ଙ୍କ ଦେହାନ୍ତ ଶନିବାର ଦିନ ରାତି ୨.୩୬ ରେ ହୋଇଥିବା ବେଳେ ସାଂସଦ ଅନୁଭବ ମହାନ୍ତି ତାଙ୍କୁ ସେହି ରାତି ୧୧.୩୬ ମିନିଟ ରେ ଶ୍ରଦ୍ଧାଞ୍ଜଳି ଦେଇ ଦେଇଥିଲେ ।

ଏବେ ପ୍ରଶ୍ନ ଉଠୁଛି କି ମହାରଥୀ ଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନେଇ ଅନୁଭବ ମହାନ୍ତି କାହିଁକି ଏତେ ବ୍ଯଗ୍ର ଥିଲେ । ନିଜେ ଟ୍ଵିଟ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଓ ଏହା ପରେ ସେ ତାହାକୁ ଡିଲୀଟ ମଧ୍ୟ କରି ଦେଇଥିଲେ ଓ ଶେଷରେ ସଫେଇ ଦେଇ ପୋସ୍ଟ କରିଥିଲେ କି ମତେ କେହି ଫସେଇ ଦେବା ପାଇଁ ଷଡଯନ୍ତ୍ର କରୁଛି ।

ତାଙ୍କ ଟ୍ଵିଟର କୁ ମଧ୍ୟ ହ୍ୟାକ କରା ଯାଉଛି ବୋଲି ମଧ୍ୟ ସେ କହିଥିଲେ । ଏହା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିଥିଲେ । ଏହା ପରେ ସେ ଆଉ ଏକ ଟ୍ଵିଟ କରି ଭୁଲ ମାଗିଥିଲେ ଓ କହିଥିଲେ ଏମିତି ଭୁଲ ହେବା କଥା ନୁହେଁ କିନ୍ତୁ ତାଙ୍କୁ ବଦନାମ କରିବା ପାଇଁ ଏହି ମିଛ ଖବର ତାଙ୍କୁ ଦିଆ ଯାଇଥିଲା ।

ସେ ଏହା ମଧ୍ୟ କହିଛନ୍ତି କି ଜଣେ ବ୍ୟବସାୟୀ ତାଙ୍କୁ ଏହି ଖବର ଦେଇଥିଲେ । ଆପଣଙ୍କୁ କହି ଦେଉଛୁ କି ମୃତ୍ୟୁର ୩ ଦିନ ପୂର୍ବରୁ ପ୍ରଦୀପ ମହାରଥିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଯାଇଥିଲା ଓ ତାଙ୍କୁ ଆଇସିଇଉ ରେ ରଖା ଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା । ତାଙ୍କର ମୃତ୍ୟୁ ପରେ ରାଜନୀତି ଜଗତରେ ଶୋକର ଛାୟା । ଏବେ ନିଜର ଏଭଳି ଟ୍ବିଟ କାରଣରୁ ଅନୁଭବ ମହାନ୍ତି ବିବାଦ ରେ ଫସି ଯାଇଛନ୍ତି ।

ଅନୁଭବ ମହାନ୍ତି ଙ୍କ ବୈବାହିକ ଜୀବନରେ ଯେଉଁ ଝଡ ଉଠିଛି ତାହା ଥମି ନଥିବା ବେଳେ ପୁଣି ଆଉ ଏକ ବିବାଦରେ ଫସି ଯାଇଛନ୍ତି ଅନୁଭବ ମହାନ୍ତି । ତେବେ ଆଗକୁ ଜଣା ପଡିବ କି ଆଗକୁ ପୁଣି କଣ କଣ ସଫେଇ ଦଉଛନ୍ତି ସାଂସଦ ଅନୁଭବ ମହାନ୍ତି । ତେବେ ଏହା ବିଷୟରେ ଆପଣଙ୍କ ମତାମତ ଆମକୁ କମେନ୍ଟ ନିଶ୍ଚୟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *