PM Modi ଦେଲେ ଏମିତି ଶୁଭେଚ୍ଛା, ଜୀବନ ସାରା ଭୁଲିବେ ନାହିଁ ନୂଆ ପାକିସ୍ତାନୀ PM Shehbaz Sharif, ଦେଖନ୍ତୁ ଏମିତି କଣ କହିଲେ Modi…

ବନ୍ଧୁଗଣ ପାକିସ୍ତାନରେ ବିଗତ ବର୍ଷରୁ ଏକ ପରମ୍ପରା ଚାଲି ଆସୁଛି । ଏଠାରେ କୌଣସି ନେତା ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କାଶ୍ମୀର ଉପରେ ବିନା କାରଣରେ କିଛି ନା କିଛି ବୟାନ ନିଶ୍ଚୟ ଦେଇଥାନ୍ତି । ଠିକ ସେହି ଭଳି ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ସେହେବାଜ ଶରିଫ ମଧ୍ୟ ଏହି ପରମ୍ପରାକୁ ଆଗକୁ ବଢାଇ ଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେହେବାଜ ଶରିଫ ଭାରତ ବିପକ୍ଷରେ ଜବରଦସ୍ତ ବୟାନ ଦେଇଛନ୍ତି ।

ସେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ପାକିସ୍ତାନ ସାଂସଦରେ କହିଲେ, ଆମେ ଭାରତ ସହ ଭଲ ସମ୍ପର୍କ ରଖିବା ପାଇଁ ଚାହୁଁଛୁ ହେଲେ କାଶ୍ମୀର ପ୍ରସଙ୍ଗ ସମାଧାନ ହେବା ପୂର୍ବରୁ ଏହା ସମ୍ଭବ ନୁହେଁ । ସେହେବାଜ ଶରିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ କରି କହିଲେ, ଆସନ୍ତୁ ଆମେ କାଶ୍ମୀର ପ୍ରସଙ୍ଗର ସମାଧାନର ରାସ୍ତା ବାହାର କରିବା । ସେମାନଙ୍କୁ ଦରିଦ୍ରତା ଓ ବେରୋଜଗାରି ରୁ ବାହାର କରିବା ।

ବନ୍ଧୁଗଣ ସେହେବାଜ ବୋଧେ ଜାଣି ନାହାନ୍ତି ଯେ, ଏବେ କାଶ୍ମୀରରେ ଏମିତି ବିକାଶ ହୋଇଛି ଯାହା ପାକିସ୍ତାନରେ ହୋଇନାହିଁ । ପାକିସ୍ତାନରେ ଏବେ ଆର୍ଥିକ ସଙ୍କଟ ଦେଖା ଦେଇଛି । ବିଦେଶ କର୍ଜରେ ପାକିସ୍ତାନ ଏବେ ବୁଡି ରହିଛି । ଦୁନିଆର କୌଣସି ଦେଶ ପାକିସ୍ତାନରେ ନିବେଶ କରିବାକୁ ଚାହୁଁ ନାହିଁ । ହେଲେ ସେହେବାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କାଶ୍ମୀର କଥା କହି ନିଜ ରାଜନୀତି କରି ଚାଲିଲେ ।

ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଗୋଟେ ଟ୍ବିଟ କରି ସେହେବାଜ ଶରିଫଙ୍କ ଏମିତି ସ୍ଵାଗତ କରିଲେ ଯାହା ସେ କେବେବି ଭୁଲିବେ ନାହିଁ । ନରେନ୍ଦ୍ର ମୋଦୀ ଶିଷ୍ଟାଚାର ଦେଖାଇ ସେହେବାଜ ଶରିଫଙ୍କୁ ସୁବେଚ୍ଚା ଜଣାଇଲେ ଓ ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ଏକ ବଡ ଚେତାବନୀ ମଧ୍ୟ ଦେଲେ । ନରେନ୍ଦ୍ର ନିଜ ଟ୍ବିଟରେ ଲେଖିଛନ୍ତି, ଭାରତ ଶାନ୍ତି ଓ ସ୍ଥିରତା ଚାହୁଁଛି । ଏଠାରେ ଆତଙ୍କ ପାଇଁ କୌଣସି ସ୍ଥାନ ନାହିଁ ।

ଏମିତି ହେବା ଦ୍ଵାରା ଆମେ ବିକାଶ ଉପରେ ଅଧିକ ଗୁରୁତ୍ଵ ଦେଇ ପାରିବୁ । ଏହା ସହ ଆମେ ନିଜ ଲୋକ ମାନଙ୍କର ମଙ୍ଗଳ କରିପାରିବୁ । ନରେନ୍ଦ୍ର ମୋଦୀ ସୁବେଚ୍ଚା ଜଣାଇବା ସହ ଆତଙ୍କବାଦୀ ପ୍ରସଙ୍ଗ ମଧ୍ୟ ଉଠାଇ ଛନ୍ତି । ନରେନ୍ଦ୍ର ମୋଦୀ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ସ୍ପର୍ଷ୍ଟ ସଙ୍କେତ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *