ସିଏମ ଯୋଗୀଙ୍କ ସନ୍ୟାସ ପରେ ପିତା ମାଗିଥିଲେ ଏହି ଜିନିଷ, ପୁଅ ଗୋଟେ ଥରରେ ହିଁ ପୁରା କରିଦେଇଥିଲେ ଇଛା

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ସ୍ଵର୍ଗୀୟ ଆନନ୍ଦ ସିଂହ ବିଷ୍ଟ ଉତ୍ତରାଖଣ୍ଡର ପଞ୍ଚୁର ଗ୍ରାମର ନିବାସୀ ଥିଲେ । ସେ ବନ ବିଭାଗରେ ରେଞ୍ଜର ପଦରେ କାର୍ଯ୍ୟରତ ଥିଲେ । କିନ୍ତୁ ରିଟାୟର୍ଡ ହେବା ପରେ ସେ ଘରେ ହିଁ ରହୁଥିଲେ । ଏହା ସହିତ ସେ ସର୍ବଦା ସାମାଜିକ କାର୍ଯ୍ୟ ପ୍ରତି ରୁଚି ରଖୁଥିଲେ । ଏମିତିରେ ପଞ୍ଚୁର ଗ୍ରାମରେ ରହୁଥିବା କୋଟଦ୍ୱାର ଶିକ୍ଷକ କୁହନ୍ତି କି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଗ୍ରାମର ପାଖାପାଖି ୪୦ – ୫୦ କିଲୋମିଟର ଭିତରେ କୌଣସି ମହାବିଦ୍ୟାଳୟ ଏମିତି ନ ଥିଲା, ଯେଉଁଥିରେ ଝିଅମାନଙ୍କ ଶିକ୍ଷାର କୌଣସି ବ୍ୟବସ୍ଥା ଥିବ ।

ଏମିତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ତାଙ୍କ ପୁଅକୁ ଏକ ମହାବିଦ୍ୟାଳୟର ସ୍ଥାପନା କରିବାର କଥା କହିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ସଙ୍ଗେ ସଙ୍ଗେ ନିଜ ପିତାଙ୍କ ଆଦେଶକୁ ପାଳନ କରିଲେ । ସେ ୨୦୦୫ରେ ପଞ୍ଚୁର ଗ୍ରାମରେ ମହାଯୋଗୀ ଗୁରୁ ଗୋରଖନାଥ ଡିଗ୍ରୀ କଲେଜର ସ୍ଥାପାନା କରିଲେ । ଏହା ପରେ ସେହି ମହାବିଦ୍ୟାଳୟର ଦେଖାଶୁଣା ଦାୟିତ୍ଵ ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ପିତାଙ୍କୁ ଦେଲେ ।

ଏଠାରେ ଭଲ ଶିକ୍ଷା ମଧ୍ୟ ଦିଆ ଯାଉଛି । ଯେଉଁ କାରଣରୁ ଦୂର ଦୂର ସ୍ଥାନରୁ ଛାତ୍ରୀମାନେ ଏହି ମହାବିଦ୍ୟାଳୟକୁ ପଢିବା ପାଇଁ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପିତା ଚାହୁଁଥିଲେ କି ଶିକ୍ଷାର ସମସ୍ତ ସୁବିଧା ଗ୍ରାମରେ ଉପଲବ୍ଧ ହେଉ । ତାଙ୍କର ପୁରା ପ୍ରୟାସ ରହୁଥିଲା କି ପିଲାମାନଙ୍କୁ ସମସ୍ତ ପ୍ରକାରର ଶିକ୍ଷା ଦିଆଯାଉ । କିନ୍ତୁ ରବିବାର ଦିନ ସକାଳେ ଆନନ୍ଦ ସିଂହ ବିଷ୍ଟ ଦିଲ୍ଲୀର ଏମ୍ସରେ ଅନ୍ତିମ ନିଶ୍ଵାସ ନେଲେ । ତାଙ୍କର ନିଧନର ଖବର ମିଳିବା ମାତ୍ରେ ହିଁ ସେହି କ୍ଷେତ୍ରରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *