ପିତାଙ୍କ ମୃତ୍ୟୁ ପରେ ଝିଅ ପଲ୍ଲବୀ କାନ୍ଦି କାନ୍ଦି କହିଲେ କିଛି ଏମିତି କି ଆପଣଙ୍କ ଛାତି ଥରି ଉଠିବ, କହିଲେ ମୁଁ ଡାକ୍ତର ହେଇ….

ବନ୍ଧୁଗଣ ବର୍ତ୍ତମାନ ଏହି କରୋନା ମାହାମାରୀ ସମୟରେ ଏହି ବର୍ଷ ବହୁତ କିଛି ଦୁଃଖଦ ଘଟଣା ଘଟି ସାରିଛି । ଖାସ କରି ଏହି ବର୍ଷ ବହୁତ ଲୋକପ୍ରିୟ କଳାକାର ଓ କିଛି ବଡ ବଡ ନେତାଙ୍କର ମୃତ୍ୟୁ ଘଟିଛି । ଏହିପରି ଏହି ତିନି ଦିନ ପୂର୍ବରୁ ପିପିଲି ବିଧାୟକ ପ୍ରଦୀପ ମହାରଥୀ ମୃତ୍ୟୁବରଣ କରିଛନ୍ତି । ତାଙ୍କ ମୃତ୍ୟୁର ଖବର ଶୁଣି ତାଙ୍କ ପରିବାର ଲୋକ ସମେତ ସମଗ୍ର ଓଡିଶା ବାସୀ ବହୁତ ଦୁଃଖ ଅନୁଭବ କରିଛନ୍ତି । ହେଲେ ତାଙ୍କ ମୃତ୍ୟୁର ଦୁଃଖକୁ ସହ୍ୟ କରିନପାରି ତାଙ୍କର ଝିଅ ଏମିତି କିଛି କଥା କହିଛନ୍ତି ଯାହା ଆପଣ ମାନେ ଶୁଣିଲେ ଆପଣଙ୍କ ଆଖି ଭରି ଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏହି ତିନି ଦିନ ପୂର୍ବରୁ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ବନ୍ଧୁଗଣ ତାଙ୍କ ଦେହ ଅସୁସ୍ଥ ହୋଇଯିବାରୁ ସେପ୍ଟେମ୍ବର ୧୪ ତାରିଖ ଦିନ ତାଙ୍କୁ ହସ୍ପିଟାଲରେ ଭର୍ତି କରା ଯାଇଥିଲା । ଏହା ପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା । କରୋନା ଟେଷ୍ଟରେ ପ୍ରଦୀପଙ୍କର ପଜିଟିଭ ଆସିଥିଲା ।

କିନ୍ତୁ ତାଙ୍କର ଚିକତ୍ସା ହସ୍ପିଟାଲରେ ବହୁତ ଭଲ ଭାବରେ ହୋଇଥିଲା ଯାହା ଫଳରେ ଗତ ଦିନ ମାନଙ୍କରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଗତ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟ ପୁଣି ଖରାପ ହୋଇଥିବାରୁ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା । ହେଲେ ଗତ ଶନିବାର ଦିନ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପ୍ରଦୀପଙ୍କ ଝିଅ ହେଉଛନ୍ତି ପଲ୍ଲବି ମହାରଥୀ । ସେ ପେଶାରେ ହେଉଛନ୍ତି ଜଣେ ଡାକ୍ତର । ସେ ଅଲିଉଡ ଅଭିନେତା ଅର୍ଦ୍ଧେନ୍ଦୁଙ୍କୁ ବିବାହ କରିଛନ୍ତି । ପଲ୍ଲବି କାନ୍ଦି କାନ୍ଦି କହିଛନ୍ତି କି ‘ମୁଁ ଦୁନିଆରେ ସବୁଠାରୁ ଅଧିକ ନିଜ ବାପାଙ୍କୁ ଭଲ ପାଏ । ମୁଁ ଆଜି ଯାହାବି ସଫଳତା ପାଇଛି ତାହା ସବୁ ମୋ ବାପାଙ୍କ ପାଇଁ । କିନ୍ତୁ ଡାକ୍ତର ହୋଇ ମଧ୍ୟ ମୁଁ ନିଜ ବାପାଙ୍କୁ ବଞ୍ଚାଇ ପାରିଲି ନାହିଁ ।” ନିଜ ପିତାଙ୍କ ମୃତ୍ୟୁ ପରେ ପଲବି ଭାଙ୍ଗି ଯାଇଛନ୍ତି ।

କାରଣ ପଲ୍ଲବି ଆଜି ଯାହା ମଧ୍ୟ ସଫଳତା ପାଇଛନ୍ତି ତାହା କେବଳ ତାଙ୍କ ବାପାଙ୍କ ପାଇଁ । ପ୍ରଦୀପଙ୍କ ମୃତ୍ୟୁ ପରେ ବିଜେଡିର ସମସ୍ତ କର୍ମକର୍ତ୍ତା ମାନଙ୍କ ସହ ଓଡିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ବହୁତ ଦୁଃଖ ଅନୁଭବ କରିଛନ୍ତି । କାରଣ ପ୍ରଦୀପ ପିପିଲିର ବିଧାୟକ ହେବା ସହ କୃଷିମନ୍ତ୍ରୀ ମଧ୍ୟ ଥିଲେ । ପ୍ରଦୀପଙ୍କ ମୃତ୍ୟୁ ପରେ ପଲବି ବହୁତ କାନ୍ଦିଛନ୍ତି । ସେ ନିଜ ପିତାଙ୍କ ବିଷୟରେ ଚିନ୍ତା କରି ଭାଙ୍ଗି ପଡିଛନ୍ତି ।

କାରଣ ସମସ୍ତ ଝିଅ ନିଜ ପିତାକୁ ବହୁତ ଭଲ ପାଇଥାଏ, କାରଣ ପିତା ନିଜ ଝିଅକୁ ସେହିପରି ସ୍ନେହ ଓ ଆଦରରେ ବଡ କରିଥାଏ । ପ୍ରଦୀପ ମଧ୍ୟ ନିଜ ଝିଅ ପଲବିକୁ ବହୁତ ସ୍ନେହ ଆଦରରେ ବଡ କରି ଡାକ୍ତର କରିଛନ୍ତି । ଯେହେତୁ ପଲବି ଜଣେ ଡାକ୍ତର ହୋଇ ମଧ୍ୟ ନିଜ ପିତାଙ୍କୁ ବଞ୍ଚାଇ ପାରିଲେ ନାହିଁ, ସେଥିପାଇଁ ସେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *