ପିଙ୍କି ସହି ପାରିଲାନି ଲୋକଲଜ୍ଜା, ନୀରବ ରହିଲା ପୋଲିସ, ଶେଷରେ ପିଙ୍କି ହାରିଦେଲା ପିଙ୍କି, ପାଗଳୀ ହେଇ ବାହୁନି କାନ୍ଦୁଛି ମା’, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ମା’ ଜଣଙ୍କ କାନ୍ଦି କାନ୍ଦି ମାସେ ଆଗରୁ ପୋଲିସକୁ ଜଣାଇଥିଲେ । ମୋ ଝିଅ ବଜାର,ରାସ୍ତାଘାଟ କୁଆଡେ ଗଲେ ମଧ୍ୟ ତାକୁ କମେଣ୍ଟ ମାରୁଛନ୍ତି । ତାକୁ ମନଇଛା ଇଆଡୁ ସିଆଡୁ କହୁଛନ୍ତି । ମୋ ଝିଅ ଆଉ ସହି ପାରୁନାହାଁ । ଆଜ୍ଞା ଆପଣ କିଛି କରନ୍ତୁ । ଏହାପରେ ମଧ୍ୟ ପୋଲିସ ଶାନ୍ତ ଥିଲା କିଛି କରୁନଥିଲା ଏବଂ ଶେଷରେ ଏହିଭଳି କମେଣ୍ଟ ସବୁବେଳେ ଶୁଣି ଆଜି ପିଙ୍କି ଜୀବନ ହାରିଦେଲା । ଏହିକଥା କୁ ପୋଲିସ ବାବୁଙ୍କୁ ଫୋନ ମଧ୍ୟାମରେ କହୁଛନ୍ତି ମା’ । ସାର ! ଆପଣଙ୍କୁ ଆଉ କଣ କହିବି ଏବେ ?

ଯେତେବେଳେ କହିଲି ତଥା ଅଭିଯୋଗ କରିଲି ଆପଣ କିଛି ମଧ୍ୟ କରିଲେ ନାହିଁ । ଆଉ ଶେଷରେ ମୋ ପିଙ୍କି ଆଜି ଜୀବନ ହାରିଦେଲା । ପିଙ୍କିଙ୍କର ବୟସ ଥିଲା ୨୨ ବର୍ଷ । ସେ ଟ୍ରେଲେରିଙ୍ଗ କାମ କରୁଥିଲେ । ତାଙ୍କ ଜୀବନ ବହୁତ ଖୁସିରେ ଚାଲିଥିଲା । କିନ୍ତୁ ଗାଁ ର ସରପଞ୍ଚ ଏବଂ ତାଙ୍କର ସମର୍ଥକ ମାନେ ତାଙ୍କୁ କମେଣ୍ଟ ମାରିବା ଆରମ୍ଭ କରିଦେଲେ ।

ଏମିତିକି ରାସ୍ତାଘାଟ ଯେଉଁଠାରେ ଦେଖିଲେ ସେଠାରେ କହିବାକୁ ଲାଗିଲେ । ମାତ୍ର ସବୁକୁ ସମ୍ଭାଳିଥାନ୍ତି ପିଙ୍କି । କିନ୍ତୁ ସେ ଶେଷରେ ଘରକୁ ଆସି ନେଲେ ଶେଷ ନିଷ୍ପତ୍ତି । ଏବଂ ସବୁଦିନ ଲାଗି ଆଖି ବୁଝିଦେଲେ । ମା’ ପାଟକୁରା ଥାନାରେ ଏକମାସ ତଳେ ଅଭିଯୋଗ କରିଥିଲେ । ମାତ୍ର ପାଟକୁରା ଥାନା କିଛି ପଦକ୍ଷପ ନେଇନଥିଲା । ଏବଂ ଆଜି ତାହାର ପରିଣାମ ପିଙ୍କି ଜୀବନ ହାରିଦେଲେ ।

ଏହି ଘଟଣାଟି ହେଉଛି ପାଟକୁରା ଥାନା ଅନ୍ତର୍ଗତ ମହାମୃଦା ଗ୍ରାମର । ଯେଉଁଠାରେ ପିଙ୍କି ନିଜ ଜୀବନ ହାରିଦେଇଛନ୍ତି । ସବୁ ଝିଅ ଭଳି ଆଗକୁ ଯାଇ ହୁଏତ ସୁନାର ସଂସାର ଗଢିଥାନ୍ତେ କିନ୍ତୁ ସବୁ ସ୍ଵପ୍ନ ଧୂଳିସାତ ହୋଇଗଲା । ଆଉ ଲୋକ ମାନଙ୍କର ଏହିଭଳି କଥାକୁ ଶୁଣିନପାରି ସେ ଜୀବନ ହରିଦେଲେ । ଏହିଭଳି ଘଟଣା ପ୍ରଥମ ଥର ନୁହେଁ ବରଂ କେତେକ କ୍ଷେତ୍ରରେ ଅନେକ ଅଭିଯୋଗକାରୀ ଶେଷରେ ପୋଲିସ ଙ୍କ ଠାରୁ ନ୍ୟାୟ ନ ପାଇ ଶେଷରେ ନିଜ ଜୀବନ ହାରୁଛନ୍ତି ।

ତେବେ ମୋଟାମୋଟି ଭାବରେ କହିବାକୁ ଗଲେ ଏହି ରାଜ୍ୟର ଆଇନ ବ୍ୟବସ୍ଥା କେବେ ସୁଧୁରିବ ? ଏବଂ ଗରିବ ତଥା ପୋଲିସଙ୍କ ସହାୟତା ଲୋଡା କରୁଥିବା ଲୋକଙ୍କୁ କେବେ ନ୍ୟାୟ ମିଳିବ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *