ଆତ୍ମହତ୍ୟା ପୂର୍ବରୁ ପିଲାଟିର ମା’କୁ ଶେଷ ଚିଠି, ‘ବୋଉ ମୁଁ ଦଶମ ପାସ କରିବି ବୋଲି ଆଶା ନାହିଁ, ସେଥିପାଇଁ ମୁଁ ଚାଲି ଯାଉଛି ବୋଉ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଘର ଛାଡି ସବୁଦିନ ଲାଗି ଚାଲିଯାଇଥିଲା ଗେହ୍ଲା ପୁଅ । ଯିବା ସମୟରେ ସେ ଏକ ଚିଠି ଲେଖି ଯାଇଥିଲେ । ତେବେ ଆସନ୍ତୁ ଜାଣିନେବା ସେହି ଚିଠି ସମ୍ବନ୍ଧରେ । “ବୋଉ ଲୋ ମୋତେ କ୍ଷମା କରିଦେବୁ, ମୁଁ ମୋ ନିଜକୁ ରୋକି ପାରିଲି ନାହିଁ । ବୋଉ ମୁଁ ଦଶମ ପାସ ହେବି ବୋଲି ମୋ ଉପରେ ମୋର ଆଶା ନାହିଁ । ଆଉ ମୁଁ ଟେଷ୍ଟ ପରୀକ୍ଷା ରେ ଭଲ ମାର୍କ ରଖିଲେ ହିଁ ୧୦ ମ ବୋର୍ଡ ପରୀକ୍ଷା ଦେଇ ପାରିବି । ନଚେତ ଫେଲ ହୋଇଯିବି ।

ଏଥିପାଇଁ ମୁଁ ଏହି ଘର ଛାଡି ତତେ ଛାଡି ଚାଲି ଯାଉଛି ମୁଁ ଆଉ ଏହି ଘରକୁ ଆସିବି କି ନାହିଁ ତାହା ମତେ ଜଣା ନାହିଁ । ବୋଉ ମୁଁ ତୋ ରାଣ ଖାଉଛି ତତେ କଥା ଦେଉଛି ମୁଁ ତତେ ନିଶ୍ଚିତ ଭାବରେ ଗୋଟିଏ ଭଲ ମଣିଷ ଏବଂ ବଡ ଲୋକ ହୋଇ ଦେଖାଇବି । ଇତି ତୋ ପ୍ରିୟ ପୁଅ ନାରାୟଣ” । ତେବେ ଚିଠିରେ ଏମିତି କିଛି ଲେଖିଥିଲେ ।

ଏହାପରେ ଘରର ପରିସ୍ଥିତି ଏଭଳି କିଛି ଚିତ୍ର ବୟାନ କରୁଛି ମା’ ପୁଅ ର ଫଟୋ ଦେଖି ଛାତି ଫଟାଇ କାନ୍ଦୁଛି ଏବଂ କହୁଛି ଯେ ପୁଅ ତୁ କୋଉଠି ଅଛୁ ମୋ ପାଖକୁ ଚାଲି ଆ’ ! ତତେ କିଏ ଖାଇବାକୁ ଦେଉଥିବ ? ସଂପୂର୍ଣ୍ଣ ପରିବାର ବର୍ତ୍ତମାନ ପୁଅ କଥା ଚିନ୍ତା କରି ଦୁଃଖରେ ଭାଙ୍ଗି ପଡିଛି । ଭଉଣୀ ଆଖିରୁ ମଧ୍ୟ ନିଗିଡି ପଡୁଛି ଧାର ଧାର ଲୁହ । ସେ ମଧ୍ୟ ତା’ ଭାଇ କୁ ଖୋଜି ହେଉଛି ।

କହୁଛି ମୋ ଭାଇ ତୁ ଚାଲି ଆ’ । ତେବେ ଏଭଳି ଏକ ହୃଦୟ ବିଦାରକ ଖବର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜେଲକାଟୁ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ କାଳୁଆ ସାହି ଅଞ୍ଚଳରେ । ଏହି ଗ୍ରାମର ରେଣୁକା ପାଣିଗ୍ରାହୀ ଙ୍କ ପୁଅ ନାରାୟଣ । ସେ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୦ ଶ୍ରେଣୀରେ ପାଠ ପଢୁଥିଲେ ।

ଗତ ବୁଧୁବାର ଦିନ ସ୍କୁଲ କୁ ଯିବାକୁ କହି ନାରାୟଣ କେଉଁଠାକୁ ଚାଲିଯାଇଥିଲେ । ସେ ଯିବା ପୂର୍ବ ରୁ ତାଙ୍କ ମା’ ଙ୍କ ପାଇଁ ଏକ ଚିଠି ଲେଖିଯାଇଥିଲେ । ନାରାୟଣ ଙ୍କ ନିଖୋଜ ର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ସେ କିଭଳି ଏହି ନିଷ୍ପତ୍ତି ନେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *