ଅମାନିଆ ସାଥି ଡ୍ରାଇଭରଙ୍କୁ ଫୁଲ ମାଳ ଚାଲିଛି ସ୍ଵାଗତ ଓ ସମ୍ବର୍ଦ୍ଧନା…ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅମାନିଆ ଡ୍ରାଇଭରଙ୍କୁ ଫୁଲ ସମ୍ବର୍ଦ୍ଧନା ! ତେବେ ଗୋଟିଏ ପଟେ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଉଛି । ଅନ୍ୟ ପଟେ ଏପରି କିଛି ସେହି ଡ୍ରାଇଭର ସାଥି ଭାଇ ମାନେ ଅଛନ୍ତି । ଯେଉଁ ମାନେ କି ଆନ୍ଦୋଳନ ବିଷୟରେ ଜାଣିକି ମଧ୍ୟ ଗାଡି ଚଳାଇବା ବନ୍ଦ କରିନାହାନ୍ତି । ତେବେ ସେହି ସବୁ ସାଥିଡ୍ରାଇଭର ମାନଙ୍କ ପାଇଁ ଗୋଟିଏ ଗୋଟିଏ ଲେଖାଏଁ ଫୁଲ ମାଳର ବ୍ୟବସ୍ଥା କରାଯାଇଛି ।

ତେବେ ସୂଚନା ମୁତାବିକ ଡ୍ରାଇଭର ସଂଘ ତରଫରୁ ବିଭିନ୍ନ ପ୍ରକାର ଦାବୀକୁ ଆଖି ଆଗରେ ରଖି ଡ୍ରାଇଭର ମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ଏକ ହୋଇଥିଲେ । ତେବେ ଯେଉଁ ସବୁ ଡ୍ରାଇଭର ମାନଙ୍କର ରହିଥିଲା । ତାହାକୁ ନେଇ ଆଗରୁ ମଧ୍ୟ ସରକାରଙ୍କ ନିକଟରେ ଡ୍ରାଇଭର ସଂଘ ଜଣାଇଥିଲେ । ହେଲେ ସରକାର ଏଥିପ୍ରତି ବିଶେର୍ଷ କିଛି ପଦକ୍ଷେପ ନେଇନଥିଲେ ।

ହେଲେ ଯେଉଁ ସବୁ କଥାରେ ଅତିଷ୍ଠ ହୋଇ ବାଧ୍ୟରେ ଡ୍ରାଇଭର ମହାସଂଘ ତରଫରୁ ସମସ୍ତ ଡ୍ରାଇଭର ମାନଙ୍କୁ କୁହାଯାଇଥିଲା । କି ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯିବ । ତେବେ ଯାହାକି ଭୁବନେଶ୍ବର ତଥା ରାଜ୍ୟବ୍ୟାପୀ ଏହି ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ବହୁ ଡ୍ରାଇଭ ଭାଇ ମଧ୍ୟ ସହଯୋଗ କରିଛନ୍ତି । ଯେଉଁ କାରଣରୁ ସେମାନେ ଆଜି ଗାଡି ଚଳାଇନଥିଲେ । ହେଲେ ଏହାର ଅପର ପକ୍ଷରେ ଅନ୍ୟ କିଛି ଡ୍ରାଇଭର ଅଛନ୍ତି ଯେଉଁମାନେ କି ଷ୍ଟିୟରିଂ ଛାଡ ଆନ୍ଦୋଳନ ସମୟରେ ନିୟମର ଉଲଂଘନ କରି ରାସ୍ତାରେ ଗାଡି ଚଳାଇଥିଲେ ।

ତେବେ ରାଜ୍ୟ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ ନକରି ଓଲଟା ନିୟମର ଉଲଂଘନ କରି ରାସ୍ତାରେ ଆଜି ଯେଉଁ ମାନେ ବି ଗାଡି ଚଳାଇଥିଲେ । ସେହି ଡ୍ରାଇଭରଙ୍କର ଗାଡିକୁ ଅଟକାଇ ଷ୍ଟିୟରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇଥିବା ଅନ୍ୟ ଡ୍ରାଇଭର ମାନେ ତାଙ୍କୁ ଫୁଲ ମାଳ ପିନ୍ଧାଇ ସମର୍ଥନ କରିଥିଲେ । ଯେଉଁ ଦ୍ରୁଶ୍ଯ ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଗୋଟିଏ ପଟେ ଷ୍ଟିୟରିଂ ଛାଡ ଓ ଅନ୍ୟ ପଟେ ଷ୍ଟିୟରିଂ ଧରି ଏପରି କିଛି ଡ୍ରାଇଭର ଅଛନ୍ତି ଯେଉଁ ମାନେ ନିର୍ବିକାର ଭାବରେ ରାସ୍ତାରେ ଗାଡି ଚଳାଉଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *