ଓଡିଶା ଗସ୍ତ ସାରି ଫେରିଗଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ (Draupadi Murmu), ଦେଖନ୍ତୁ କିପରି ଥିଲା ସେହି ସମୟର ଦୃଶ୍ୟ

ନମସ୍କାର ବନ୍ଧୁଗଣ ତେବେ ବିଧାନସଭାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ । ବିଧାନସଭାର ସମ୍ମିଳନୀ କକ୍ଷକୁ ଦ୍ରୌପୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ, ବିଜେଡି ସାଂସଦ ଓ ବିଧାୟକ ପାଛୋଟି ନେଇଥିଲେ । ତେବେ ବିଧାନସଭାର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାୟକ, ସାଂସଦଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।   ଏହି ଭେଟଘାଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଥିଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ।

ବିଜେଡି ସାଂସଦ ଓ ବିଧାୟକ ମାନେ ମଧ୍ଯ ଉପସ୍ଥିତ ରହିଥିଲେ । ପ୍ରାୟ ୩୦ ମିନିଟ ଧରି  ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ତେବେ ସମ୍ମିଳନୀ କକ୍ଷରେ ଚାଲିଥିବା ଭେଟଘାଟ୍ କାର୍ଯ୍ୟକ୍ରମରେ ଦ୍ରୌପଦୀ ମୁର୍ମୁ  ମୁଖ୍ୟମନ୍ତ୍ରୀଙ୍କୁ ଭାଇ ବୋଲି କହି ସମ୍ବୋଧନ କରିଥିଲେ । ପୂର୍ବରୁ ରାକ୍ଷୀ ବାନ୍ଧିଥିଲେ ବୋଲି ଦ୍ରୌପଦୀ କହିଥିଲେ । ବିଦେଶରେ ରହି ମୋହ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ମୁଁ ଗାଁର ଝିଅ, ମନ୍ତ୍ରୀ ଥିବା ବେଳେ ବହୁ କାମ କରିଛି । ଆହୁରି କାମ ବାକି ଅଛି, ଆପଣଙ୍କର ସହଯୋଗ ଦରକାର । ଆମ ଗାଁର ଅବସ୍ଥା ସୁଧୁରିବ । ଓଡ଼ିଶା ସୁନ୍ଦର ଭାବେ ବଢିବ ବୋଲି ଦ୍ରୌପଦୀ କହିଛନ୍ତି । ପରେ ସମସ୍ତଙ୍କ ଧନ୍ଯବାଦ ଜଣାଇଛନ୍ତି ଦ୍ରୌପଦୀ । ମାଗିବା ପୂର୍ବରୁ ସମର୍ଥନ ମିଳିଯାଇଛି ବୋଲି ଦ୍ରୌପଦୀ ନିଜ ସମ୍ବୋଧନରେ କହିଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ଦଳମତ ନିର୍ବିଶେଷରେ ଭୋଟ ଦେବା ପାଇଁ ପୁଣି ଥରେ ମୁଖ୍ଯମନ୍ତ୍ରୀ ଅପିଲ କରିଛନ୍ତି ।

ଭୋଟ ବେଳେ ଯେପରି ଗୋଟିଏ ବି ଭୋଟ ନାକଚ ନ ହୁଏ ସେଥିପ୍ରତି ଧ୍ଯାନ ଦେବାକୁ କୁହାଯାଇଛି । ତେବେ ବିଧାନସଭାର ସମ୍ମିଳନୀ କକ୍ଷରେ ଭେଟଘାଟ୍ ଶେଷ ହେବାପରେ ରାଜ୍ୟ ଅତିଥି ଭବନ ଯାଇଥିଲେ । ସେଠାରେ ବିଜେପି ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।

ସେଠାରେ ନବୀନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ଏହାପରେ ଭଉଣୀ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ ଭାଇ ନବୀନ । ମଧ୍ୟାହ୍ନ ଭୋଜନରେ ଦ୍ରୌପଦୀଙ୍କ ସହ ସମସ୍ତଙ୍କୁ ନିରାମିଷ ଭେଜନ ପରଷା ଯାଇଥିଲା । ଦ୍ରୌପଦୀ ମୁର୍ମୁଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରା ଯାଇଥିଲା । ତେବେ ଏହା ପରେ ସେ ଓଡିଶା ଗ୍ରସ୍ତ ସାରି ଫେରି ଯାଇଥିଲେ ଦିଲ୍ଲୀ କୁ ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *