ଆଇସୋଲେଶନ ପାଇଁ ଯାଉଥିବା ସମୟରେ ଫେରାର ହେଇଗଲା ଦିଲ୍ଲୀର ଜମାତରୁ ଫେରିଥିବା ଯୁବକ, ଅଧ ଘଣ୍ଟା ପରେ

ଦିଲ୍ଲୀର ଜମାତରୁ ହରିଦ୍ଵାର ଆସିଥିବା ଆସାମ ନିବାସୀ ଏକ ଯୁବକ ଆଇସୋଲେଟ ହେବା ପୂର୍ବରୁ ହିଁ ମେଲା ହସ୍ପିଟାଲର ପରିସରରୁ ଫେରାର ହୋଇଗଲା । କିନ୍ତୁ ପୋଲିସ ଓ ହସ୍ପିଟାଲ କର୍ମୀମାନେ ତାକୁ ଅଧ ଘଣ୍ଟା ପରେ ବ୍ରହ୍ମପୁରୀରେ ଧରି ନେଲେ । ଏହା ପରେ ଯୁବକକୁ ଆଇସୋଲେଶନ ୱାର୍ଡରେ କଠିନ ସୁରକ୍ଷାରେ ରଖା ଯାଇଛି । କହିବାକୁ ଗଲେ ଲକ୍ସର କ୍ଷେତ୍ରର ପୋଲିସ ଅଧିକାରୀଙ୍କ ସୂଚନା ମିଳିବା ପରେ ଲକ୍ସର ସୀଏଚସୀ ପ୍ରଭାରୀ ଡା. ଅନିଲ ବର୍ମା ଟୀମ ସହିତ ସୁଲ୍ତାନପୁର ପହଞ୍ଚିଲେ ଓ ତିନି ଜଣ ଲୋକଙ୍କୁ ଆଇସୋଲେଟ କରିବା ପାଇଁ ହସ୍ପିଟାଲକୁ ପଠାଇ ଦେଲେ । ଏହା ପରେ ତିନି ଜଣ ଲୋକଙ୍କୁ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ଟିମ ଆମ୍ବୁଲାନ୍ସରେ ମେଲା ହସ୍ପିଟାଲରେ ପହଞ୍ଚାଇଲେ ।

ଯେଉଁ ତିନି ଜଣ ଯୁବକଙ୍କୁ ଆମ୍ବୁଲାନ୍ସରେ ନିଆ ଯାଉଥିଲା ସେହି ସମୟରେ ଜଣେ ଯୁବକ ଫେରାର ହୋଇଗଲା । ଯୁବକର ଫେରାର ହେବା ଦ୍ଵାରା ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସକର୍ମୀମାନଙ୍କ ମଧ୍ୟରେ ହଙ୍ଗାମା ସୃଷ୍ଟି ହୋଇଗଲା । ଏହା ପରେ ପୋଲିସ ଓ ହସ୍ପିଟାଲ ଟିମ ତାହାର ପିଛା ବି କରିଲେ । ଏହା ପରେ ଜଣା ପଡିଲା କି ଯୁବକ ଜଣକ ବ୍ରହ୍ମପୁରୀ ଆଡକୁ ଯାଇଛି ।

ରୋଗୀ ଜଣକ କେତେକ ଜାଗାରେ ଛେପ ପକାଉଥିବାର ଦେଖା ଯାଇଛି

ବ୍ରହ୍ମପୁରୀର କେତେକ ଯୁବକ ବି ପୋଲିସ ଟିମକୁ ସାହାର୍ଯ୍ୟ କରିଲେ ଓ ତାକୁ ଖୋଜି ବାହାର କରିଲେ । ଏହା ପରେ ପୋଲିସ ଓ ମେଡିକାଲ ଟିମ ଯୁବକକୁ ମେଲା ହସ୍ପିଟାଲ ନେଇ ଆଇସୋଲେଶନ ୱାର୍ଡରେ ଭର୍ତ୍ତି କରିଦେଲେ । ମେଲା ହସ୍ପିଟାଲର ପ୍ରମୁଖ ଅଧ୍ୟକ୍ଷକ ଡା. ରାଜେଶ ଗୁପ୍ତା କହିଲେ କି ପୁରା ପ୍ରକରଣକୁ ନେଇ ସିଏମଓକୁ ଅବଗତ କରାଯାଇଛି । ଏହା ଛଡା ଅନ୍ୟାନ୍ୟ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରି ଦିଆ ଯାଇଛି ।

ଯୁବକ ଜଣକ ମେଲା ହସ୍ପିଟାଲ ପରିସର ରୁ ଫେରାର ହେଉଥିବା ସମୟରେ କେତେକ ଜାଗାରେ ଛେପ ବି ପକାଉଥିଲା । ସେ ଯେଉଁ ଯେଉଁ ରାସ୍ତା ଦେଇ ଯାଉଥିଲା ସେହି ସମସ୍ତ ରାସ୍ତାକୁ ପୂରାପୂରି ସ୍ୟାନିଟାଇଜ ବି କରାଯାଇଛି । କେତେକ ସ୍ଥାନରେ କୀଟନାଶକ ବି ସିଂଚନ କରାଯାଇଛି । ଏହ ସମୟରେ ବ୍ରହ୍ମପୁରୀ ଲୋକମାନେ ବି ଡରି ଯାଇଥିଲେ ।

Leave a Reply

Your email address will not be published. Required fields are marked *