ପେଟ୍ରୋଲ ଲିଟର ପିଛା 70, ପୁରା ଖବର ଜାଣିଲେ ଆପଣ ଖୁସିରେ ନାଚିବେ…

ଏବେ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ୁଛି। ସମସ୍ତେ ଜାଣିଛନ୍ତି ଆମ ଦେଶରେ ପେଟ୍ରୋଲ ପ୍ରାୟତଃ ବିଦେଶରୁ ଆମଦାନୀ ହୁଏ । କିନ୍ତୁ ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବକ ରାସ୍ତା ଘାଟରେ ପଡ଼ିଥିବା ପ୍ଲାଷ୍ଟିକ୍, ପଲିଥିନ୍ ଜରି ଗୋଟାଇ ନିଜ ବାଡ଼ି ପଟେ ପେଟ୍ରୋଲ ବାହାର କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଯୁବକଙ୍କ ବିଷୟରେ ।

ଏହି ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀର  ରାଧା ଚରଣ ପୁର ଗାଁରେ । ସପ୍ତମ ଶ୍ରେଣୀ ପାଠ ପଢିଥିବା ଅଜୟ ବେହେରା କିଛି ଏଭଳି ଚମତ୍କାର କରି ଦେଖାଇ ଛନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଗତ ଦୁଇ ବର୍ଷ ତଳେ ସେ ୟୁଟ୍ୟୁବରେ ଦେଖି ପ୍ରଭାବିତ ହୋଇଥିଲେ । ତାଙ୍କର ମନ ଭିତରେ ଥିଲା ପ୍ଲାଷ୍ଟିକ ଆବର୍ଜନାରୁ କେମିତି ପେଟ୍ରୋଲ ତିଆରି କରିହେବ ।

ସେ ନିଶା ତାଙ୍କ ମନରେ ଥିଲା କିନ୍ତୁ ତାଙ୍କୁ ସୋଯୋଗ ମିଳୁ ନଥିଲା । ହେଲେ ବନ୍ଧୁଗଣ ଏହି ଦୁଇ ରୁ ତିନି ମାସ ମଧ୍ୟରେ ସେ ଏଭଳି ଏକ ବ୍ୟବସ୍ଥା କରିଲେ ଓ ପେଟ୍ରୋଲ ତିଆରି କରିବେ ବୋଲି ନିଷ୍ପତ୍ତି ନେଲେ । ବନ୍ଧୁଗଣ ସେ ତାଙ୍କ ଘର ବାଡିରେ ଏକ ଚାମ୍ବର ବନେଇ ଛନ୍ତି ଓ ଦିନ ରାତି ସେ ସେଠାରେ କଷ୍ଟ କରୁଛନ୍ତି । ଆଉ ତାଙ୍କ କଷ୍ଟର ଫଳ ପେଟ୍ରୋଲ ହେବ ବୋଲି ସେ ଦାବି ମଧ୍ୟ କରିଛନ୍ତି ।

ଅଜୟଙ୍କ ମତରେ, ସେ ଗତ କିଛି ଦିନ ତଳେ ଏକ ଛୋଟ ପରିକ୍ଷା କରିଥିଲେ ଆଉ ସେ ପରୀକ୍ଷାରେ ସେ କିଛି ପ୍ରତିଶତ ସଫଳ ହେଲେ ଆଉ ତା ପରେ ସେ ଏହାକୁ କରିବେ ବୋଲି ନିଷ୍ପତ୍ତି ନେଲେ । ଅର୍ଥ ଅଭାବ ହେତୁ ସେ ନିଜ ଗାଡି ବିକ୍ରି କରିଥିଲେ ଆଉ ତାଙ୍କୁ ପରିବାର ଲୋକ ମଧ୍ୟ କିଛି ଆର୍ଥିକ ସହାୟତା କରିଥିଲେ । ତାଙ୍କ କହିବା ଅନୁଯାଇ, ସେ ସକାଳ ସମୟରେ ଗାଁ ଗହଳିରେ ପଲିଥିନୀ ଗୋଟାଉ ଛନ୍ତି ଆଉ ଦିନ ସାରା କାମ କରୁଛନ୍ତି । 1

2 କେଜି ପଲିଥିନରେ ସାଢେ 10 ଲିଟର ପେଟ୍ରୋଲ ବାହାରୁଛି । ସେ ନିଜ ପେଟ୍ରୋଲକୁ ଗାଡିରେ ପକାଇ କିଛି ସ୍ଥାନ ବୁଲିକି ଆସିଛନ୍ତି । ସେ ସେଫଟି ପାଇଁ ଅଲଗା ପେଟ୍ରୋଲ ମଧ୍ୟ ନେଇଥିଲେ ହେଲେ କିଛି ଅସୁବିଧା ହୋଇ ନଥିଲା । ଗୋଟେ ଲିଟର ପେଟ୍ରୋଲ ପାଇଁ ସେ 40 ଟଙ୍କା ଖର୍ଚ୍ଚ କରୁଛନ୍ତି । ବନ୍ଧୁଗଣ ଏବେ ଅଜୟ ସଫଳତା ପାଇଛନ୍ତି ହେଲେ ଶୀକୃତି ପାଇ ନାହାନ୍ତି ।

ଆଗାମୀ ଦିନରେ ଯଦି ଶୀକୃତି ମିଳିବ ତା ହେଲେ ହୁଏ ତ ଏହା ଏକ ସମ୍ଭାବନା ହେବ ଆଗାମୀ ଦିନ ପାଇଁ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *