ପିରିୟଡ୍ ମିସ୍ ହେବା ପୂର୍ବରୁ ଜାଣନ୍ତୁ ପ୍ରେଗନେଣ୍ଟ ହେବାର 8 ଟି ଲକ୍ଷଣ ! Symptoms of pregnancy

ମାସିକ ଧର୍ମ ହେବା ପୂର୍ବରୁ ଗର୍ଭବତୀ ହେବାର 8 ଟି ଲକ୍ଷଣ ! ବିବାହ ପରେ ପ୍ରତ୍ଯେକଟି ଦମ୍ପତ୍ତି ଦମ୍ପତ୍ତିଙ୍କର ବାପା, ମାଆ ହେବାର ସ୍ଵପ୍ନ ରହିଥାଏ । ତେଣୁ ବିବାହ ପରେ ମହିଳା ଯେତେବେଳେ ଗର୍ଭବତୀ ହୋଇଥାଏ ବୋଲି ଜାଣିବାକୁ ପାଇଥାଏ । ସେତେବେଳେ ଉକ୍ତ ମହିଳା ସମେତ ପୁରା ପରିବାର ବହୁତ ଖୁସି ହୋଇଯାଇଥାନ୍ତି । ତେବେ ଯେତେବେଳେ ମହିଳା ଜଣଙ୍କର ପିରିୟଡ୍ସ ମିସ୍ ହୋଇଥାଏ । ସେତେବେଳେ ସେ ଗର୍ଭବତୀ ଥିବାର ଜାଣିବାକୁ ପାଇଥାଏ ।

ତେବେ କେବଳ ଏହି ଗୋଟିଏ ଲକ୍ଷଣ ଦ୍ଵାରା ନୁହଁ, ବଂର ଏହିପରି 8 ଟି ପ୍ରାରମ୍ଭିକ ଲକ୍ଷଣ ଯଦି କୌଣସି ମହିଳା ନିଜ ଠାରେ ଦେଖିବାକୁ ପାଇଥାଏ । ତେବେ ସେହି ମହିଳାଟି ଗର୍ଭବତୀ ଅଛି ବୋଲି ସୁନିଶ୍ଚିତ ହୋଇପାରିବ ।

1- ଯଦି ଅସମୟରେ ପିରିୟଡ୍ କୌଣସି ମହିଳାଙ୍କର ପିରିୟଡ୍ସ ହୋଇଥାଏ । ହେଲେ ବହୁତ ହାଲୁକା କି ଖୋଲା ହୋଇ ଆସୁନଥାଏ । ତେବେ ଏହା ପ୍ରତିରୋପଣ ରକ୍ତସ୍ରାବ ହୋଇଥାଏ । ଯାହାକି ମହିଳା ମହିଳା ଜଣଙ୍କ ଗର୍ଭବତୀ ଅଛନ୍ତି ବୋଲି ସୂଚନା ମିଳିଥାଏ । 2- ଗର୍ଭଧାରଣର ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଲକ୍ଷଣ ହେଉଛି ସ୍ତନରେ ଯନ୍ତ୍ରଣା ହେବ । ଯଦି କୌଣସି ମହିଳାର ପିରିଅଡ ମିସ୍ ହୋଇନାହିଁ ହେଲେ ସେ ନିଜ ସ୍ତନରେ ଯନ୍ତ୍ରଣା ଅନୁଭୂତ କରିପାରୁଥିବେ । ତେବେ ଏହା ମଧ୍ୟ ଗର୍ଭଧାରଣର ସଂକେତ ଅଟେ ।

3- ଗର୍ଭଧାରଣର ପ୍ରଥମ ମାସରେ ଶରୀରକୁ ବହୁତ ଥକାପଣ ଅନୁଭୂତ ହୋଇଥାଏ। ଛୋଟ ଛୋଟ କାମରେ ବି ମହିଳା ହାଲିଆ ହୋଇଯାଇଥାଏ ।

4- ମାସିକ ଧର୍ମ ମିସ୍ ହେବା ପୂର୍ବରୁ ଯଦି କୌଣସି ସ୍ତ୍ରୀ ସକାଳୁ ଉଠିକି ବାନ୍ତି କରିଥାଏ । ତେବେ ସ୍ତ୍ରୀ ଜଣଙ୍କ ଗର୍ଭବତୀ ଥିବାର ପ୍ରାରମ୍ଭିକ ସୂଚନା ମିଳିଥାଏ ।

5- ଅଚାନକ ଭାବେ ଜ୍ଵର ଆସି ମୁଣ୍ଡ ବୁଲାଇବା ମଧ୍ୟ ଗର୍ଭଧାରଣ କରିବାର ପ୍ରାରମ୍ଭିକ ଅଲକ୍ଷନ ଅଟେ । କାରଣ ସେହି ସମୟରେ ଶରୀରରେ ହରମୋନର ପରିବର୍ତ୍ତନ କାରଣରୁ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ ।

6- କୌଣସି ମହିଳାର ଯଦି ନିଜ ତଳିପେଟ ଫୁଲିବା ସହ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ତେବେ ମହିଳା ଗର୍ଭଧାରଣ କରିବାର ଏହା ମଧ୍ୟ ଏ ଲକ୍ଷଣ ହୋଇପାରେ ।

7- କୌଣସି ମହିଳାର ପିରିଅଡ ମିସ୍ ହେବାର ଏକ ସପ୍ତାହ ପୂର୍ବରୁ ଯଦି କୋଷ୍ଠକାଠିନ୍ଯ ଭଳି ସମସ୍ଯାରେ ପୀଡିତ ହୋଇଥାଏ । ଏହା ମଧ୍ୟ ଗର୍ଭଧରାଣ କରିବାର ଲକ୍ଷଣ ହୋଇଥାଏ ।

8- ମହିଳାଙ୍କୁ ଗର୍ଭଧାରଣ ପରେ ଯଦି ବାରମ୍ବାର ପରିସ୍ରା ଲାଗୁଥାଏ । ତେବେ ସେ ଗର୍ଭବତୀ ଅଛନ୍ତି ବୋଲି ଜାଣିବାର ଏହା ମଧ୍ୟ ଏକ ଲକ୍ଷଣ ହୋଇଥାଏ ।

ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *