ନବରାତ୍ରି ସମୟରେ କରନ୍ତୁ ଏହି ୪ ଟି କାମ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ- Navratri Special

ବନ୍ଧୁଗଣ ନବରାତ୍ରିର ପବିତ୍ର ପର୍ବ ଆରମ୍ଭ ହୋଇସାରିଛି , ଏହି ନଅ ଦିନ ହିନ୍ଦୁ ଧର୍ମର ସମସ୍ତଙ୍କ ପାଇଁ ଅତି ଶୁଭ ଅଟେ । ଏହି ଦିନ ମାନଙ୍କରେ ମା ଦୂର୍ଗାଙ୍କର ନଅଟି ରୂପକୁ ପୂଜା କରାଯାଇଥାଏ । ପ୍ରଥମ ଦିନ ମା ଶୈଳୀପୁତ୍ରୀ ଓ ଘଟସ୍ଥାପନ କରାଯାଏ ଓ ଶେଷ ଦିନ କନ୍ୟା ମାନଙ୍କର ପୂଜା କରାଯାଇ ବ୍ରତ ଖୋଲା ଯାଇଥାଏ । ଯେମିତି କି ଆପଣମାନେ ଜାଣିଥିବେ ଯେ ବର୍ଷର ନବରାତ୍ରି ଚାରିଟି ମାସରେ ପାଳନ କରାଯାଇଥାଏ । ଯେମିତିକି ପୌଷ ,ଚୈତ୍ର, ଅଷାଢ ଓ ଆଶ୍ଵିନ ମାସ ପ୍ରତିପଦରୁ ନବମୀ ଯାଏ ପାଳନ କରାଯାଇଥାଏ ।

ନବମୀ ଦିନରେ ନଅଟି ଦେବୀଙ୍କୁ ତିନୋଟି ଦେବୀଙ୍କୁ ମା ଲକ୍ଷ୍ମୀ , ମା ସରସ୍ଵତୀ , ମା ଦୂର୍ଗାଙ୍କର ନଅଟି ସ୍ଵରୂପକୁ ପୂଜା ଅର୍ଚନା କରାଯାଇଥାଏ , ଯାହାକୁ ନବଦୁର୍ଗା କୁହାଯାଇଥାଏ । ଶାରଦୀୟ ନବରାତ୍ରିରେ ସବୁ ପ୍ରକାର ଶୁଭ କାମ କରାଯାଇପାରେ । ନବରାତ୍ରିର ଏହି ଶୁଭ ଦିନରେ ବିଶେଷ କାମ ପାଇଁ ମୁହୂର୍ତ ଦେଖିବାକୁ ଆବଶ୍ୟକ ହୋଇନଥାଏ । ଅନେକ ଲୋକ ଏହି ଦିନ ମାନଙ୍କରେ ଗୃହ ପ୍ରବେଶ କରନ୍ତି ଓ ନୂତନ ଯାନବାହାନ କିଣା କିଣି କରନ୍ତି ।

ସମସ୍ତେ ଏହି ନଅ ଦିନ ଯାକ ଭକ୍ତିର ସହ ମା’ଙ୍କର ପୂଜା ଅର୍ଚନା କରନ୍ତି । ଯଦି ଏହି ଶୁଭ ବେଳରେ କିଛି ଖାସ କାମ କରାଯାଇଥାଏ ତେବେ ମା ଦୂର୍ଗାଙ୍କ କୃପାରୁ ନିଶ୍ଚେ ପୂର୍ଣ୍ଣ ହୋଇଥାଏ । ତେଣୁ ଆମେ ଏହି ଲେଖା ମାଧ୍ୟମରେ କହିବୁ କି ନବରାତ୍ରି ସମୟରେ କେଉଁ ସବୁ କାମ କରିବା ଦ୍ଵାରା ମନସ୍କାମନା ପୂରଣ ହୋଇଥାଏ ଏବଂ କେଉଁ ସବୁ କାମ କରିବା ଦ୍ଵାରା ବିଶେଷ କ୍ଷତି ହୋଇଥାଏ ।

ତେବେ ଆସନ୍ତୁ ପ୍ରଥମେ ଜାଣିବା କଣ କରିବା ଉଚିତ

ପ୍ରଥମରେ ନବରାତ୍ରି ସମୟରେ ମା ଦୂର୍ଗାଙ୍କର ପୂଜା ଅତି ସ୍ଵଚ୍ଛ ଆଉ ପବିତ୍ର ମନରେ କରନ୍ତୁ , ମା’ଙ୍କ ମନ୍ଦିରକୁ ଯାଆନ୍ତୁ ଓ ସେଠି ଭଗବତୀ ପାଠ ନିଶ୍ଚିତ ପଢନ୍ତୁ । ଦୁଇରେ ଏପରି କୁହାଯାଏ ଯେ ନବରାତ୍ରି ସମୟରେ ମାଙ୍କୁ ସ୍ଵଚ୍ଛ ଜଳ କିମ୍ବା ଗଙ୍ଗା ଜଳ ଅର୍ପଣ କଲେ ମା ଅତି ପ୍ରସନ୍ନ ହୁଅନ୍ତି । ତେଣୁ ଆପଣ ଚେଷ୍ଟା କରନ୍ତୁ ମାଙ୍କୁ ଗଙ୍ଗା ଜଳରେ ପୂଜା କରନ୍ତୁ ।

ତୃତୀୟରେ ମାଙ୍କର ଏହି ନବରାତ୍ରିରେ ବିଶେଷ ଶୃଙ୍ଗାର କରିବା ଆବଶ୍ୟକ ଓ ଅଷ୍ଟମୀଦିନ ମା’ ହରଗୌରୀଙ୍କର ବିଶେଷ ପୂଜା ଅର୍ଚନା କରିବା ଆବଶ୍ୟକ । ଏହା କରିବା ଦ୍ଵାରା ଅତ୍ୟନ୍ତ ଶୁଭ ଫଳ ମିଳିଥାଏ । ଚାରିରେ ଯଦି ଏହି ନବରାତ୍ରି ସମୟରେ ଦେଶୀ ଗାଈ ଘିଅରେ ମା’ଙ୍କ ପାଖରେ ଅଖଣ୍ଡ ଦୀପ ଜଳାଉଛନ୍ତି ତେବେ ଦେବୀଙ୍କର ଆଶୀର୍ବାଦ ଲାଭ ହେବ ଏବଂ ଆପଣଙ୍କୁ ମା ଦୂର୍ଗାଙ୍କ କୃପାରୁ ପ୍ରବଳ ଧନ ପ୍ରାପ୍ତି ହବ । ଏହି ସବୁ କରିବା ଦ୍ଵାରା ମା ଦୂର୍ଗାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହିଥାଏ ।

ତେବେ ଏବେ ଆସନ୍ତୁ ଜାଣିବା କଣ ସବୁ ନ କରିବା ଉଚିତ

ନବରାତ୍ରି ସମୟରେ ପିଆଜ ରସୁଣ ଓ ମାଂସାହାରୀ ଭୋଜନ କରିବା ଉଚିତ ନୁହେଁ , ଏଥି ସହିତ ମଧ୍ୟ ନିଶା ଦ୍ରବ୍ୟ ମଧ୍ୟ ସେବନ କରିବା ଉଚିତ ନୁହେଁ । ନବରାତ୍ରିର ଏହି ନଅ ଦିନ ବ୍ୟକ୍ତିଙ୍କୁ କେଶ, ଦାଢି ଓ ନଖ କାଟିବା ଉଚିତ ନୁହେଁ , ଶାସ୍ତ୍ରରେ ମଧ୍ୟ ନବରାତ୍ରିରେ ଏହା ସବୁ କରିବାକୁ ବାରଣ କରାଯାଇଅଛି । ତିନିରେ ନବରାତ୍ରିର ଯେଉଁ ନଅ ଦିନ ଆପଣ ବ୍ରତ କରନ୍ତୁ କି ନ କରନ୍ତୁ ଆପଣଙ୍କୁ ବ୍ରତ ପାଳନ କରିବାକୁ ପଡିବ ।

ଏହା ଦ୍ଵାରା ମା’ଙ୍କର କୃପା ଆପଣଙ୍କ ଉପରେ ସଦାସର୍ବଦା ରହିବ। ତେବେ ବନ୍ଧୁଗଣ ଏହି ଲେଖା ମଧାମରେ ଆପଣ ଜାଣିବାକୁ ପାଇଲେ ନବରାତ୍ରି ସମୟରେ କଣ କରିବା ଉଚିତ ଓ କଣ ନ କରିବା ଉଚିତ । ଆଶା କରୁଛୁ ଏହି ଲେଖାଟି ଆପଣଙ୍କୁ ପସନ୍ଦ ହୋଇଥିବ। ଯଦି ପସନ୍ଦ ହେଲା କମେନ୍ଟରେ ନିଶ୍ଚିତ ଲେଖନ୍ତୁ ଜୟ ମା’ ଦୂର୍ଗା । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *