ପାଟିରେ ଯଦି ଦେଖାଦିଏ ଏହି 4 ଟି ଲକ୍ଷଣ, ତ ହୋଇପାରେ କରୋନା, ତୁରନ୍ତ କରାଇ ନିଅନ୍ତୁ ଟେଷ୍ଟ- Health Tips

ବନ୍ଧୁଗଣ ଏହି କିଛି ଦିନ ହେବ କରୋନା ମହାମାରୀର କୋପ ଦେଶରେ ବଢି ବଢି ଚାଲିଛି । ସାଧାରଣତଃ ଲୋକମାନେ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଉଛନ୍ତି । ଏହି ଭାଇରସ ଆକ୍ରାନ୍ତ କରିବା ଦ୍ଵାରା ଅଲଗା ଅଲଗା ଲକ୍ଷଣ ଗୁଡିକ ଦେଖାଯାଉଛି । ଅଧିକାଂଶ ଲୋକଙ୍କୁ ଟେଷ୍ଟ ନହେବା ଓ ସ୍ମେଲ ନହେବା ଆଦି ସମସ୍ୟା ହେଉଛି । କିଛି ଲୋକ ଏହି ମହାମାରୀରୁ ବଞ୍ଚିବା ପରେ ମଧ୍ୟ ତାଙ୍କର ଏହି ସମସ୍ୟା ଦେଖାଯାଉଛି ।

ହେଲେ ଏହି କିଛି ଦିନ ତଳେ (National Institute of Health) ଦ୍ଵାରା କରୋନାର କିଛି ନୂଆ ଲକ୍ଷଣ ମିଳିବା ବିଷୟରେ କୁହାଯାଇଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଲକ୍ଷଣ ଗୁଡିକ ବିଷୟରେ କହିବାକୁ ଯାଉଛୁ । ଏହି ସବୁ ଲକ୍ଷଣ ହେଉଛି କରୋନା ହେବାର ସଙ୍କେତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଲକ୍ଷଣ ଗୁଡିକ ବିଷୟରେ ।

ମୁହଁରୁ ଦୁର୍ଗନ୍ଧ ଆସିବା- ବନ୍ଧୁଗଣ ମୁହଁରୁ ଦୁର୍ଗନ୍ଧ ଆସିବା ଏକ ସାମାନ୍ୟ ସମସ୍ୟା ଅଟେ । ଏହି ସମସ୍ୟା ପାଇଁ ବହୁତ ଥର ମୁହଁ ମଧ୍ୟ ଶୁଖି ଯାଇଥିଲେ ଓ ବ୍ୟକ୍ତି ଏହାକୁ ଇଗ୍ଣୋର କରିଥାଏ । ହେଲେ ବନ୍ଧୁଗଣ କିଛି ମାମଲାରେ ଏହାର ସମ୍ବନ୍ଧ କରୋନା ସହିତ ମଧ୍ୟ ହୋଇପାରେ ଖାସ କରି ଯେତେବେଳେ ଆପଣଙ୍କ ମୁହଁରୁ ସ୍ଵାଦ ଚାଲିଯିବ । ଯଦି ଆପଣ ମାନଙ୍କର ଏହି ସମସ୍ୟା ହେଉଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଜିଭରେ ଜ୍ଵଳନ ବା ସୁଜନ- ବନ୍ଧୁଗଣ ଏକ ରିସର୍ଚ ମୁତାବକ କିଛି କରୋନା ରୋଗୀ ମାନଙ୍କର ଜିଭରେ ଜ୍ଵଳନ ଓ ସୁଜନ ଆଦି ଦେଖାଯାଇଛି । ଏହା ସହିତ ଶରୀରରେ କିଛି ମାତ୍ରାରେ କୁଣ୍ଡିଆ ଜନିତ ସମସ୍ୟା ମଧ୍ୟ ହୋଇପାରେ । ତେଣୁ ଆପଣ ମାନେ ଏହି ସମସ୍ୟାକୁ ଇଗ୍ଣୋର କରନ୍ତୁ ନାହିଁ ।

ଜିଭର ରଙ୍ଗ ବଦଳିବା- ଜିଭରେ ଧଳା ରଙ୍ଗ ଆସିବା ବା ଜିଭ ଅତ୍ୟଧିକ ନାଲି ପଡିଯିବା କରୋନାର ସଙ୍କେତ ହୋଇପାରେ । ଯଦି ଆପଣ ମାନଙ୍କ ଜିଭରେ ଏହି ସମସ୍ଯା ହେଉଛି ତା ହେଲେ ଆପଣ ମାନଙ୍କୁ ଶୀଘ୍ର କରୋନା ଯାଞ୍ଚ କରିନେବା ଉଚିତ । ଏହି ସବୁ ସମସ୍ୟା ସହିତ ଓଠରେ ଝିମଝିମ ହେବା ଆଦି ମଧ୍ୟ କରୋନାର ସଙ୍କେତ ହୋଇପାରେ । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ସବୁ ସମସ୍ୟା ହେଉଛି ତା ହେଲେ ଆପଣ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଓଠ ଶୁଖିଯିବା- ଯଦି ବନ୍ଧୁଗଣ ବାରମ୍ବାର ଆପଣଙ୍କ ଓଠ ଶୁଖି ଯାଉଛି ତା ହେଲେ ଏହାକୁ ଆପଣ ଇଗ୍ଣୋର କରିବା ଉଚିତ ନୁହେଁ । କାରଣ ଓଠ ସୁଖିବା ସମସ୍ୟା ମଧ୍ୟ କରୋନାର ସଙ୍କେତ ହୋଇପାରେ । ତେଣୁ ଆପଣ ମାନଙ୍କୁ କରୋନା ଟେଷ୍ଟ କରିନେବା ଉଚିତ । ତା ହେଲେ ବନ୍ଧୁଗଣ ଏହି ସବୁ ସମସ୍ୟାକୁ ସାମାନ୍ୟ ଭାବି ଇଗ୍ଣୋର କରନ୍ତୁ ନାହିଁ । ଯଦି ଆପଣ ମାନଙ୍କର ଏହି ସବୁ ସମସ୍ୟା ହେଉଛି ତା ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *