ପାଠକୁ ଅତି ଶୀଘ୍ର ଓ ସହଜରେ ମନେ ରଖିବାର ବହୁତ ସହଜ ଉପାୟ ! ଆଜି ହିଁ କରି ଦେଖନ୍ତୁ ! Study Tips

ପ୍ରତ୍ଯେକଟି ପିଲାର ପାଠ ପଢିବା ଏକ ମୌଳିକ ଅଧିକାର ଅଟେ । ତେଣୁ ଆମ ସମସ୍ତଙ୍କୁ ପାଠର ଆବଶ୍ୟକତା ନିହାତି ରହିଛି । ହେଲେ ଆଜିକାଲିର ପିଲାଙ୍କ ଉପରେ ପାଠର ପ୍ରେସର ବହୁତ ଅଧିକ ରହିଛି । ସେଥିପାଇଁ ପାଠକୁ କେମିତି ସହଜରେ ବୁଝିବା ଓ ତାକୁ ପଢି ମନେ ରଖିବା । ଆଜି ଏହି ସବୁ ପାଠ ଟିପ୍ସ ଉପରେ କଥା ହୋଇ ଆଲୋଚନା କରିବା । ଯାହା ଦ୍ଵାରା ପ୍ରତି ପିଲାଙ୍କୁ ପାଠ ପଢିବା ଅତି ସହଜ ଲାଗିବା ସହ ପାଠ ପ୍ରତି ଆଗ୍ରହ ମଧ୍ୟ ବଢିବ । ଅନେକ ପିଲା ପାଠ ପାଇଁ ବହୁତ ଟେନସନରେ ପଡିଯାଇଥାନ୍ତି ।

ଯେଉଁ କାରଣରୁ ପାଠ ପ୍ରତି ପିଲାଙ୍କର ଧୀରେ ଧୀରେ ଭୟ ଆରମ୍ଭ ହୋଇଯାଇଥାଏ । ଏପରି କହୁ କହୁ ପିଲାଙ୍କର ପରୀକ୍ଷା ମଧ୍ୟ ପାଖେଇ ଆସିଥାଏ । ଆଉ ସେହି ପରୀକ୍ଷା ଚାପରେ ପିଲା ପରୀକ୍ଷାରେ କିଛି ଲେଖି ନପାରି ପରୀକ୍ଷାରେ ସଫଳତା ପାଇପାରିନଥାନ୍ତି । ତେବେ ଏଠାରେ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ । ଯେ ଅନେକ ପିଲାମନେ ପାଠକୁ ବୁଝିବା ଅପେକ୍ଷା ଅନେକ ସମୟରେ ଘୋଷିବା ପାଇଁ ଚେଷ୍ଟା କରିଥାନ୍ତି ।

ଯେଉଁ କାରଣରୁ ସେମାନଙ୍କୁ ପାଠକୁ ପଢିବାରେ ବହୁତ ସମୟ ଲାଗିଯାଇଥାଏ । ଏହାପରେ ସେମାନେ ପରୀକ୍ଷା ସମୟରେ ନିଜର କୋର୍ସ ମଧ୍ୟ ପୂରଣ କରିପାରିନଥାନ୍ତି । ତେବେ ଜଲ୍ଦି ଜଲ୍ଦି ପାଠ ଘୋଷିବା ଦ୍ଵାରା ସେହି ଘୋଷା ପାଠକୁ ବହୁତ ଶୀଘ୍ର ଭୁଲି ମଧ୍ୟ ଯାଇଥାଉ । ତେଣୁ ପାଠ ମନେ ରଖିବା ପାଇଁ ସବୁଠାରୁ ସହଜ ରାସ୍ତା ବିଷୟରେ ଚାଲନ୍ତୁ ଜାଣିବା ।

1- ପାଠ ପଢିବା ପୂର୍ବରୁ ଆପଣଙ୍କର ଯେଉଁ ସବୁ ଅଧୁରା କାମ ରହିଛି । ସେହି ସବୁ କାମକୁ ପ୍ରଥମେ ସବୁ ସାରି ଦେଇ ଆସି ପାଠ ପଢିବା ପାଇଁ ଆସନ୍ତୁ । ନଚେତ ବାରମ୍ବାର ଆପଣଙ୍କୁ ପାଠ ଅଧାରୁ ଉଠିବାକୁ ପଡୁଥିବ । 2-ଯେଉଁ ଟପିକ ଆପଣ ପଢିବାକୁ ଯାଉଛନ୍ତି । ତାହାକୁ ଭଲ ଭାବରେ 2 ରୁ 3 ଥର ପଢି ବୂଝନ୍ତୁ ।

3- ଏହାପରେ ଯାଇ ଆପଣ ତାହାକୁ ପଢି ପଢି ଲେଖିବା ପାଇଁ ଚେଷ୍ଟା କରନ୍ତୁ । 4- ଯେଉଁ ଟପିକକୁ ଆପଣ ପଢୁଛନ୍ତି । ତାହା କମ୍ପ୍ଲିଟ ହୋଇସାରିବା ପରେ ତାହାକୁ କିଛି ଦିନ ମଧ୍ୟରେ ପୁଣି ଥରେ ରିଭିଜନ କରି ଆଉ ଥରେ ମନେ ପକାନ୍ତୁ । ରିଭିଜନ କରିବା ଦ୍ଵାରା ଆପଣଙ୍କର ସେହି ପାଠ ସବୁଦିନ ପାଇଁ ମନେ ରହିଜାଇଥାଏ ।

5- ଗୋଟେ ଟପିକକୁ ଭଲ ଭାବରେ କ୍ଲିୟର କରି ଅନ୍ୟ ଏକ ଟପିକକୁ ଯିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *