ପାଠ ପଢାରେ ସମୟକୁ ସଠିକ ଭାବରେ ଉପଯୋଗ କରିବାର 5 ଟି ସିକ୍ରେଟ ଟିପ୍ସ, ସାରା ଜୀବନ ପାଠ ମନେ ରହିଥିବ- Study Tips

ବନ୍ଧୁଗଣ ନମସ୍କାର ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯଦି କିଛି ଅଛି ତେବେ ତାହା ହେଉଛି ସମୟ। ଆମେ ଯଦି ଆମ ସମୟ କୁ ଠିକ ଭାବରେ ବ୍ୟବସ୍ଥିତ କିମ୍ବା ମ୍ୟାନେଜ ନ କରିବା ତେବେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। କାହିଁକି ନା ସମୟ କାହାକୁ ଅପେକ୍ଷା କରେ ନାହିଁ। ତେଣୁ ସର୍ଵଦା ଠିକ ଠିକ ସମୟରେ କାର୍ଯ୍ୟ ସଂମ୍ପନ କରିବା ଉଚିତ। ଏବଂ ସମୟ ମ୍ୟାନେଜ କରିବା ସବୁଠାରୁ ଅଧିକ ଛାତ୍ର ଏବଂ ଛାତ୍ରୀ ମାନଂକୁ ଶିଖିବା ଉଚିତ। କାରଣ ବିନା ସମୟ ସୁବ୍ୟବସ୍ଥିତ ନ ହେଲେ ପାଠ ପଢା ରେ ଅନେକ ବାଧା ଦେଖା ଯାଇ ଥାଏ।

ଆପଣ ସମସ୍ତଙ୍କ ମଧ୍ୟ ରୁ ପଛରେ ରହିଯିବେ। ତେଣୁ ଛାତ୍ରଛାତ୍ରୀ ମାନେ ନିଜ ସମୟ କୁ ଠିକ ଭାବରେ ମ୍ୟାନେଜ କରିବା ଆବଶ୍ୟକ। ଏହା ଦ୍ଵାରା ସେମାନେ ନିଜର ଲକ୍ଷ ସ୍ଥଳରେ ଶୀଘ୍ର ପହଁଚି ପାରିବେ। ତେବେ ଚାଲନ୍ତୁ ଜାଣିନେବା କି ଆମେ ଆମ ନିଜର ସମୟ କୁ କିପରି ସଠିକ ଭାବେ ମ୍ୟାନେଜ କରି ପାରିବା।

୧- ପ୍ରଥମ ରେ ହେଉଛି ନିଜର ପାଠ୍ୟକ୍ରମ କୁ କିପରି ଶେଷ କରିବା। ଯଦି ଆମେ ସମୟକୁ ଠିକ ଭାବରେ ମ୍ୟାନେଜ ନ କରୁ ତେବେ ଆମ ଶିଲାବସ ଆମକୁ ବହୁତ କଷ୍ଟ ଲାଗିବ। ତେଣୁ ଆପଣ ନିଜର ଏକ ସାପ୍ତାହିକ କିମ୍ବା ମାସିକ ସମୟ ସୂଚୀ ପ୍ରସ୍ତୁତ କରିବା ଉଚିତ। ଏହା ଦ୍ୱାରା ଆପଣ ଜାଣି ପାରିବେ କି ଆପଣଂକୁ କେତେ ଦିନ ଭିତରେ କଣ ସମାପ୍ତ କରିବାର ଅଛି। ଏବଂ ଏହା ଦ୍ବାରା ଆପଣ ନିଜର ଶିଲାବସ କି ଶୀଘ୍ର ଏବଂ ସହଜରେ ସମାପ୍ତ କରି ପାରିବେ।

୨- ଦ୍ଵିତୀୟ ରେ ହେଉଛି ଆଜିକାଲି ସମସ୍ତେ ସୋସିୟାଲ ମିଡ଼ିଆ ଏବଂ ଫୋନ ଭିତରେ ପଶି ରହିଥାନ୍ତି। ଏହା ଦ୍ଵାରା ଆମ୍ଭର ଅନେକ ସମୟ ବର୍ବାଦ ହୋଇଯାଏ। ତେଣୁ ଆପଣଂକୁ ଦିନରେ ଏକ ସମୟ କୁ ନିର୍ଧାରିତ କରିବେ ଯେଉଁ ଥିରେ ଆପଣ ନିଜର ମୋବାଇଲ ଫୋନ କୁ ବ୍ୟବହାର କରି ପାରିବେ। ଅର୍ଥାତ ଦିନକୁ ଥରେ ହିଁ ଫୋନ ବ୍ୟବହାର କରିବା ଉଚିତ।

୩- ତୃତୀୟ ରେ ହେଉଛି ନୀତିଦିନ ର ସମୟ ସୂଚୀ। ଆପଣ ଏକ ସମୟ ସୂଚୀ ପ୍ରସ୍ତୁତ କରନ୍ତୁ ଯେଉଁଥିରେ ଆପଣ ଜାଣି ପାରିବେ ଆପଣଙ୍କୁ କେତେବେଳେ ପଢ଼ିବାର ଅଛି ଏବଂ କେତେବେଳେ ଘର କାମ କରିବାକୁ ଅଛି ଏବଂ କେବେ ନିଜ ସାଙ୍ଗ ମାନଙ୍କ ସହ ମିଶିବା କିମ୍ବା କଥା ହେବାର ଅଛି।

୪- ଚତୁର୍ଥ ରେ ହେଉଛି ଆପଣଂକୁ ଯଦି ଆପଣଙ୍କ ବହିର କୌଣସି ବି ବିଷୟ ବହୁତ କଷ୍ଟ ଲାଗୁଛି ତେବେ ସେହି ବିଷୟକୁ ଥରେ ପଢି ତାକୁ ନିଜ ଭାଷାରେ କିମ୍ବା ନିଜ ଶବ୍ଦ ରେ ଏକ ସାରାଂଶ କରନ୍ତୁ ଯାହା ଦ୍ୱାରା ସେ ବିଷୟ କୁ ଆଉ ଥରେ ପଢିଲେ ତାହା ଶୀଘ୍ର ମନ ରହିଯିବ।

୫- ପଞ୍ଚମ ରେ ହେଉଛି ଯଦି ଆପଣ ମାନଂକୁ ଉପରୋକ୍ତ ସମସ୍ତ ଟିପସ୍ କୁ ନିଜର ଅଭ୍ୟାସ ରେ ପରିଣତ କରିବାକୁ ଚାହୁଁଛନ୍ତି ତେବେ ଏହାକୁ ୨୧ ଦିନ ଲଗାତାର ଏହି ଟିପସ୍ କୁ କରନ୍ତୁ ଏବଂ ଏହା ଆପଣଙ୍କ ର ଅଭ୍ୟାସ ରେ ପରିଣତ ହୋଇ ଯିବ।ଏବଂ ଆପଣ ନିଜର ଲକ୍ଷ ସ୍ଥଳରେ ପହଞ୍ଚି ପାରିବେ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *