ପସନ୍ଦ କରନ୍ତୁ ଗୋଟିଏ ଗୋଲାପ ଓ ଜାଣନ୍ତୁ ନିଜର ଭବିଷ୍ୟତ, ସ୍ଵଭାବ ଓ ବ୍ୟକ୍ତିତ୍ଵ

ଏହି ଦୁନିଆରେ ପ୍ରତ୍ୟକ ବ୍ୟକ୍ତିଙ୍କ ବିଚାର ଧାରା ଓ ପସନ୍ଦ ଅଲଗା ଅଲଗା ହୋଇଥାଏ । କେତେକ ମଣିଷଙ୍କୁ ଶାନ୍ତି ପସନ୍ଦ ହୋଇଥାଏ ତ ଅନ୍ୟ କେତେ ଜଣଙ୍କୁ କୋଳାହଳରେ ରହିବା ପାଇଁ ପସନ୍ଦ ଥାଏ । ସେହିପରି ରଙ୍ଗ ବିଚାରରେ ମଧ୍ୟ ସମସ୍ତଙ୍କ ପସନ୍ଦ ଅଲଗା ଅଲଗା ରହିଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ତିନୋଟି ରଙ୍ଗର ଫୁଲ ଦେଖାଇବୁ, ଆପଣଙ୍କୁ ଏଥିମଧ୍ୟରୁ କେବଳ ଗୋଟିଏ ରଙ୍ଗର ଫୁଲକୁ ବାଛିବାକୁ ହେବ । ଏହା ଦ୍ଵାରା ଆପଣ ନିଜ ବିଷୟରେ ବହୁତ କିଛି ଜାଣିପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ନୀଳ ଗୋଲାପ


ବନ୍ଧୁଗଣ ଯଦି ଆପଣ ନୀଳ ରଙ୍ଗର ଗୋଲାପକୁ ବାଛିଛନ୍ତି ତେବେ ଆପଣ ଜଣେ ଆଶାବାଦୀ ବ୍ୟକ୍ତି ଅଟନ୍ତି । ଆପଣ ସର୍ବଦା ଖୁସିରେ ରହିବା ପାଇଁ ଚେଷ୍ଟା କରିଥାନ୍ତି । ଆପଣ ଏକ ସ୍ଵାଭିମାନ ମଣିଷ ମଧ୍ୟ ଅଟନ୍ତି, ହେଲେ ଆପଣ ଅଳ୍ପ ମାତ୍ରାରେ ସ୍ଵାର୍ଥୀ ମଧ୍ୟ ଅଟନ୍ତି । ଅନ୍ୟ କାହାଠାରୁ ସାହାର୍ଯ୍ୟ ନେବା ପାଇଁ ଆପଣଙ୍କୁ ଭଲ ଲାଗେନାହିଁ । ଆପଣ ସର୍ବଦା ନିଜ ପାର୍ଟନରକୁ ଖୁସିରେ ରଖନ୍ତି । ଆପଣ ସଚ୍ଚୋଟ ଓ ଅଳ୍ପ ଜିଦି ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ସବୁବେଳେ ନିଜ କାମ ଉପରେ ଧ୍ୟାନ ଦେବା ପାଇଁ ପସନ୍ଦ ହୋଇଥାଏ ଏବଂ ଆପଣଙ୍କ ହୃଦୟ ସର୍ବଦା ସଫା ରହିଥାଏ ।

 

ନାଲି ଗୋଲାପ

ବନ୍ଧୁଗଣ ଯଦି ଆପଣ ଏହି ନାଲି ରଙ୍ଗର ଗୋଲାପକୁ ବାଛିଛନ୍ତି ତେବେ ଆପଣ ମେଳାପୀ ବ୍ୟକ୍ତି ଅଟନ୍ତି । ଆପଣ ଅତି ସହଜରେ କୌଣସି ଲୋକ ସହ ମିଶିନଥାନ୍ତି । ଆପଣ ଅଳ୍ପ କ୍ରୋଧୀ ପ୍ରକୃତିର ମଧ୍ୟ ହୋଇଥାନ୍ତି । ଆପଣ ନିଜର ଜୀବନସାଥି ଠାରୁ ସର୍ବଦା ସଚ୍ଚୋଟତାର ଆଶା ରଖିଥାନ୍ତି । ମିଛ ଆପଣଙ୍କୁ ପସନ୍ଦ ହୋଇନଥାଏ । ଆପଣଙ୍କ ହୃଦୟ କୋମଳ ସ୍ଵଭାବର ହୋଇଥାଏ । ଆପଣ ନିଜ ମନ ମଧ୍ୟରେ କୌଣସି କଥା ଲୁଚାଇ ରଖନ୍ତି ନାହିଁ । ଆପଣ ମାନେ ସର୍ବଦା ଭଲ ଖାଦ୍ୟ ସେବନ ଓ ଭଲ ପୋଷାକ ପିନ୍ଧିବା ପାଇଁ ଅଧିକ ଧ୍ୟାନ ଦେଇଥାନ୍ତି ।

 

ହଳଦିଆ ଫୁଲ

ହଳଦିଆ ରଙ୍ଗର ଫୁଲକୁ ବନ୍ଧୁତାର ପ୍ରତୀକ ବୋଲି କୁହାଯାଇଥାଏ । ଯଦି ଆପଣ ଏହି ରଙ୍ଗର ଫୁଲକୁ ବାଛିଛନ୍ତି ତେବେ ଆପଣ ସବୁବେଳେ ଖୁସିରେ ରହିବା ପାଇଁ ଇଛା କରିଥାନ୍ତି ଓ ଅନ୍ୟ ମାନଙ୍କୁ ମଧ୍ୟ ଖୁସିରେ ରଖିବା ପାଇଁ ଆପଣ ଚେଷ୍ଟା କରିଥାନ୍ତି । ଏହା ସହିତ ଆପଣ ଅନ୍ୟ ଲୋକଙ୍କୁ ଗାଇଡ କରିବାରେ ବା ତାଙ୍କୁ ସାହାର୍ଯ୍ୟ କରିବାରେ ଆନନ୍ଦ ଅନୁଭବ କରିଥାନ୍ତି ।

ଆପଣ ମାନେ ଅଧିକାଂଶ ଧାର୍ମିକ ପ୍ରକୃତିର ହୋଇଥାନ୍ତି । ଆପଣମାନେ ନିଜ ପରିବାର ଲୋକଙ୍କୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି । ଆପଣ ଅନ୍ୟ କୌଣସି ଲୋକ ବିଷୟରେ ଖରାପ ଚିନ୍ତାଧାରା ଆଣି ନଥାନ୍ତି । ଆପଣ କେବଳ ନିଜ କାମ ଉପରେ ଧ୍ୟାନ ଦେଇ ସଫଳତା ପାଇବା ପାଇଁ ଚେଷ୍ଟା କରିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *