ଏହି ଟିଭି ଷ୍ଟାରମାନେ ନିଜ ଅନସ୍କ୍ରିନ ଭଉଣୀଙ୍କ ସହ କରିନେଲେ ବିବାହ, ନାଁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନର ବିଭିନ୍ନ ପ୍ରକାରର ଧାରାବାହିକ ଦେଖିଥିବେ । ଏହି ସିରିଏଲରେ କାମ କରୁଥିବା ପ୍ରତ୍ୟେକ ଷ୍ଟାର ବର୍ତ୍ତମାନ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ଏହି ଷ୍ଟାର ମାନଙ୍କ ମଧ୍ୟରୁ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନେ ପ୍ରଥମେ ଭାଇ ଭଉଣୀର ଭୂମିକା କରୁଥିଲେ, ହେଲେ ଅଭିନୟ କରୁଥିବା ସମୟରେ ଏମାନେ ପରସ୍ପରକୁ ପ୍ରେମ କରି ବସିଲେ । ଏମାନଙ୍କ ମଧ୍ୟରୁ କେତେ ଜଣ ବିବାହ ମଧ୍ୟ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଷ୍ଟାର ମାନଙ୍କ ବିଷୟରେ କହିବାକୁ ଯାଉଛୁ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ରୋହନ ମେହେରା ଓ କାଞ୍ଚି ସିଂହ

ହିନ୍ଦୀ ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହେ’ ରେ ରୋହନ ଓ କାଞ୍ଚି ଭାଇ ଭଉଣୀର ଭୂମିକା କରିଥିଲେ । ଏହି ସୋ ମଧ୍ୟରେ ଦୁହେଁ ପରସ୍ପରକୁ ଡେଟ କରିବାକୁ ଲାଗିଥିଲେ । ଏମାନଙ୍କ ସମ୍ପର୍କ ପାଇଁ ସିରିଏଲର ପ୍ରଡ୍ୟୁସର ସିଧା ମନା କରିଥିଲା ଯେ, ଏମାନଙ୍କର ଏହି ସମ୍ପର୍କ ସୋ ଉପରେ ଖରାପ ପ୍ରଭାବ ପକାଇବ । ଏଥିପାଇଁ କାଞ୍ଚି ଏହି ସୋ କୁ ଛାଡି ଦେଇଥିଲେ ।

୨. ସୋହେବ ଇବ୍ରାହିମ ଓ ଦୀପିକା କକ୍କଡ-

ଲୋକମାନଙ୍କ ମନରେ ଜାଗା ବନେଇ ଥିବା ସୋହେବ ଓ ଦୀପିକାଙ୍କ ସାକ୍ଷାତ ‘ଶଶୁରାଲ ସୀମର କା’ ସିରିଏଲରେ ହୋଇଥିଲା । ଏହି ସିରିଏଲ ମାଧ୍ୟମରେ ସେମାନେ ପରସ୍ପରକୁ ପ୍ରେମ କରି ବସିଥିଲେ । ଏହା ପରେ ସିରିଏଲ ‘କୋଇ ଲୌଟ କେ ଆୟା ହେ’ ରେ ସେମାନେ ଭାଇ ଭଉଣୀର ଭୂମିକା କରିଥିଲେ । ବର୍ତ୍ତମାନ ଏହି ଦୁଇଜଣ ସ୍ଵାମୀ ସ୍ତ୍ରୀ ହୋଇସାରିଛନ୍ତି ।

୩. ରୀଙ୍କୁ ଓ କୀରନ-

ଏକତା କପୁରଙ୍କ ସୁପରହିଟ ସୋ ‘କାହାନି ଘର ଘର କି’ ରେ ରୀଙ୍କୁ ଓ କୀରନ ଭାଇ ଭଉଣୀଙ୍କ ଭୂମିକା କରିଥିଲେ । ହେଲେ ଏହି ସୋ ମାଧ୍ୟମରେ ଏମାନେ ପରସ୍ପରକୁ ପ୍ରେମ କରିଥିଲେ, ଯାହା ଫଳରେ ମାର୍ଚ୍ଚ ୨୦୦୧ ରେ ଦୁହେଁ ପରସ୍ପରକୁ ବିବାହ କରିଥିଲେ ।

୪. ଅମନ ବର୍ମା ଓ ବନ୍ଦନା ଲାଲ୍ବାନୀ-

ଅମନ ଓ ବନ୍ଦନାଙ୍କ ସାକ୍ଷାତ ସିରିଏଲ ‘ଶପଥ’ରେ ହୋଇଥିଲା । ଏହି ସୋ ରେ ଦୁଇ ଜଣ ଭାଇ ଭଉଣୀର ଅଭିନୟ କରିଥିଲେ । 1 ବର୍ଷ ପର୍ଯ୍ୟନ୍ତ ଦୁହେଁ ଦୁହିଙ୍କୁ ଡେଟ କରିବା ପରେ ଏମାନେ ବିବାହ କରିନେଲେ । ଏହି କପଲ ବିଗ ବସ ରେ ବି ନଜର ଆସି ସାରିଛନ୍ତି । ତେବେ ଆପଣଙ୍କୁ ଏହି 4 ଟି ଯୋଡି ମଧ୍ୟରୁ କେଉଁ ଯୋଡିଟି ସବୁଆଧିକ ପସନ୍ଦ ଆସିଲା ଆମକୁ କମେଣ୍ଟ ରେ ନିଶ୍ଚୟ ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *