ପରିସ୍ରା କରିବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ । ନ ହେଲେ ପରିଣାମ ଭୟଙ୍କର ହୋଇପାରେ ।

ବନ୍ଧୁଗଣ ସ୍ନାନ ଓ ପରିସ୍ରା କରିବା ଏମିତି ଏକ ନୈତିକ କାର୍ଯ୍ୟ ଯାହା କି ଆମର ଦିନଚର୍ଜ୍ୟା ର ଏକ ଅଭିନ୍ନ ଅଙ୍ଗ ଅଟେ । କିନ୍ତୁ ଆଜି କାଲି ର ବୀଜୀ ଲାଇଫରେ ଅନେକ ଲୋକେ ଏହା ଉପରେ ଅଧିକ ଧ୍ୟାନ ଦେଉ ନାହାନ୍ତି । ବହୁତ ଲୋକଙ୍କୁ ଏହାର କୁ-ପ୍ରଭାବ ଉପରେ ଜଣା ନାହିଁ । ସକାଳୁ ଉଠିବା ପରେ ନିତ୍ୟ କର୍ମ କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ଓ ଲାଭକାରୀ ହୋଇଥାଏ । ଯଦି ଶରୀରରେ ବିଷାକ୍ତ ପଦାର୍ଥ ରହିଯାଏ ତେବେ ବହୁତ କ୍ଷତି ହୋଇଥାଏ । ପରିସ୍ରା ଅଟକାଇବା ଅନେକ ଲୋକଙ୍କର ଅଭ୍ୟାସ ରେ ପରିଣତ ହୋଇ ଗଲାଣି । ଆଜି ଆମେ ଜାଣିବା ପରିସ୍ରା କରିବା ସମୟରେ ବା ଅଟକାଇବେ କେଉଁ ଭୁଲ କରିବା ଉଚିତ ନୁହେଁ ।

1- ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କୁ ପରିସ୍ରା ଲାଗିଲେ ମଧ୍ୟ ସେମାନେ ଅନେକ ସମୟ ଯାଏଁ ଅଟକାଇ ରଖିଥାନ୍ତି । ଯେବେ ରୋକୀ ହୁଏ ନାହିଁ ସେତେବେଳେ ପରିସ୍ରା କରିବାକୁ ଯାଇଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । କାରଣ ଏହା ବ୍ଳାଡର ଉପରେ ଖରାପ ପ୍ରଭାବ ପକାଇଥାଏ । ଏପରି ବାରମ୍ବାର କରିବା ଦ୍ଵାରା କିଡନି ମଧ୍ୟ ଖରାପ ହୋଇଥାଏ ।

2- କୌଣସି ବ୍ୟକ୍ତି କମ ପାଣି ପିଉଥିଲେ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ । ଯେବେ ପର୍ଯ୍ୟାପ୍ତ ମାତ୍ରା ରେ ପାଣି ପିଅନ୍ତି ତେବେ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । କିନ୍ତୁ କମ ପାଣି ପିଇଲେ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ବାହାରି ନ ଥାଏ । ଏବଂ ପରିସ୍ରା ହଳଦିଆ ରଙ୍ଗର ହୋଇଥାଏ । ଏପରି ହେଉଥିଲେ ଅଧିକ ପାଣି ପିଇବା ଉଚିତ ।

3- ଅଧିକ ଟାଇଟ ବସ୍ତ୍ର ପିନ୍ଧି ଯଦି ଅଧିକ ସମୟ ଯାଏଁ ପରିସ୍ରା କୁ ରୋକୀ କି ରଖାଯାଏ ତେବେ ଏହା ଦ୍ଵାରା ବ୍ଳାଡର କ୍ଷତି ଗ୍ରସ୍ତ ହୋଇଥାଏ । କାରଣ ଏହା ଦ୍ଵାରା ବ୍ଳାଡର କୁ ସପ୍ରସାରଣ ହେବ ପାଇଁ ପର୍ଯ୍ୟାପ୍ତ ସ୍ଥାନ ମିଳେ ନାହିଁ । ଓ ବ୍ଳାଡର ଉପରେ ଅଧିକ ପ୍ରେସର ପଡିଥାଏ । ଏଣୁ ଅଧିକ ଟାଇଟ ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ।

4- ପାଣି ବିନା ମଣିଷ ବଞ୍ଚିବା ସମ୍ଭବ ନୁହେଁ । ଏଣୁ ଦିନକୁ 8 ରୁ 10 ଗ୍ଳାସ ପାଣି ପିଇବା ଉଚିତ ହୋଇଥାଏ । କିନ୍ତୁ ଲୋକ ମାନେ କାମରେ ଏତେ ବ୍ୟସ୍ତ ହୋଇ ଯାଇଥାନ୍ତି କି ପାଣି ସଫିସେଣ୍ଟ ପିଇବାକୁ ଭୁଲି ଯାଇଥାନ୍ତି । ଯଦି ପରିସ୍ରା ର ରଙ୍ଗ ହଳଦିଆ ହେଉଥାଏ ଓ ସେଠାରୁ ଗନ୍ଧ ଆସୁଥାଏ ତେବେ ଜାଣି ନିଅନ୍ତୁ କି ଶରୀରରେ ପାଣି ର ଅଭାବ ରହିଛି । ଏଣୁ ଆବଶ୍ୟକ ଅନୁଯାୟୀ ପାଣି ପିଇବା ଉଚିତ । ଏହା ଦ୍ଵାରା ପରିସ୍ରା କୁ ଅଧିକ ସମୟ ଯାଏଁ ଅଟକାଇ ରଖିବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *