ନମସ୍କାର ବନ୍ଧୁଗଣ ତେବେ ବହୁ ଚର୍ଚ୍ଚିତ ଘଟଣା ବର୍ଷା ଆଉ ଟୁଙ୍ଗୁରୁ ବିବାଦ ଥମିବାକୁ ନାମ ନେଉନାହିଁ । ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି । ଟୁଙ୍ଗୁରୁ ବର୍ଷାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାଁନ୍ତି କିନ୍ତୁ ବର୍ଷା ତାଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି । ଦୁହେଁ ଦୁହିଁଙ୍କର ଏକ ଅଲଗା ଦୁନିଆଁ ପାଇଁ ଦେଖିଥିଲେ ସ୍ବପ୍ନ । କିନ୍ତୁ ବର୍ତ୍ତମାନ ଟୁଙ୍ଗୁରୁ ଭୋଳ କ୍ୟାମେରା ଆଗରେ କିଛି ମଧ୍ୟ ସ୍ୱୀକାର କରୁ ନାହାଁନ୍ତି ।

ଆଉ କହୁଛନ୍ତି ବର୍ଷା ତାଙ୍କ ଠାରୁ ବୟସରେ ବହୁତ ବଡ଼ କି ତାଙ୍କୁ କେବେ ସେ ଭଲ ପାଇ ନାହାଁନ୍ତି ତେଣୁ ସ୍ତ୍ରୀ ଭାବରେ ଗ୍ରହଣ କରିପାରିବେ ନାହିଁ । ତେବେ ଅନ୍ୟପକ୍ଷରେ ବର୍ଷା ଟୁଙ୍ଗୁରୁଙ୍କର ସମସ୍ତ ମନ୍ତବ୍ୟକୁ ମିଥ୍ୟା ବୋଲି କହିଛନ୍ତି ଆଉ କହୁଛନ୍ତି କି ଟୁଙ୍ଗୁରୁ ତାଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିବେ ବୋଲି କହିଥିଲେ କିନ୍ତୁ ବର୍ତ୍ତମାନ ଫାଙ୍କି ଦେଉଛନ୍ତି । ତେବେ ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଅଛି ।
ଟୁଙ୍ଗୁରୁ ଆଉ ବର୍ଷାର ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏଥିପାଇଁ ଟୁଙ୍ଗୁରୁଙ୍କୁ ଦାୟୀ କରିଛନ୍ତି ବର୍ଷା । ସେ କହିଛନ୍ତି କି ଟୁଙ୍ଗୁରୁ ନିଜେ ଏସବୁ ଭାଇରାଲ କରିଛି । ତେବେ ଏହାରି ଭିତରେ ଆଉ ଏକ ଜିନିଷ ଭାଇରାଲ ହେଉଛି ତେବେ ୨୦ ମାର୍କର ସାହିତ୍ୟ ପରୀକ୍ଷାରେ ସମ୍ପୂର୍ଣ୍ଣ ପ୍ରଶ୍ନ ପତ୍ର ଟି ଟୁଙ୍ଗୁରୁ ଏବଂ ବର୍ଷା ଙ୍କ ପ୍ରେମ କାହାଣୀ ଉପରେ ଥିଲା । ତେବେ ପ୍ରଶ୍ନ ଥିଲା ଟୁଙ୍ଗୁରୁ କୁ ବର୍ଷା ଭାଉଜ କାହିଁକି ପାଗଳ ଭଳି ଭଲ ପାଉଥିଲେ ।

ତେବେ ଉତ୍ତର ରେ ଲେଖା ଯାଇଛି କି ସେ ଦିନକୁ ହଜାରେ ଥରେ ଆଇ ଲଭ ୟୁ କହୁଥିଲେ ଏବଂ ଯେଉଁଠି ଦେଖିବେ ସେଇଠି ଗୋଲାପ ଫୁଲ ଆଣିକି ଦେଉଥିଲେ ସେଥିପାଇଁ । ତେବେ ଆଉ ଏକ ପ୍ରଶ୍ନ ଥିଲା ଟୁଙ୍ଗୁରୁ ବର୍ଷାଙ୍କୁ ଗୋଲାପ ଫୁଲ କାହିଁକି ଦେଉଥିଲା । ତେବେ ଉତ୍ତର ରେ ଲେଖା ହୋଇଛି ଟୁଙ୍ଗୁରୁ କୁ ଭାଉଜ ପ୍ରେମ ମିଠା ଥିବାରୁ । ସେ ଗୋଲାପ ଫୁଲ ଦେଉଥିଲା । ତେବେ ଟୁଙ୍ଗୁରୁ ଏବଂ ବର୍ଷା ଙ୍କ ପ୍ରେମ କେତେବର୍ଷ ଥିଲା ତେବେ ଉତ୍ତରରେ ଦୁଇ ବର୍ଷ ବୋଲି ଲେଖା ହୋଇଛି ।

ଏହା ଛଡା ଚାରି ମାର୍କ ଏବଂ ଛଅ ମାର୍କ ପାଇଁ ମଧ୍ୟ ପ୍ରଶ୍ନ ରହିଥଲା କି ଟୁଙ୍ଗୁରୁ ଏବଂ ବର୍ଷା ପ୍ରେମ କାହାଣୀ ଉଲ୍ଲେଖ କର । ଟୁଙ୍ଗୁରୁ ର ଚରିତ୍ର ଚିତ୍ରଣ କର । ବର୍ଷା ଏବଂ ଟୁଙ୍ଗୁରୁ ମଧ୍ୟରେ କିପ୍ରକାର ସମ୍ପର୍କ ଥିଲା ଶେଷ ରେ ଟୁଙ୍ଗୁରୁ ବର୍ଷା କୁ ଛାଡିଲା କଣ ପାଇଁ? ତେବେ ଏହାର ଉତ୍ତର ମଧ୍ୟ ଲେଖା ହୋଇଥିଲା ଯାହାକି ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରିବେ । ତେବେ ବର୍ତ୍ତମାନ ଏହି ଫଟୋ ସବୁ ଭାଇରାଲ ହେବାରେ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

