ଲଗାଣ ବର୍ଷା କରିଦେଲା କୋଳ ଶୁନ୍ୟ ! ଅକାତ କାତ ପାଣିରେ ପାର ହେଉଛନ୍ତି ଗର୍ଭବତୀ ମହିଳା, ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ସାରା ରାଜ୍ୟରେ ଏବେ ବର୍ଷା ଜାରି ରହିଥିବା ବେଳେ କିଛି ଜିଲ୍ଲାରେ ଆଜି ଭୀଷଣ ବର୍ଷିଛି । ବିଶେଷ କରି କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି । ଗତକାଲି ଦକ୍ଷିଣ-ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଆଜି ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ଲଘୁଚାପ କ୍ଷେତ୍ର ରୂପରେ ରହିଛି ।

ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତାରେ ରହିଥିବା ବେଳେ ଏହା ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି । ଅନ୍ୟପ‌ଟେ ମୌସୁମୀ ଟ୍ରଫ୍‌ଲାଇନ୍‌ ଉତ୍ତର ଉପକୂଳ ଓଡ଼ିଶା ମଧ୍ୟ ଦେଇ ଅତିକ୍ରମ କରୁଥିବା ଲଘୁଚାପ କ୍ଷେତ୍ର ଦେଇ ଗତି କରୁଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆଉ ୨ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୀଷଣ ବର୍ଷିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ତେବେ ବର୍ତ୍ତମାନ ଏକ ଏଭଳି ଘଟିବା ବିଷୟରେ ଆଲୋଚନା କରିବା ଯାହା ଶୁଣି ଆପଣଙ୍କ ମନରେ ନିଶ୍ଚିତ ସୁରକ୍ଷା ର ପ୍ରଶ୍ନ ଆସିବ । ତେବେ ଏକ ଦଉଡ଼ି ସାହାଯ୍ୟରେ ଜଣେ ଗୁରୁତର ଗର୍ଭବତୀ ମହିଳାଙ୍କୁ ଉଛୁଳା ନଈ ପାରି କରାଇଲେ ଅଗ୍ନିଶମ ବାହିନୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ତାଳପଦା ପଞ୍ଚାୟତରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏ ଦୃଶ୍ୟ ଯେତିକି ଉଦବେଗ ଜନକ, ସେତିକି ମର୍ମସ୍ପର୍ଶୀ ମଧ୍ୟ ।


ଉଛୁଳା ନଈରେ ପ୍ରଖର ସୁଅ, ତା ଉପର ଦେଇ ଲମ୍ବିଛି ଦଉଡ଼ି । ତେବେ ସେଥିରେ ଝୁଲି ଝୁଲି ନଈ ପାରି ହେବାକୁ ପଡ଼ୁଛି ଜଣେ ଯନ୍ତ୍ରଣାରେ ଛଟପଟ ଗର୍ଭବତୀ ମହିଳାଙ୍କୁ ।ଆଜିର ଯୁଗରେ ବି ଯେ ଏଭଳି ଅପହଞ୍ଚ ଇଲାକା ବିକାଶର ଦୃଷ୍ଟି ଆଢ଼ୁଆଳରେ ରହିଛି, ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଆଉ ଲଜ୍ଜା ବି ଲାଗେ । ତାଳପଦା ପଞ୍ଚାୟତ ମୁଣ୍ଡାସାହିକୁ ରାସ୍ତା ଖଣ୍ଡେ ନଥିବାରୁ, ତେଲକୋଇ ଅଗ୍ନିଶମ ବାହିନୀ ସହାୟତାରେ ଏଭଳି ବିପଦ ସଂକୁଳ ଅବସ୍ଥାରେ ସମାକୋଇ ନଦୀ ପାରି ହୋଇଛନ୍ତି ୩ ମାସର ଗର୍ଭବତୀ ବାସନ୍ତି ମହାରଣା ।

ତେବେ ଶନିବାର ଗ୍ରାମର କୁମର ମହାରଣାଙ୍କ ସ୍ତ୍ରୀ ବାସନ୍ତୀ  ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ଲଗାଣ ବର୍ଷା ତଥା ସମାକୋଇ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଡାକ୍ତରଖାନା ଆସିବା ସମ୍ଭବ ହୋଇ ନ ଥିଲା । ଫଳରେ ରାତିରେ ସେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ ।

ପରେ ସ୍ବାସ୍ଥ୍ୟରେ ଅବନତି ହେବାରୁ ରବିବାର ତେଲକୋଇ ଦମକଳ ବାହିନୀକୁ ଖବର ଦେଇଥିଲେ । ଆଜି ଖବର ପାଇ ଦମକଳ ବାହିନୀ କର୍ମଚାରୀ ରଶି ବାନ୍ଧି ଉଦ୍ଧାର କରିଛନ୍ତି । ଏକ ଘରୋଇ ଗାଡ଼ିରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସୂଚନା ଯୋଗ୍ୟ ଯେ ମୁଣ୍ଡା ସାହିକୁ ସବୁଦିନିଆ ରାସ୍ତା ନାହିଁ କି ସମାକୋଇ ନଦୀରେ ପୋଲ ନ ଥିବାରୁ ୪ ମାସ ଜଳବନ୍ଦୀ ଜୀବନ ବିତାଉଛନ୍ତି ସାହିବାସୀ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *