ପ୍ରମାଣ ଦେଲେ ନନ୍ଦିନୀ, ଦେଖେଇଲେ ପର୍ଶନାଲ ୱାଟସଆପ ଚାଟ୍… କହିଲେ ‘ଦେଖା…ଭାତ ସହିତ ଆଚାର ଦେଇଛନ୍ତି, ପୁଣି ସେ…’ ଦେଖନ୍ତୁ Video 

ବନ୍ଧୁଗଣ ଏବେ ଗଣମାଧ୍ୟମକୁ ପ୍ରମାଣ ଦେଇଛନ୍ତି ନନ୍ଦିନୀ ଆଉ କହିଛନ୍ତି ମୁଁ ଯେଉଁ କଥା କହୁଥିଲି ତାହା ସତ ଅଟେ । ବନ୍ଧୁଗଣ ଏ ହେଉଛି ସେହି ଚିତ୍ର ଯାହା ସେ ନିଜ ଘର ଲୋକଙ୍କ ପାଖକୁ ପଠାଇ ଥିଲେ । ଆଉ ସେ କହିଥିଲେ ଯେ, ତାଙ୍କ ଶାଶୁ ଭାତ ସହ ଆଚାର ଖାଇବାକୁ ତାଙ୍କୁ ଦେଇଥିଲେ । ଏ ହେଉଛି ସେହି ଭାତ ଥାଳି ଆଉ ଖଟାରେ ଫଟୋ ଯାହାକୁ ସେ ନିଜ ସମ୍ପର୍କୀୟ ମାନଙ୍କୁ ପଠାଇ ଥିଲେ ।

ବନ୍ଧୁଗଣ ଏହା ସହିତ ତାଙ୍କ ୱ୍ହାଟସପ୍ ଚାଟ ଉପରେ ବି ନଜର ପକାନ୍ତୁ । ଏହି ୱ୍ହାଟସପ୍ ଚାଟରେ ସେ ଲେଖିଛନ୍ତି ତାଙ୍କୁ ଭାତ ସହ ଆଚାର ଖାଇବାକୁ ଦିଆଯାଇଛି । ଏ ହେଉଛି ସକାଳ ୧୧.୩୦ର ଫଟୋ । ଆଉ ଏହା ପରେ ସେ ଲେଖିଛନ୍ତି କାଲି ଠାରୁ ମୁଁ ଖାଇ ନାହିଁ ଆଉ ଏମିତି ହିଁ କାନ୍ଦୁ ଥିବା କଥା ସେ ଲେଖିଛନ୍ତି । ସେ ଲେଖିଛନ୍ତି, ଯଦି ମୁଁ ଜାଣି ଥାନ୍ତି ସେ ଏମିତିଆ ବୋଲି ତା ହେଲେ ମୁଁ କେବେବି ରାଜି ହୋଇ ନଥାନ୍ତି  ।

ଏହା ସହ ସେ ଅନ୍ୟ କେତେକ ଚାଟରେ ମଧ୍ୟ ଲେଖିଛନ୍ତି ଆଇ ହେଟ ମାଇ ଲାଇଫ । ଅନ୍ୟ ପଟେ ନନ୍ଦିନୀ ଆଉ ଗୋଟେ କଥା ବି ଲେଖିଛନ୍ତି, ସେ ନିଜ ପାସୱାର୍ଡ ଚେଞ୍ଜ କରିଦେଇଛନ୍ତି । ୱ୍ହାଟସପ୍ ରେ ଯେଉଁ ସବୁ ମେସେଜ ନନ୍ଦିନୀ କରିଛନ୍ତି ତାକୁ ଡ଼ିଲିଟ କରିବା ପାଇଁ ଅନ୍ୟ ପଟରୁ କେହି ତାଙ୍କୁ କହୁଛନ୍ତି । ତା ସହ ସେ କହିଛନ୍ତି, ସମସ୍ତେ ବଡ ବଡ କଥା କହୁଛନ୍ତି ହେଲେ କେହି ବି କୌଣସି କାମରେ ନୁହେଁ ।

ଆଉ ଏହା ସହ ସେ ଲେଖିଛନ୍ତି ମିସ ୟୁ ଲୋ । ସେ ନନ୍ଦିନୀଙ୍କ ଭଉଣୀ ବୋଲି ନନ୍ଦିନୀ କହିଛନ୍ତି । ତେବେ ଏହି ଘଟଣା କେତେ ସତ କେତେ ମିଛ ତାହା ତ ଆଗକୁ ଜଣା ପଡିବ କିନ୍ତୁ ନନ୍ଦିନୀ ଏବେ ନିଜର  ସାକ୍ଷାତ୍କାର ଦେଇ ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ କହୁଛନ୍ତି ।

ଆଉ ଏହା ସହିତ ସେ ଏହି ଫଟୋ ମଧ୍ୟ ଦେଇଛନ୍ତି । ହେଲେ ଏବେବି ମୂଳ ପ୍ରଶ୍ନର ଉତ୍ତର ମିଳି ନାହିଁ ଯେ, ବାହାଘରର ଗୋଟିଏ ଦିନ ଆଡଜେଷ୍ଟ ନକରି କାହିଁକି ନନ୍ଦିନୀ ଏଭଳି ଚାଲିଗଲେ ଆଉ ତାଙ୍କ ସ୍ଵାମୀଙ୍କୁ ମାଡ ମାରିବା ପଛର କାରଣ କଣ ହୋଇଥାଇ ପାରେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *