ପାଣି ଭିତରକୁ ଟାଣିନେଇ ପଞ୍ଚମ ଶ୍ରେଣୀର ଛାତ୍ରକୁ ଖାଇଗଲା କୁମ୍ଭୀର, ଦୁଃଖରେ ଫାଟିପଡ଼ୁଛନ୍ତି ପରିବାର ଲୋକେ …..

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପଞ୍ଚମ ଶ୍ରେଣୀରେ ପଢୁଥିବା ଛାତ୍ରକୁ ଟାଣିନେଲା କୁମ୍ଭୀର । ସମସ୍ତେ ଦେଖୁ ଦେଖୁ  ଚାଲିଗଲା ବାଳକର ଜୀବନ । ଗତଦିନରେ ଆମେ ଏ ଭଳି ଏକ ଘଟଣା ଯଥା ମା ଓ ପୁଅ ସ୍ନାନ କରିବାକୁ ନଦୀକୁ ଯାଇଥିଲେ ଓ କୁନି ପୁଅକୁ କୁମ୍ଭୀର ତା ମା ‘ଆଗରେ ଟାଣିନେଇଯାଇଥିଲା  ଓ ଘଟଣା ସ୍ଥଳରେ ହିଁ ମୃ-ତ୍ୟୁ ଘଟିଥିଲା  ।

ତେବେ ଏଭଳି ଏକ ଘଟଣା ଘଟିଛି କମାରୀ ଗ୍ରାମ ପଞ୍ଚାୟତ ଅନ୍ତରଗତ ସେବକ ଟିକରପଡା ଗାଁ ରେ ରହୁଥିବା ଭିକାରି ଗଉଡଙ୍କ ପୁଅ ଶୁଦାଂଶୁଙ୍କ ସହ  । ଏବେ ଏବେ ସାରା ରାଜ୍ୟରେ ସ୍କୁଲ ଗୁଡାକ ଖୋଲିଥିଲା ବାପାମାଆଙ୍କ ଆଶା ଥିଲା ଯେ ପିଲାଟି ସ୍କୁଲ ଯିବ  ଓ ଭଲ ପାଠପଢି ବଡ ମଣିଷ ହେବ । ମାତ୍ର ବାପାମା’ଙ୍କ ଆଶା ପୂରଣ କରିବା ପୂର୍ବରୁ ପୁଅ ଚାଲିଗଲା ଆରାପାରିକୁ ।

ସ୍କୁଲରୁ ଆସିବା ପରେ ଶୁଦାଂଶୁ ମା ‘ କୁ କହି ନଦୀରେ ଖେଳିବାକୁ ଯାଇଥିଲା ମାତ୍ର ବହୁ ସମୟ ହେବା ପରେ ମଧ୍ୟ ପୁଅ ଘରକୁ ନ ଆସିବାରୁ ଘରଲୋକ ଚିନ୍ତିତ ହୋଇ ପୁଅ ଖେଳିବାକୁ ଯାଇଥିବା ନଦୀ ନିକଟକୁ ଯାଇଦେଖିଲା ବେଳକୁ ନଦୀରେ ପୁଅର ପ୍ଯାଣ୍ଟ ,ସାର୍ଟ ଭାସୁଥିଲା ଯାହାକୁ ଦେଖିଲା ପରେ ପୁଅ ସହ କଣ ଘଟିଛି ବୋଲି ଘରଲୋକେ କାନ୍ଦିବାକୁ ଲାଗିଥିଲେ ।

ସେମାନଙ୍କ କାନ୍ଦ ଶୁଣି ଅନେକ ଲୋକେ ନଦୀ ନିକଟରେ ଆସିଯାଇଥିଲେ ଓ ନଦୀ ଭିତରେ ପଶି ପୁଅକୁ ଖୋଜିବାରେ ଲାଗିଥିଲେ । ସ୍ଥାନୀୟ ଲୋକେ ପୁଅକୁ କୁମ୍ଭୀର ଟାଣି ନେଇଥିବ ବୋଲି ସନ୍ଦେହ କରୁଛନ୍ତି । ଖବରଟି ଶୁଣିବା ପରେ ସେଠାରେ ପହଞ୍ଚିଥିଲେ  ତହସିଲଦାର ଓ  ବନବିଭାଗ ବହୁ ସମୟ ଖୋଜିବା ପରେ ଶୁଦାଂଶୁ ର ମୃତଦେହକୁ ଉଦ୍ଧାର କରଯାଇଥିଲା ।

ତେବେ ଶୁଦାଂଶୁ ଖେଳୁଥିବା ସମୟରେ କୁମ୍ଭୀର ତାଙ୍କୁ ଟାଣିନେଇଯାଇଥିବା ଲୋକେ କହୁଛନ୍ତି । ଅପର ପକ୍ଷେ DFO କହିଛନ୍ତି କି ମୃତକ ପରିବାରକୁ ମିଳିବ 4 ଲକ୍ଷ ଟଙ୍କା ମାତ୍ର ପରିବାର ଲୋକେ 10 ଲକ୍ଷର ଦାବି କରିଥିବା ସୂଚନା ମିଳିଛି । ତେବେ ଟଙ୍କା କଣ ପୁଅର ଜୀବନର ମୂଲ୍ୟ ଦେଇପାରେ ଖବର ଶୁଣିବା ପରେ ଘରଲୋକେ କାନ୍ଦି କାନ୍ଦି ଫାଟିପଡ଼ୁଛନ୍ତି ।

Leave a Reply

Your email address will not be published. Required fields are marked *